Posted inଫୁରସତ

ମେରିଗୋଲ୍ଡ ଡାଇମଣ୍ଡ ରିଙ୍ଗ

ହାତରେ ବଡ଼ ବଡ଼ ରିଙ୍ଗ ବା ମୁଦି ପିନ୍ଧିବା ଆଜିକାଲି ଫ୍ୟାଶନ୍‌ ପାଲଟିଗଲାଣି। ଉତ୍ତରପ୍ରଦେଶ, ମିରଟ୍‌ର ଜଣେ ଗହଣା ନିର୍ମାତା ତିଆରି କରିଛନ୍ତି ସେମିତି ଏକ ସୁନ୍ଦର ବଡ଼ ରିଙ୍ଗ। ହେଲେ ଏହାକୁ ପିନ୍ଧିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏହା ସବୁଠୁ ଅଧିକ ହୀରା ଲାଗିଥିବା ମୁଦିଭାବେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ପୂର୍ବରୁ ଏହି ରେକର୍ଡ ହାଇଦ୍ରାବାଦର ଜୁଏଲର୍‌ କୋଟି ଶ୍ରୀକାନ୍ତଙ୍କ ନାମରେ ଥିଲା। ଯେ କି ୭୮୦୧ ହୀରାଖଚିତ ମୁଦି ତିଆରି କରିଥିଲେ। କିନ୍ତୁ ମିରଟ୍‌ର ଜୁଏଲର୍‌ ହର୍ଷିତ ବଂଶଲ ‘ମେରିଗୋଲ୍ଡ ଡାଇମଣ୍ଡ ରିଙ୍ଗ’ ନାମକ ମୁଦି ତିଆରି କରି ସେହି ରେକର୍ଡ ଭାଙ୍ଗିଛନ୍ତି। ୮ ଲେୟରବିଶିଷ୍ଟ ଏହି ମୁଦି ୧୬୫.୪୫ଗ୍ରାମର ଅଟେ। ଏଥିରେ ୩୮.୦୮ କ୍ୟାରେଟ୍‌ର ୧୨, ୬୩୮ଟି ହୀରା ଖଚିତ ହୋଇଛି। ହର୍ଷିତ କହନ୍ତି, ‘ମୁଁ ଓ ମୋ ପତ୍ନୀ ୨୦୧୮ରେ ଅଧିକ ହୀରାଖଚିତ ମୁଦି ସମ୍ପର୍କରେ ପଢିଥିଲୁ। ଏହାପରେ ହିଁ ନିଜେ ସବୁଠାରୁ ଅଧିକ ହୀରାଖଚିତ ମୁଦି ତିଆରି କରିବାକୁ ନିଷ୍ପତ୍ତି ନେଲି। ଆଉ ସେହି ବର୍ଷ ମୁଦି ତିଆରି କାମ ଆରମ୍ଭ କଲି। ୨୦୨୦ରେ ଏହାର ତିଆରି ସରିଲା। ଏଥିରେ ବ୍ୟବହୃତ ସବୁ ହୀରାକୁ ଆମେ ଭଲଭାବେ ପରୀକ୍ଷଣ କରିଛୁ। ଏସବୁ ଉଚ୍ଚ ଗୁଣବତ୍ତାସମ୍ପନ୍ନ ଅଟେ। ମୁଦିକୁ ଇଣ୍ଟରନ୍ୟାଶନାଲ ଜେମୋଲୋଜିକାଲ ଲାବରେଟୋରି ଦ୍ୱାରା ମଧ୍ୟ ସ୍ବୀକୃତି ମିଳିଛି। ତେବେ ପ୍ରାରମ୍ଭରେ ମୁଦିର ଡିଜାଇନ୍‌ କେଉଁଭଳି କରିବି ଭାବି ପାରୁ ନ ଥିଲି। ଶେଷରେ ନିଜ ବଗିଚାରୁ ହିଁ ଡିଜାଇନ୍‌ ମିଳିଥିଲା। ଦିନେ ବଗିଚାର ଏକ ଗେଣ୍ଡୁ ଫୁଲ ମତେ ଆକର୍ଷିତ କରିଥିଲା। ଆଉ ତାକୁ ଛିଣ୍ଡାଇ ମୁଁ ହାତରେ ମୁଦି ଭଳି ରଖିଲି। ନିଷ୍ପତ୍ତି ନେଲି ମୁଦି ଡିଜାଇନ୍‌ ଗେଣ୍ଡୁ ଫୁଲ ଭଳି କରିବି ବୋଲି। ଏହି ମୁଦିର ବିଶେଷତ୍ୱ ହେଉଛି ଯେ, ମୁଦିର ପ୍ରତ୍ୟେକ ପାଖୁଡା ପରସ୍ପରଠାରୁ ଭିନ୍ନ। ତେବେ ଏହି ସୁନ୍ଦର ମୁଦି ବିକ୍ରି ପାଇଁ ଉଦ୍ଦିଷ୍ଟ ନୁହେଁ। କାରଣ ଏହା ଆମର ଭାବନା ସହ ଜଡିତ ହୋଇ ଅଛି।’


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri