ସାମ୍ପୁଲ ନ ଦେଇ ଏମ୍‌ପିଙ୍କ ମୋବାଇଲ୍‌ରେ ଆସିଲା ମେସେଜ…

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ ପାଇଁ ସଂଗ୍ରହ ହେଉଥିବା ସାମ୍ପୁଲ ସମ୍ପର୍କିତ ମେସେଜ ନେଇ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। କଂଗ୍ରେସ ରାଜ୍ୟସଭା ଏମ୍‌ପି ଦିଗ୍‌ ବିଜୟ ସିଂଙ୍କ ପାଖକୁ ଏଭଳି ଏକ ମେସେଜ ଆସିଛି। ସେ ସାମ୍ପୁଲ ପରୀକ୍ଷା ଲାଗି ନ ଦେବା ପୂର୍ବରୁ ତାଙ୍କ ମୋବାଇଲ୍‌ରେ ତାଙ୍କ ସାମ୍ପୁଲ ସଂଗ୍ରହ ହୋଇଥିବା ମେସେଜ୍‌ ଆସିଛି। ଏହାକୁ ନେଇ ଦିଗବିଜୟ ଦ୍ୱନ୍ଦରେ ପଡ଼ିଛନ୍ତି। ଏନେଇ ସେ ଟୁଇଟ୍‌ କରି ଗୁରୁବାର ସୂଚନା ଦେଇଛନ୍ତି। ତାଙ୍କଠାରୁ ଆରଟି-ପିସିଆର୍‌ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ କରାଯାଇ ନ ଥିତ୍ବାବେଳେ ପୂର୍ବାହ୍ନ ୯ଟା ୩୯ରେ ଏଭଳି ମେସେଜ୍‌ ମୋବାଇଲକୁ ଆସିଥିବା ସେ କହିଛନ୍ତି।

Share