Categories: ଜାତୀୟ

ଭାଇଚାରାର ଅନନ୍ୟ ଉଦାହରଣ: ହିନ୍ଦୁ ମନ୍ଦିର ଆଗରେ ବିବାହ କଲେ ମୁସଲମାନ ଯୋଡି

ଶିମ୍‌ଲା,୬।୩: ହିମାଚଳ ପ୍ରଦେଶର ଶିମଲା ଜିଲାର ରାମପୁରରେ ଜଣେ ମୁସଲମାନ ଦମ୍ପତି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମୁସଲମାନ ଦମ୍ପତି ରାମପୁରର ସତ୍ୟ ନାରାୟଣ ମନ୍ଦିର ପରିସରରେ ବିବାହ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଠାକୁର ସତ୍ୟ ନାରାୟଣ ମଣ୍ଡଳ କମ୍ପ୍ଲେକ୍ସରେ ଏକ ଭୋଜି ହଲ ଅଛି, ଯାହା ବିବାହ ଏବଂ ଅନ୍ୟାନ୍ୟ ଧାର୍ମିକ ସାମାଜିକ କାର୍ଯ୍ୟ ପାଇଁ ବୁକ କରାଯାଇଥାଏ। ଏହି ହଲ୍‌ରେ ସମ୍ପୃକ୍ତ ମୁସଲମାନ ଦମ୍ପତି ବିବାହ କରିଥିଲେ।
ମୌଲବୀ ମନ୍ଦିର ପରିସରରେ ନିକାହ ପଢିଥିଲେ। ଏହି ସମୟରେ ଓକିଲ ମଧ୍ୟ ସାକ୍ଷୀ ଭାବରେ ଉପସ୍ଥିତ ଥିଲେ। ହିନ୍ଦୁ ମନ୍ଦିର ପରିସରରେ ଘଟିଥିବା ଏହି ବିବାହର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ପାରସ୍ପରିକ ଭାଇଚାରା ଏବଂ ଧାର୍ମିକ ସମନ୍ବୟ ରକ୍ଷା କରିବା। ସୂଚନାଯୋଗ୍ୟ ଯେ, ସତ୍ୟ ନାରାୟଣ ମଣ୍ଡଳ ହେଉଛି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ ଏବଂ ବିଶ୍ୱ ହିନ୍ଦୁ ପରିଷଦର ଜଲା କାର୍ଯ୍ୟାଳୟ।

Share