ମର୍କେଲଙ୍କ ପାର୍ଟିର ପରାଜୟ

ବର୍ଲିନ୍‌, ୨୮ା୯: ଜର୍ମାନୀର ସାଧାରଣ ନିର୍ବାଚନରେ ବିଦାୟୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟି କମ୍‌ ପ୍ରତିଶତ ଭୋଟ ବ୍ୟବଧାନରେ ପରାଜିତ ହୋଇଛି। ମର୍କେଲ ଚଳିତ ଥର ଚାନ୍‌ସେଲର ପଦରେ ରହିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି। ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି(ଏସ୍‌ଡିପି) ସର୍ବାଧିକ ଭୋଟ ପାଇ ବୃହତ୍ତମ ଦଳ ହୋଇଛି। ତେବେ ଜର୍ମାନୀରେ ମେଣ୍ଟ ସରକାର ଗଠନ ହେବାକୁ ଯାଉଥିବାବେଳେ ଏସ୍‌ଡିପିର ଚାନ୍‌ସେଲର ପ୍ରାର୍ଥୀ ତଥା ବିଦାୟୀ ଭାଇସ୍‌-ଚାନ୍‌ସେଲର ଓଲାଫ ସ୍କୋଲ୍‌ଜ ପରବର୍ତ୍ତୀ ଚାନ୍‌ସେଲର ହୋଇପାରନ୍ତି।
ଜର୍ମାନୀରେ ୨୯୯ ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ଭୋଟ ଗଣନା ହୋଇଥିବାବେଳେ ଏସ୍‌ଡିପିକୁ ୨୫.୯ ପ୍ରତିଶତ ଏବଂ କଞ୍ଜରଭେଟିଭ ପାର୍ଟିକୁ ୨୪.୧ ପ୍ରତିଶତ ଭୋଟ ମିଳିଛି। ୧୪.୮ ପ୍ରତିଶତ ଭୋଟ ପାଇଁ ଗ୍ରୀନ ପାର୍ଟି ତୃତୀୟ ବୃହତ୍ତମ ଦଳ ହୋଇଛି। ଫ୍ରି ଡେମୋକ୍ରାଟିକ୍‌ ଦଳ(ଏଫ୍‌ଡିପି)କୁ ୧୧.୫% ଭୋଟ ଯାଇଛି। ଉଭୟ ଗ୍ରୀନ ପାର୍ଟି ଏବଂ ଏଫ୍‌ଡିପି ନୂଆ ସରକାର ଗଠନରେ ସହଯୋଗ କରିବେ ବୋଲି ପୂର୍ବରୁ କହିଛନ୍ତି। ସେହିପରି ଅଲ୍‌ଟରନେଟିଭ୍‌ ଫର୍‌ ଜର୍ମାନୀ ପାର୍ଟି ୧୦.୩ ପ୍ରତିଶତ ଭୋଟ ପାଇ ପଞ୍ଚମ ସ୍ଥାନରେ ରହିଛି। ତେଣୁ ଜର୍ମାନୀରେ ମେଣ୍ଟ ସରକାର ଗଠନ ହୋଇପାରେ ବୋଲି ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି। ୬୩ ବର୍ଷୀୟ ଓଲାଫ୍‌ ସ୍କୋଲ୍‌ଜ ଗ୍ରୀନ୍‌ ପାର୍ଟି ଓ ଏଫ୍‌ଡିପି ସହ ମିଶି ସରକାର ଗଢ଼ିବାକୁ ଆଲୋଚନା କରିପାରନ୍ତି। ଏହା ହେଲେ ୨୦୦୫ ପରେ ଏସ୍‌ଡିପି ଶାସନକୁ ଆସିବ। ପୂର୍ବରୁ ୧୬ ବର୍ଷ ପର୍ଯ୍ୟନ୍ତ ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟିର ଶାସନ ରହିଥିଲା। ମର୍କେଲଙ୍କ ଅଧୀନରେ ଜର୍ମାନୀ ୟୁରୋପର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ହୋଇପାରିଛି। ସେଥିପାଇଁ ଜର୍ମାନୀକୁ ୟୁରୋପର ‘ଗ୍ରୋଥ୍‌ ଇଞ୍ଜିନ୍‌’ କୁହାଯାଏ। ଚାନ୍‌ସେଲର ଭାବେ ୟୁରୋପୀୟ ୟୁନିୟନର ଏକତା ବଜାୟ ରଖିବା ପାଇଁ ମର୍କେଲ ବହୁ ଉଦ୍ୟମ କରିଛନ୍ତି। ୨୦୦୮ର ଅର୍ଥନୈତିକ ଦୁରାବସ୍ଥା, ୟୁରୋପୀୟ ୟୁନିୟନରୁ ବ୍ରିଟେନର ବିଦାୟ(ବ୍ରେକ୍‌ଜିଟ୍‌), ଗ୍ରୀସର ଅର୍ଥନୈତିକ ସଙ୍କଟ ଏବଂ କରୋନା ମହାମାରୀ ସମୟରେ ମର୍କେଲ ସମଗ୍ର ୟୁରୋପର ନେତୃତ୍ୱ ନେଇଛନ୍ତି। ତେବେ ସରକାର ଗଠନ ହେବା ନିମନ୍ତେ କିଛି ସପ୍ତାହ କିମ୍ବା ମାସାଧିକ କାଳ ଲାଗିପାରେ। ସେ ପର୍ଯ୍ୟନ୍ତ ମର୍କେଲ ଶାସନରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri