Posted inଖେଳ

ମେସି, ବୋନମାଟି ଫିଫା ପ୍ଲେୟର ଅଫ୍‌ ଦ ଇୟର

ଲଣ୍ଡନ,୧୭ା୧(ପି.ଟି.): ଆଉ ଏକ ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି ଲିଓନେଲ୍‌ ମେସି ଓ ଆଇଟାନା ବୋନମାଟି। ସୋମବାର ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି ଉଭୟ ଖେଳାଳି। ପୂର୍ବରୁ ମେସି ରେକର୍ଡ ଅଷ୍ଟମ ଥର ପାଇଁ ବାଲନ୍‌ ଡି ଅର୍‌ ହାସଲ କରିଥିବା ବେଳେ ବୋନମାଟିଙ୍କୁ ମିଳିଥିଲା ବାଲନ୍‌ ଡି ଅର୍‌ ଫେମିନିନ ପୁରସ୍କାର। ମେସିଙ୍କୁ ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ମିଳିଥିବା ବେଳେ ଏର୍ଲିଙ୍ଗ ହାଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଉଭୟ ସମାନ ସଂଖ୍ୟକ ୪୮ ପଏଣ୍ଟ ପାଇଥିବା ବେଳେ ଟାଇବ୍ରେକରରେ ମେସି ବାଜି ମାରି ନେଇଥିଲେ। ଉଭୟ ମେସି ଓ ହାଲାଣ୍ଡ ପୁରସ୍କାର ପ୍ରଦାନ ଉତ୍ସବରେ ଅନୁପସ୍ଥିତ ରହିଥିଲେ। ମହିଳା ଖେଳାଳିଙ୍କ ମଧ୍ୟରେ ସ୍ପେନ୍‌ର ବିଶ୍ୱ କପ୍‌ ବିଜେତା ଖେଳାଳି ଆଇଟାନା ବୋନମାଟିଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା। ସ୍ପେନ୍‌ ଦଳର ଅନ୍ୟତମ ସଦସ୍ୟ ଜେନି ହର୍ମୋସୋ ଓ କଲମ୍ବିଆର ଲିଣ୍ଡା କାଇସେଡୋଙ୍କୁ ପଛରେ ପକାଇଥିଲେ।

ପୁରସ୍କାର ତାଲିକା
ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି: ଲିଓନେଲ୍‌ ମେସି (ଆର୍ଜେଣ୍ଟିନା/ଇଣ୍ଟର ମାୟାମି)। ଫିଫା ଶ୍ରେଷ୍ଠ ମହିଳା ଖେଳାଳି: ଆଇଟାନା ବୋନମାଟି (ସ୍ପେନ୍‌/ଏଫ୍‌ସି ବାସିଲୋନା)। ଫିଫା ଶ୍ରେଷ୍ଠ ପୁରୁଷ ଗୋଲକିପର୍‌: ଏଡେରସନ୍‌(ବ୍ରାଜିଲ୍‌/ମାଞ୍ଚେଷ୍ଟର ସିଟି)। ଫିଫା ଶ୍ରେଷ୍ଠ ମହିଳା ଗୋଲକିପର: ମେରୀ ଅର୍ପସ (ଇଂଲଣ୍ଡ/ମାଞ୍ଚେଷ୍ଟର ୟୁନାଇଟେଡ୍‌)। ଫିଫା ଶ୍ରେଷ୍ଠ ପୁରୁଷ କୋଚ୍‌: ପେପ୍‌ ଗର୍ଡିଓଲା (ସ୍ପେନ୍‌/ମାଞ୍ଚେଷ୍ଟର ସିଟି)। ଫିଫା ଶ୍ରେଷ୍ଠ ମହିଳା କୋଚ୍‌: ସରିନା ଓ୍ବିଗମ୍ୟାନ(ନେଦରଲାଣ୍ଡ୍ସ/ଇଂଲଣ୍ଡ ଜାତୀୟ ଦଳ)। ଫିଫା ପୁସ୍‌କାସ୍‌ ଆଓ୍ବାର୍ଡ: ଗୁଇଲହେରମେ ମାଡ୍ରୁଗା (ବ୍ରାଜିଲ/ ବୋଟାଫୋଗୋ)। ଫିଫା ସ୍ବତନ୍ତ୍ର ପୁରସ୍କାର: ମାର୍ଟା। ଫିଫା ଫେୟାର ପ୍ଲେ ପୁରସ୍କାର: ବ୍ରାଜିଲ ପୁରୁଷ ଦଳ। ଫିଫା ଫ୍ୟାନ୍‌ ପୁରସ୍କାର: ହ୍ୟୁଗୋ ଡାନିଏଲ ଟୋଟୋ ଇନିଗୁଏଜ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri