ଦାରିଙ୍ଗବାଡ଼ିରେ ଖସିଲା ପାରଦ: ବୃଦ୍ଧି ପାଉଛି ଶୀତ

ଦାରିଙ୍ଗବାଡ଼ି,୨୮ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଫୁଲବାଣୀରେ ସର୍ବନିମ୍ନ ୧୫ଡିଗ୍ରୀ ତାପମାତ୍ରା ରହିଛି। ଧିରେ ଧିରେ ପାଗ ଶୁଖିଲା ରହିବା ସହ ଖରା ରହୁଛି। ଫଳରେ ଶୀତ ବଢ଼ିବାରେ ଲାଗିଛି।