ସାରା ରାଜ୍ୟରେ ବୁଲି ବୁଲି ପ୍ରଚାର କରୁଥିଲେ ଶ୍ରୀମା ଅରବିନ୍ଦଙ୍କ ବାଣୀ, ସମସ୍ତଙ୍କୁ ଛାଡ଼ି ଚାଲିଗଲେ ରଘୁ ଭାଇ

ଭଞ୍ଜନଗର,୩୦ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀ ଅରବିନ୍ଦ ଶକ୍ତିପୀଠର ବର୍ତ୍ତମାନର ଟ୍ରଷ୍ଟି, ଶ୍ରୀ ଅରବିନ୍ଦ ପାଠଚକ୍ର ଭଞ୍ଜନଗର ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା (୮୯) ସୋମବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ଏଥିସହ ପଣ୍ଡା ଶ୍ରୀଅରବିନ୍ଦ ସଂଗଠନର ରାଜ୍ୟର ବିଭିନ୍ନ କର୍ମକର୍ତ୍ତା ଦାୟିତ୍ୱରେ ମଧ୍ୟ ଅନେକ ସମୟ ଥିଲେ। ତାଙ୍କ ପ୍ରଚେଷ୍ଟାରେ ଗଞ୍ଜାମ ସମେତ ରାଜ୍ୟର ଅନେକ ସ୍ଥାନରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ପାଠଚକ୍ର ସମେତ ଅନେକ ଧ୍ୟାନ ମନ୍ଦିର ସ୍ଥାପନ ହୋଇପାରିଥିଲା। ଭଞ୍ଜନଗର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଶ୍ରୀଅରବିନ୍ଦ ଶକ୍ତିପୀଠ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଉକ୍ତ ଦୁଇ ଅନୁଷ୍ଠାନର ସଭାପତି ବହୁବର୍ଷ ଧରିଥିଲେ। ଶ୍ରୀମାଙ୍କ ବାଣୀ ସେ ରାଜ୍ୟ ସାରା ବୁଲି ବୁଲି ପ୍ରଚାର କରୁଥିଲେ।
ରାଜ୍ୟର ଜଣେ ଜଣାଶୁଣା ମାତୃପ୍ରେମୀ ଭାବେ ରଘୁନାଥ ଭାଇ ପରିଚିତ ଥିଲେ। ତାଙ୍କର ବିୟୋଗରେ ମାତୃ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସନ୍ଧ୍ୟାରେ ଭଞ୍ଜନଗରରେ ତାଙ୍କ ମରଶରୀର ପହଞ୍ଚିବା ପରେ ସ୍ଥାନୀୟ ଶ୍ରୀ ଅରବିନ୍ଦ ଶକ୍ତିପୀଠରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ କିଛି ସମୟ ରଖାଯିବ ବୋଲି ତାଙ୍କ ବଡ଼ ପୁଅ ତଥା ଘୁମୁସର ଆବାସିକ ମହାବିଦ୍ୟାଳୟର ସମ୍ପାଦକ ତ୍ରୈଲୋକ୍ୟ ପଣ୍ଡା ଏଠାରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସ୍ବର୍ଗତ ପଣ୍ଡା ଡହ ଜଳସେଚନ ବିଭାଗର ଏସ୍‌ଡିଓ ଥିଲେ। ତାଙ୍କରି ସମୟରେ ଡହ ଜଳଭଣ୍ଡାର ପ୍ରକଳ୍ପ କାର୍ଯ୍ୟ ହୋଇଥିଲା। ସେ ଭଞ୍ଜନଗର ସହରତଳି ଲଣ୍ଡେଇସାହି ଗାୟତ୍ରୀ ନଗରରେ ବାସିନ୍ଦା ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri