ମେସ୍ତା, ଛଣି ଚାଷ ପ୍ରତି ଆଗ୍ରହ ବଢୁଛି

ବ୍ରହ୍ମପୁର,୧୬ା୬ (ସ୍ମୃତି ରଞ୍ଜନ ମହାଲିକ): ଅଧିକ ଉପତ୍ାଦନ ପାଇଁ ଚାଷୀ ଜମିରେ ବିଭିନ୍ନ ସାର ପ୍ରୟୋଗ କରିବା ଦ୍ୱାରା ଅନେକାଂଶ ମାଟିର ଉର୍ବରତା ହ୍ରାସ ପାଉଛି। ଫଳରେ ଉପତ୍ାଦନ କମୁଛି। ଅନ୍ୟପଟେ ଠିକ ସମୟରେ ବର୍ଷା ନ ହେବା ମଧ୍ୟ ଅମଳ କମିବାର ଅନ୍ୟ ଏକ କାରଣ କୁହାଯାଇପାରେ। ମାଟି ଉର୍ବର ରଖିବା ପାଇଁ ଚାଷୀ ବିଭିନ୍ନ ପ୍ରାକୃତିକ ଉପାୟ ଅବଲମ୍ବନ କରିଥାଏ। ମୁଖ୍ୟତଃ ଗୋବର ଖତ ପକାଇ ଉର୍ବରତାକୁ ରକ୍ଷା କରାଯାଇଥାଏ। ବର୍ତ୍ତମାନ ଅଧିକ ପରିମାଣରେ ଗୋବର ମିଳିବା ସମ୍ଭବ ହେଉ ନ ଥିବା କାରଣରୁ ଚାଷୀ ଏବେ ସବୁଜ ସାର ଉପରେ ନିର୍ଭର କରୁଛି। ସେଥିମଧ୍ୟରୁ ମେସ୍ତା ଓ ଛଣି ଜମିରେ ଚାଷ କରି ସବୁଜ ସାର ରୂପେ ବ୍ୟବହାର ହେଉଛି। ଏହି ସବୁଜ ସାର ଜାତୀୟ ଚାଷ ପାଇଁ ଜିଲା କୃଷି ବିଭାଗ ପକ୍ଷରୁ ବିହନ ଯୋଗାଇ ଦିଆଯାଇଥାଏ। ମେସ୍ତା ଓ ଛଣି ଅମଳ ହେବା ପରେ ଏହାକୁ ଜମିରେ ପୁଣି ଥରେ ମିଶାଯାଇଥାଏ। ଯାହା ମାଟିରେ ମିଶିବା ଦ୍ୱାରା ଚାଷ ଜମି ଉର୍ବର ହୋଇଥାଏ ବୋଲି ସହକାରୀ ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ କହିଛନ୍ତି।
ଗଞ୍ଜାମ ଜିଲାରେ ଏହି ସବୁଜ ସାରଜାତୀୟ ଚାଷ କମ୍‌ ପରିମାଣରେ ହେଉଥିଲେ ବି ଏହା ଜମିର ଉର୍ବରତାକୁ ବୃଦ୍ଧି କରୁଥିବା ଅନେକ ଚାଷୀ ମତ ପ୍ରକାଶ କରିଛନ୍ତି। ବିଶେଷ କରି ଜିଲାର ଭଞ୍ଜନଗର ଓ ଆସିକା ବ୍ଲକରେ ଏହି ୨ଟି ସବୁଜ ସାର ଜାତୀୟ ଚାଷ ଅଧିକ ପରିମାଣରେ ହେଉଥିବା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ମିଳିଥିବା ତଥ୍ୟ ମୁତାବକ, ୨୦୨୨ ଖରିଫ ଋତୁରେ ଜିଲାରେ ୩୩୩ ହେକ୍ଟର ମେସ୍ତା ଓ ୪୨୦ ହେକ୍ଟର ଛଣି ଚାଷ ହୋଇଛି। ମେସ୍ତା ଚାଷ ଆସିକା ବ୍ଲକରେ ୨୦ ହେକ୍ଟର, ଶେରଗଡରେ ୨ ହେକ୍ଟର, ଧରାକୋଟ ୫ ହେକ୍ଟର, ସୋରଡା ୩୦ ହେକ୍ଟର, ଭଞ୍ଜନଗର ୫୦ ହେକ୍ଟର, ବେଲଗୁଣ୍ଠା ୪୦ ହେକ୍ଟର, ଜଗନ୍ନାଥପ୍ରସାଦ ୧୦ ହେକ୍ଟର, ବୁଗୁଡା ୧୫ ହେକ୍ଟର, ପୁରୁଷୋତ୍ତମପୁର ୪୦ ହେକ୍ଟର, ଗଞ୍ଜାମ ୨୫ ହେକ୍ଟର, ହିଞ୍ଜିଳିକାଟୁ ୨୦ ହେକ୍ଟର, କବିସୂର୍ଯ୍ୟନଗର ୧୦ ହେକ୍ଟର, ପୋଲସରା ୨୫ ହେକ୍ଟର ଓ ବେଗୁନିଆପଡାରେ ୪୧ ହେକ୍ଟର ହେଉଥିବା ସୂଚନା ମିଳିଛି। ସେହିଭଳି ଛଣି ଚାଷ ଆସିକା ବ୍ଲକରେ ୫୦ ହେକ୍ଟର, ଧରାକୋଟ ୫ ହେକ୍ଟର, ସୋରଡା ୭୫ ହେକ୍ଟର, ଭଞ୍ଜନଗର ୫୦ ହେକ୍ଟର, ବେଲଗୁଣ୍ଠା ୧୫ ହେକ୍ଟର, ବୁଗୁଡା ୧୫ ହେକ୍ଟର, ଛତ୍ରପୁର ୨ ହେକ୍ଟର, ପୁରୁଷୋତ୍ତମପୁର ୩୦ ହେକ୍ଟର, ଗଞ୍ଜାମ ୨୦ ହେକ୍ଟର, ହିଞ୍ଜିଳି ୭୮ ହେକ୍ଟର, କବିସୂର୍ଯ୍ୟନଗର ୫୦ ହେକ୍ଟର ଓ ପୋଲସରା ୩୦ ହେକ୍ଟରରେ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri