Categories: ଜାତୀୟ

କଶ୍ମୀର ଆତଙ୍କବାଦୀଙ୍କୁ ଜୈଶ୍‌ କମାଣ୍ଡରଙ୍କ ବାର୍ତ୍ତା: ବିସ୍ଫୋରକ ଯୋଗାଣରେ ସମସ୍ୟା ହେଉଛି

ନୂଆଦିଲ୍ଲୀ, ୨୫ା୧୧: ଜମ୍ମୁର ନାଗ୍ରୋଟାରେ ୪ ସଶସ୍ତ୍ର ପାକ୍‌ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଆତଙ୍କବାଦୀ ଶିବିରରେ କୋକୁଆ ଭୟ ସୃଷ୍ଟି ହୋଇଛି। କଶ୍ମୀରରେ ଥିବା ଜୈଶ୍‌-ଇ- ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କୁ ବିସ୍ଫୋରକ ଓ ବିଭିନ୍ନ ମାରଣାସ୍ତ୍ର ଯୋଗାଇବାରେ ସମସ୍ୟା ଦେଖାଦେଇଛି। ଏନେଇ ଜେଇଏମ୍‌ ମୁଖ୍ୟ ମାସୁଦ୍‌ ଆଝାରଙ୍କ ସାନଭାଇ ତଥା ଅପରେଶନାଲ କମାଣ୍ଡର ମୁଫ୍‌ତି ଅସ୍‌ଘର କଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ବାର୍ତ୍ତାଦେଇ କହିଛନ୍ତି। ନାଗ୍ରୋଟାରେ ନଭେମ୍ବର ୧୯ରେ ସୁରକ୍ଷା ବାହିନୀଙ୍କ ଶିକାର ହୋଇଥିବା ୪ ଆତଙ୍କବାଦୀଙ୍କୁ ଅସ୍‌ଘର ଭାରତକୁ ପଠାଇ ଆତଙ୍କ ସୃଷ୍ଟିକରିବା ଲାଗି ପ୍ରୟାସ କରିଥିଲା। ଏହା ବିଫଳ ହେବା ପରେ ପୁଣି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି। ଜେଇଏମ୍‌, ଏଲ୍‌ଇଟି, ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସୀମାରେ ସକ୍ରିୟ ଅଛନ୍ତି। ଏଥିସହ ଭାରତ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଲାଗି ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଯୋଗାଣରେ ସମସ୍ୟା ଦେଖାଦେଇଥିବା ସେ  କହିଛନ୍ତି।

Share