ମନ୍ତ୍ରୀଙ୍କୁ ଭେଟିଲେ, ପଞ୍ଜୀକରଣ ଅବଧି ବୃଦ୍ଧି ଦାବି

ବରଗଡ଼, ୨୭।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ସୋମବାର ସରିଯାଇଛି। ଏଭଳି ସ୍ଥିତିରେ ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ କରୁଥିବା ବରଗଡ଼ ଜିଲାର ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣରୁ ବାଦ ପଡ଼ି ଯାଇଛନ୍ତି। ଫଳରେ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ ବରଗଡ଼ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଦାବି କରିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସଂଗଠନ ପକ୍ଷରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଚାଷର ବ୍ୟସ୍ତତା ସହିତ ଅଗଷ୍ଟ ମାସରେ ଅନାବୃଷ୍ଟି, ସାର ସଙ୍କଟ, ଋଣ ନେଣଦେଣ, ପ୍ରଧାନମନ୍ତ୍ରୀ ଫସଲବୀମା ପଞ୍ଜୀକରଣ ଏବଂ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗରୁ କୌଣସି ପ୍ରସ୍ତୁତି ନ କରି ହଠାତ ଇ-କେୱାଇସି ଲାଗୁ କରିବା, ରେକର୍ଡ ଧାରୀଙ୍କ ମୃତ୍ୟୁବରଣ ହୋଇଥିଲେ ଉତ୍ତରାଧିକାରୀଙ୍କୁ ଲିଗାଲ ହେୟାର ବାଧ୍ୟତାମୂଳକ କରିବା କାରଣରୁ ପଞ୍ଜିକରଣ ବ୍ୟବସ୍ଥା ବହୁତ ମନ୍ଥର ଗତିରେ ଚାଲୁଥିଲା। ରାଜ୍ୟରେ ଲିଗାଲ ହେୟାର ବାଧ୍ୟତାମୂଳକୁ ନେଇ ଅନେକ ସ୍ଥାନରେ ଆନ୍ଦୋଳନ ହେବାରୁ ସରକାର ସ୍ବ-ଘୋଷଣାନାମାରେ ପଞ୍ଜୀକରଣ କରିବା ନିଷ୍ପତ୍ତି ନେଲେ ସତ, କିନ୍ତୁ ତାହାକୁ ଠିକ ଭାବରେ କାର୍ଯ୍ୟକାରୀ କଲେ ନାହିଁ। ପ୍ରତ୍ୟେକ ସୋସାଇଟି ଗୁଡ଼ିକରେ ଯେଉଁମାନେ ସ୍ବ- ଘୋଷଣାନାମାରେ ପଞ୍ଜୀକରଣ କରିବା ପାଇଁ ଚାହୁଁଥିଲେ, ସେମାନଙ୍କ ଫାର୍ମର ଆଇଡି ଆସୁ ନଥିଲା। ଫଳରେ ଚାଷୀମାନେ ପୁଣି ସେହି ବଂଶାବଳୀ କରିବା ପାଇଁ ବାଧ୍ୟ ହେଉଥିଲେ । ଯେଉଁମାନଙ୍କ ବଂଶାବଳୀ କରିବା ସମସ୍ୟା ହେଉଥିଲା, ସେମାନେ ସ୍ବ-ଘୋଷଣାନାମାରେ ପଞ୍ଜୀକରଣ କରିବାକୁ ଚାହୁଁଥିଲେ, ସୋସାଇଟି ଗୁଡ଼ିକରେ ପରେ ହେବ କହି ରଖି ଦେଉଥିଲେ। ତେବେ ରାଜ୍ୟରେ ୧୮ ଲକ୍ଷ ୫୧ ହଜାର ଚାଷୀ ପଞ୍ଜୀକରଣ ହୋଇ ସାରିଲାଣି ବୋଲି ମନ୍ତ୍ରୀ ଯେଉଁ ସୂଚନା ଦେଇଛନ୍ତି, ତାହା ଅନ୍ୟ ବର୍ଷ ତୁଳନାରେ ରେକର୍ଡ ଅଟେ। ହେଲେ ବରଗଡ଼ ଜିଲାରେ ଅଗଷ୍ଟ ମାସ ୨୩ତାରିଖ ସୁଦ୍ଧା ଗତବର୍ଷ ତୁଳନାରେ ୩୦ହଜାର କମ ଚାଷୀ ପଞ୍ଜୀକୃତ ହୋଇଥିଲେ। ଇଣ୍ଟରନେଟ ଓ ସରଭର ସମସ୍ୟା କାରଣରୁ ଦିନ ଦିନ ଧରି ଚାଷୀମାନେ ଅପେକ୍ଷା କରିଥିଲେ ମଧ୍ୟ ପଞ୍ଜୀକୃତ ହୋଇପାରିଲେ ନାହିଁ। ଜିଲାରେ ହାରାହାରି ୨୦ରୁ ୩୦ହଜାର ଚାଷୀ ପଞ୍ଜୀକରଣରୁ ବଞ୍ଚିତ ଅଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ବଞ୍ଚିତ ଚାଷୀମାନଙ୍କ ସମସ୍ୟାକୁ ବିଚାର କରି ଆହୁରି ୧୦ଦିନ ସମୟସୀମା ବୃଦ୍ଧି କରାଗଲେ ଚାଷୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନ ସରକାରୀ ମୂଲ୍ୟରେ ବିକ୍ରି କରିବାର ସୁଯୋଗ ପାଇ ପାରିବେ ବୋଲି ସଙ୍ଗଠନ ସ୍ମାରକପତ୍ରରେ ଉଲ୍ଲେଖ କରିଛି। ଏହି ଦାବି ନେଇ ବିଧାୟକ ନିହାର ମହାନନ୍ଦ, ଅଶ୍ୱିନୀ ଷଢଙ୍ଗୀ, ଇରାଶିଷ ଆଚାର୍ଯ୍ୟ ଏବଂ ଜିଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ରଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ସମୟରେ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଏବଂ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ତେବେ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି କରିବାର ପ୍ରସ୍ତାବ ନାହିଁ ମନ୍ତ୍ରୀ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri