ଗଣିତର ମେସି

ଲୁଇଜ୍‌ କାଫାରେଲି

ବୈଦିକ ସମୟରୁ ଆଜିଯାଏ ଗଣିତ ଏକ ଜଟିଳ ବିଷୟ ରହିଆସିଛି। ତାହା କେତେକଙ୍କ ପାଇଁ ସହଜ ହୋଇଥିବା ବେଳେ ଅନେକଙ୍କ ସକାଶେ ଜଟିଳ ହୋଇଥାଏ। ଏ ଦିଗରେ ଗବେଷଣା କରି ଯେଉଁମାନେ ନୂତନ ସମାଧାନ ସୂତ୍ର ବାହାର କରିଥାଆନ୍ତି, ସେହି ଗଣିତଜ୍ଞଙ୍କୁ ସମାଜରେ ବହୁ ସମ୍ମାନ ମିଳିଥାଏ। କିନ୍ତୁ ଦେଖାଯାଇଥାଏ ଉଚ୍ଚକୋଟୀର ଗବେଷକଙ୍କ ସନ୍ଦର୍ଭ ସାଧାରଣରେ ବୁଝିବା କଷ୍ଟକର ହୋଇଥାଏ। ସମ୍ଭବତଃ ସେହି ସୂକ୍ଷ୍ମ ଦିଗକୁ ଅନିଶା କରି ଆର୍ଜେଣ୍ଟିନା ଗବେଷକ ଲୁଇଜ୍‌ କାଫାରେଲି କହିଥାଆନ୍ତି, ତାଙ୍କ ଅନୁଧ୍ୟାନ ଅଧଡଜନ ଗଣିତଜ୍ଞ ବୁଝିଲା ଭଳି ଅତି-ବୈଦ୍ଧିକ ସ୍ତରର ନୁହେଁ। ସହଜ ସୂତ୍ର ଦେଇ ଗଣକୁ ପ୍ରଭାବିତ କରିବାର ଦକ୍ଷତା ରଖିଥିବା କାଫାରେଲି ଏବେ ‘ଏବେଲ ପୁରସ୍କାର’ ବିଜୟୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୦୨ରେ ନରଓ୍ବେ ସରକାରଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହୋଇଥିଲା। ଗଣିତରେ ନୋବେଲ ସମ୍ମାନ ନ ଥିବାରୁ ସେହି ଅଭାବ ପୂରଣ ସକାଶେ ନୋବେଲ ସମକକ୍ଷ ଏହି ପୁରସ୍କାର ଗଠନ କରାଯାଇଥିଲା ବୋଲି କୁହାଯାଇଥାଏ। ଗଣିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଜଣେ ବ୍ୟକ୍ତିବିଶେଷଙ୍କୁ ଏହା ନରଓ୍ବେର ଓସ୍‌ଲେଠାରେ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଛି। ଫୁଟ୍‌ବଲ ଖେଳରେ ଆର୍ଜେଣ୍ଟିନାର ବିଶ୍ୱବିଖ୍ୟାତ ଖେଳାଳି ଲିଓନେଲ ମେସି ଯେଭଳି ଅତି ସହଜରେ ଗୋଲ ପରେ ଗୋଲ କରି ଦର୍ଶକଙ୍କୁ ଅଫୁରନ୍ତ ଆନନ୍ଦ ଦେଇଥାଆନ୍ତି, ସେହି ମାଟିର ସନ୍ତାନ କାଫାରେଲି ଗଣିତରେ ସହଜ ସମାଧାନ ସୂତ୍ର ବାହାର କରିପାରିଥିବାରୁ ତାଙ୍କୁ ‘ଗଣିତର ମେସି’ ଆଖ୍ୟା ମଧ୍ୟ ଦିଆଯାଇଛି।
ଆର୍ଜେଣ୍ଟିନା ରାଜଧାନୀ ବୁଏନ୍ସ ଏରିସ୍‌ରେ କାଫାରେଲି ଜନ୍ମଗ୍ରହଣ କରି ସେହିଠାରେ ବଢ଼ିଥିଲେ। ୧୯୬୮ରେ ସେ ବୁଏନ୍ସ ଏରିସ୍‌ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର ଓ ୧୯୭୨ରେ ପିଏଚ୍‌.ଡି. ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ଗବେଷଣା ଉପଦେଷ୍ଟା ଥିଲେ ପ୍ରସିଦ୍ଧ ଗଣିତଜ୍ଞ କାଲିକ୍ସଟୋ କାଲ୍‌ଡେରୋନ୍‌। ସେ ବର୍ତ୍ତମାନ ଆମେରିକାର ଅଷ୍ଟିନ୍‌ସ୍ଥିତ ୟୁନିଭର୍ସିଟିରେ ‘ସିଡ୍‌ ରିଚାର୍ଡଶନ ଚେୟାର’ ଦାୟିତ୍ୱରେ ଅଛନ୍ତି। ଏଥିସହିତ ସେ ୟୁନିଭର୍ସିଟି ଅଫ୍‌ ମିନେସୋଟା, ଶିକାଗୋ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କଉରାଷ୍ଟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାଥ୍‌ମେଟିକାଲ ସାଇନସେସ୍‌ରେ ମଧ୍ୟ ପ୍ରଫେସର ଭାବେ କାର୍ଯ୍ୟ କରିଆସୁଛନ୍ତି। କାଫାରେଲି ୧୯୮୬ରୁ ୧୯୯୬ ଯାଏ ପ୍ରନ୍ସଟନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆଡ୍‌ଭାନ୍ସଡ୍‌ ଷ୍ଟଡିର ପ୍ରଫେସର ଥିଲେ। ୧୯୭୭ରେ ଅକ୍ଟା ମାଥ୍‌ମେଟିକାରେ ପ୍ରକାଶିତ ‘ଦି ରେଗୁଲାରିଟି ଅଫ୍‌ ଫ୍ରି ବାଉଣ୍ଡାରିଜ୍‌ ଇନ୍‌ ହାୟର ଡାଇମେନ୍ସନ୍ସ’ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ସେବେଠାରୁ ସେ ‘ଫ୍ରି ବାଉଣ୍ଡାରିଜ୍‌ ପ୍ରୋବ୍‌ଲେମ୍ସ ଆଣ୍ଡ୍‌ ନନ୍‌ଲିନିଅର୍‌ ପାର୍ସିଆଲ୍‌ ଡିଫେରେନ୍ସିଆଲ୍‌ ଇକ୍ୱେସନ୍ସ’ର ପ୍ରମୁଖ ବିଶେଷଜ୍ଞ ଭାବେ ଗଣାଯାଉଛନ୍ତି। ସେ କହିଛନ୍ତି, ‘ଆପଣ ସତ୍ୟରେ କେବେ ପହଞ୍ଚତ୍ ନ ପାରନ୍ତି, କିନ୍ତୁ ଅତିକମ୍‌ରେ ଏହାର ନିକଟବର୍ତ୍ତୀ ହୋଇପାରିବେ; ଯାହା ଜଟିଳତାର ବାସ୍ତବତାକୁ ସୂଚାଇବ’। ନରଓ୍ବେଜିଆନ୍‌ ଏକାଡେମୀ ଅଫ୍‌ ସାଇନ୍ସ ଆଣ୍ଡ୍‌ ଲେଟର୍ସ ଦ୍ୱାରା ଲୁଇଜ୍‌ କାଫାରେଲିଙ୍କୁ ପୁରସ୍କାର ଦିଆଯିବା ବେଳେ କୁହାଯାଇଛି ଯେ, ତାଙ୍କ ଗଣିତରେ ‘ବୈଷୟିକ ଧାର୍ମିକଭାବ’ ଫୁଟି ଉଠିଥାଏ। ଅର୍ଥାତ୍‌ ସେ ଅତି ସୂକ୍ଷ୍ମ ସ୍ତରର ପାର୍ଥକ୍ୟକୁ ଅତି ସହଜରେ ଦର୍ଶାଇଥାଆନ୍ତି, ଯେଭଳି ପାଣି ଓ ବରଫର ଅବସ୍ଥିତି ସୂଚାଏ। ତାଙ୍କ ଗବେଷଣାର ପ୍ରୟୋଗ ଜଣେ ମଣିଷର ରକ୍ତ ସଞ୍ଚାଳନଠାରୁ ଆରମ୍ଭ କରି ତେଲର ଚଳନକୁ ପୂର୍ବରୁ ଜାଣିବା, ଅଟୋମୋବାଇଲ ଇଞ୍ଜିନ୍‌ର ନିର୍ମାଣ, ଅର୍ଥ ସମ୍ବନ୍ଧୀୟ ଗଣିତ ଏବଂ ବିଶ୍ୱକୁ ବିଶ୍ଳେଷଣ କଲା ଭଳି ମୌଳିକ ମଡେଲକୁ ପରିମାର୍ଜିତ କରିବା ଦିଗରେ ଅଭିପ୍ରେତ।
ବୁଏନ୍ସ ଏରିସ୍‌ରୁ ପିଏଚ୍‌.ଡି. ଡିଗ୍ରୀ ଅର୍ଜନ କରିବା ପରେ କାଫାରେଲି ତତ୍‌କ୍ଷଣାତ୍‌ ମେଧାବୃତ୍ତି ପାଇ ଆମେରିକା ଚାଲିଯିବାରୁ ତାଙ୍କ ଗବେଷଣା ପରିସର ବ୍ୟାପକ ହୋଇଯାଇଥିଲା। ପ୍ରସିଦ୍ଧ ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆଡ୍‌ଭାନ୍ସଡ ଷ୍ଟଡି ଇନ୍‌ ପ୍ରିନ୍ସଟନ’ରେ ସେ ଦଶନ୍ଧିରୁ ଊର୍ଦ୍ଧ୍ୱ ଗବେଷଣା କରିଥିଲେ, ଯେଉଁଠାରେ ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ବିଜ୍ଞାନର ଗଭୀର ଅନ୍ବେଷଣରେ ନିମଗ୍ନ ଥିଲେ। କାଫାରେଲି କହିଥାଆନ୍ତି, ପଦାର୍ଥ ବିଜ୍ଞାନ ସହ ଗଣିତର ସଂଯୋଗ ବହୁ ଚିତ୍ତାକର୍ଷକ ଉଦ୍ଭାବନ ଆଣିଦେଇଥାଏ। ୭୪ ବର୍ଷୀୟ କାଫାରେଲି ଜୀବନବ୍ୟାପୀ ସାଧନା ପାଇଁ ଅନେକ ପୁରସ୍କାର ପାଇଛନ୍ତି। ସେ ବିଶ୍ୱର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ମଧ୍ୟ ପାଇଛନ୍ତି। ୨୦୦୫ରେ ରୟାଲ ସ୍ବିଡିଶ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ରୁ ସେ ମର୍ଯ୍ୟାଦାଜନକ ରୋଲ୍ଫ ସାକ୍‌ ପୁରସ୍କାର ପାଇଥିଲେ। ୨୦୧୨ରେ ଗଣିତରେ ଓ୍ବଲ୍ଫ ପ୍ରାଇଜ୍‌ ପାଇବା ପରେ ସେ ଆମେରିକାନ୍‌ ମ୍ୟାଥ୍‌ମେଟିକାଲ ସୋସାଇଟିର ଫେଲୋ ହୋଇଥିଲେ। ତେବେ ୨୦୨୩ରେ ‘ଏବେଲ ପୁରସ୍କାର’ ତାଙ୍କ ଗବେଷଣା ଜୀବନକୁ ପୂର୍ଣ୍ଣତା ଆଡ଼କୁ ନେଇଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri