ବୁଧଙ୍କ ଉଦୟରେ ୫ ରାଶିଙ୍କ ଭାଗ୍ୟ ଚମକିବ! ନୂଆ ଚାକିରି ସାଙ୍ଗକୁ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ବିବେକ ଓ ବ୍ୟବସାୟର କାରକ ଭାବେ ବିବେଚନା କରାଯାଏ । ନିକଟରେ ବୁଧଙ୍କ ଉଦୟ ହୋଇଥିବା ବେଳେ ଏହାର ପ୍ରଭାବ ଆଗାମୀ ୨୦ ଦିନ ପର୍ଯ୍ୟନ୍ତ ରହିବ ବୋଲି ଜ୍ୟୋତିଷୀୟ ମାନ୍ୟତା ରହିଛି । ଏହି ସମୟରେ ୫ଟି ରାଶିର ଜାତକଙ୍କ କ୍ୟାରିୟର, ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।

କୁମ୍ଭ- କୁମ୍ଭ ରାଶିର ଜାତକଙ୍କ ପାଇଁ ବୁଧଙ୍କ ଉଦୟ ଆର୍ଥିକ କ୍ଷେତ୍ରରେ ଆଶ୍ୱସ୍ତି ଆଣିପାରେ । ଦୀର୍ଘଦିନ ଧରି ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । କଥାବାର୍ତ୍ତା ଶୈଳୀ ଓ କାର୍ଯ୍ୟଦକ୍ଷତା ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ।

କନ୍ୟା- କନ୍ୟା ରାଶିର ଜାତକଙ୍କ ପାଇଁ ଆଗାମୀ ୨୧ ଦିନ ଲାଭଦାୟକ ହୋଇପାରେ । ବୁଦ୍ଧିମତ୍ତା ଓ କାର୍ଯ୍ୟକ୍ଷମତାରେ ବୃଦ୍ଧି ହେବାର ଯୋଗ ରହିଛି । ଚାକିରିରେ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ସମ୍ପର୍କରେ ଖୁସି ଖବର ମିଳିପାରେ । ନୂଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିପାରେ । ବ୍ୟବସାୟୀଙ୍କ ପାଇଁ ନୂଆ ସମ୍ପର୍କ ଲାଭଦାୟକ ହୋଇପାରେ ।

ମିଥୁନ-ମିଥୁନ ରାଶିର ସ୍ୱାମୀ ବୁଧ ହୋଇଥିବାରୁ ଏହି ରାଶିର ଜାତକଙ୍କ ପାଇଁ ବୁଧଙ୍କ ଉଦୟ ବିଶେଷ ଗୁରୁତ୍ୱ ରଖେ । ଏହି ସମୟରେ କ୍ୟାରିୟରରେ ଆଗକୁ ବଢ଼ିବାର ନୂଆ ରାସ୍ତା ଖୋଲିପାରେ । ଚାକିରି କ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଓ ପ୍ରତିଭାକୁ ଉଚିତ ମାନ୍ୟତା ମିଳିପାରେ । ଅଧିକାରୀଙ୍କ ସହ ସମ୍ପର୍କ ଭଲ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ରଙ୍କୁ ଖୁସି ଖବର ମିଳିପାରେ।

ମକର- ଏହି ରାଶିର ଜାତକଙ୍କ ପାଇଁ ବୁଧଙ୍କ ଉଦୟ ଅନେକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିପାରେ । ଚାକିରି କରୁଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ସହଯୋଗ ମିଳିବା ସହ କାର୍ଯ୍ୟର ପ୍ରଶଂସା ମିଳିପାରେ । ବ୍ୟବସାୟରେ ବଡ଼ ଡିଲ୍‌ ମିଳିବାର ସମ୍ଭାବନା ରହିଛି। ଦୀର୍ଘଦିନ ଧରି ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା କରୁଥିଲେ ଏହାକୁ ଆଗକୁ ବଢ଼ାଇବାର ସୁଯୋଗ ମିଳିପାରେ।

ତୁଳା- ତୁଳା ରାଶିର ଜାତକଙ୍କ ପାଇଁ ବୁଧଙ୍କ ଉଦୟ ବିଶେଷ ଲାଭଦାୟକ ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସଙ୍କେତ ରହିଛି । ଚାକିରି ବଦଳାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିପାରେ । ବ୍ୟବସାୟରେ ନୂଆ ଲୋକଙ୍କ ସହ ସମ୍ପର୍କ ବଢ଼ିବ, ଯାହା ଭବିଷ୍ୟତରେ ଲାଭଦାୟକ ହୋଇପାରେ।

Share