କର୍ଲାମୁଣ୍ଡା,୨୩ା୫(ପ୍ରଦୀପ କୁମାର ସାହୁ): ସମାଜର ଶୋଷକ ଗୋଷ୍ଠୀ ସୁରକ୍ଷିତ ଥିବାବେଳେ ପହଲଗାମ ହିଂସା ଭଳି ଘଟଣାରେ ଦେଶର ନିରୀହ ଜନତା ଆତଙ୍କବାଦର ଶିକାର ହେଉଛନ୍ତି। ଏହି ଆତଙ୍କବାଦକୁ ଏକ ପାଶବିକ ପ୍ରକୃତି ଭାବରେ ବାଲୁକା କଳା ମାଧ୍ୟମରେ ଚିତ୍ରଣ କରିଛନ୍ତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ। ଜାତି ବା ଧର୍ମ ବିରୋଧରେ ନୁହେଁ, ଆତଙ୍କବାଦ ବିରୋଧରେ ସମସ୍ତେ ଲଢେଇ କରିବା ପାଇଁ ସେ ତାଙ୍କ ବାଲୁକା କଳାରେ ସନ୍ଦେଶ ଦେଇଛନ୍ତି।

