Posted inଖେଳ

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ ମେସିଙ୍କ ଲାଗି ଐତିହାସିକ ସାବ୍ୟସ୍ତ ହୋଇଛି। ଏହି ମ୍ୟାଚ୍‌ ଜରିଆରେ ମେସି ବିଶ୍ୱକପ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ୬ଷ୍ଠ ଫିଫା ବିଶ୍ୱକପ୍‌ରେ ଖେଳିଛନ୍ତି। ହାଟ୍ରିକ୍‌ ଯୋଗୁ ବିଶ୍ୱକପ୍‌ରେ ତାଙ୍କ ଗୋଲ ସଂଖ୍ୟା ୧୬ରେ ପହଞ୍ଚତ୍ଛି। ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ସଂଖ୍ୟକ ଗୋଲ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ମେସି ବ୍ରାଜିଲର ମହାନ୍‌ ଫୁଟ୍‌ବଲର ରୋନାଲ୍ଡୋଙ୍କୁ ପଛରେ ପକାଇ ଜର୍ମାନୀର ଲିଜେଣ୍ଡ ମିରୋସ୍ଲାଭ କ୍ଲୋଜଙ୍କ ସମକକ୍ଷ ହୋଇଛନ୍ତି। ୧୯୯୪ରୁ ୨୦୦୬ ପର୍ଯ୍ୟନ୍ତ ଖେଳିଥିବା ରୋନାଲ୍ଡୋ ୪ଟି ବିଶ୍ୱକପ୍‌ ସଂସ୍କରଣରେ ୧୫ ଗୋଲ କରିଥିବା ବେଳେ ୨୦୦୨ରୁ ୨୦୧୪ ମଧ୍ୟରେ ୪ ବିଶ୍ୱକପ୍‌ରେ କ୍ଲୋଜ୍‌ ୧୬ ଗୋଲ କରିଥିଲେ। ୩୮ ବର୍ଷ ଓ ୩୫୭ ଦିନ ବୟସରେ ମେସି ବିଶ୍ୱକପ୍‌ରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ହାଟ୍ରିକ କରିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ଏହି ରେକର୍ଡ ପୂର୍ବରୁ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାମରେ ଥିଲା। ସେ ୨୦୧୮ ବିଶ୍ୱକପ୍‌ରେ ୩୩ ବର୍ଷ ଓ ୧୩୦ ଦିନ ବୟସରେ ସ୍ପେନ୍‌ ବିପକ୍ଷ ମ୍ୟାଚ୍‌ରେ ହାଟ୍ରିକ୍‌ ଗୋଲ ଦେଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri