ବୁଧଙ୍କ ସିଧା ଚଳନ: ୬ ରାଶିଙ୍କର ଲାଗିଲା ବଡ଼ ଲଟେରୀ, ଚାରିଆଡୁ ହୁ ହୁ ହୋଇ ବଢିବ ଟଙ୍କା, ଚାକିରିରେ ପ୍ରମୋଶନ

ବୈଦିକ ଜ୍ୟୋତିଷ ଅନୁସାରେ, ଆସନ୍ତା ୧୩ ନଭେମ୍ବର ୨୦୨୬ରେ ବୁଧଦେବ ତୁଳା ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧଦେବଙ୍କୁ ବୁଦ୍ଧି, ବାଣୀ, ଯୋଗାଯୋଗ, ବ୍ୟବସାୟ, ଶିକ୍ଷା ଓ ତର୍କଶକ୍ତିର କାରକ ଭାବେ ବିବେଚନା କରାଯାଏ। ତାଙ୍କର ମାର୍ଗୀ ଚଳନ ଯୋଗୁଁ ଅଟକି ରହିଥିବା କାର୍ଯ୍ୟରେ ଧୀରେ ଧୀରେ ଉନ୍ନତି ଆସିବା ସହ ଯୋଗାଯୋଗରେ ସୁଧାର ଆସିପାରେ। ଏହାସହ ଲୋକମାନେ ଅଧିକ ବ୍ୟବହାରିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରନ୍ତି।

ତୁଳା ରାଶିର ସ୍ବାମୀ ଶୁକ୍ରଦେବ। ଏହି ରାଶି ସମ୍ପର୍କ, ସହଭାଗିତା, ସନ୍ତୁଳନ ଓ ସମନୱୟର ପ୍ରତୀକ। ତେଣୁ ତୁଳା ରାଶିରେ ବୁଧଦେବଙ୍କ ମାର୍ଗୀ ଚଳନ ଯୋଗୁ ବ୍ୟବସାୟିକ ଆଲୋଚନା, ବୃତ୍ତିଗତ ସମ୍ପର୍କ, ଆର୍ଥିକ ଯୋଜନା ଓ ବ୍ୟକ୍ତିଗତ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ତେବେ ଏହି ଗୋଚର କେଉଁ କେଉଁ ରାଶି ପାଇଁ ଶୁଭ ଫଳ ଆଣିପାରେ ଜାଣନ୍ତୁ।

ବୃଷ: ବୁଧଦେବ ଆପଣଙ୍କ ରାଶିର ଷଷ୍ଠ ଭାବରେ ମାର୍ଗୀ ହେବେ। ଏହି ସମୟରେ ଚାକିରି, ପ୍ରତିଯୋଗିତା ଓ ଦୀର୍ଘଦିନ ଧରି ଅଟକି ରହିଥିବା ବିବାଦ ସମ୍ପର୍କିତ ମାମଲାରେ ସୁଧାର ଆସିପାରେ। କର୍ମଜୀବୀମାନେ ନିଜ ଦକ୍ଷତା ପ୍ରମାଣ କରିବା ସହ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଏକାଗ୍ରତା ବୃଦ୍ଧି ପାଇପାରେ। ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ କରିବା ମଧ୍ୟ ସହଜ ହୋଇପାରେ। ପୁରୁଣା ଋଣ କିମ୍ବା ଅଟକି ରହିଥିବା ଟଙ୍କା ଫେରସ୍ତ ପାଇଁ ରାସ୍ତା ମିଳିପାରେ। ଏହି ସମୟରେ ସୁସ୍ଥ ଜୀବନଶୈଳୀ ଆପଣାଇବା ଜରୁରୀ।

କର୍କଟ: ବୁଧଦେବ ଆପଣଙ୍କ ରାଶିର ଚତୁର୍ଥ ଭାବରେ ମାର୍ଗୀ ହେବେ। ଏହି ଗୋଚର ଘର, ପରିବାର, ସମ୍ପତ୍ତି ଓ ସୁଖସୁବିଧା ସହ ଜଡ଼ିତ କ୍ଷେତ୍ରରେ ସକାରାତ୍ମକ ଫଳ ଦେଇପାରେ। ଯଦି ଆପଣ ଘର, ଜମି କିମ୍ବା ଗାଡ଼ି କିଣିବାକୁ ଯୋଜନା କରୁଥିଲେ, ତେବେ ଏ ସମ୍ପର୍କିତ ଆଲୋଚନା ଆଗକୁ ବଢ଼ିପାରେ। ପରିବାରରେ ରହିଥିବା ଭୁଲ ବୁଝାମଣା ଦୂର ହୋଇପାରେ। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମନୋନିବେଶ ବଢ଼ିବ। ଘରଠାରୁ ଦୂରରେ ରହୁଥିବା ଲୋକଙ୍କୁ ପରିବାର ସଦସ୍ୟଙ୍କଠାରୁ ଭଲ ଖବର ମିଳିପାରେ।

ସିଂହ: ବୁଧଦେବ ଆପଣଙ୍କ ରାଶିର ତୃତୀୟ ଭାବରେ ମାର୍ଗୀ ହେବେ। ଏହା ଆପଣଙ୍କ ସାହସ, ଯୋଗାଯୋଗ ଦକ୍ଷତା ଓ ଆତ୍ମବିଶ୍ୱାସ ବଢ଼ାଇପାରେ। କର୍ମଜୀବୀଙ୍କୁ ନୂଆ ପ୍ରୋଜେକ୍ଟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ବ୍ୟବସାୟୀମାନେ ବିଜ୍ଞାପନ, ବିକ୍ରି ଓ ନୂଆ ବ୍ୟବସାୟିକ ସମ୍ପର୍କରୁ ଲାଭବାନ ହୋଇପାରନ୍ତି। ନିଜ ମତାମତକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିବାର ଦକ୍ଷତା ନୂଆ ସମ୍ପର୍କ ଗଢ଼ିବାରେ ସହାୟକ ହେବ। ଭାଇଭଉଣୀଙ୍କ ସହ ସମ୍ପର୍କ ମଧ୍ୟ ଭଲ ହୋଇପାରେ। ଛୋଟ ଦୂରତାର ଯାତ୍ରା ଲାଭଦାୟକ ହେବାର ସମ୍ଭାବନା ରହିଛି।

କନ୍ୟା: ବୁଧଦେବ ଆପଣଙ୍କ ରାଶିର ଦ୍ୱିତୀୟ ଭାବରେ ମାର୍ଗୀ ହେବେ। ବୁଧଦେବ ଆପଣଙ୍କ ରାଶିର ସ୍ବାମୀ ହୋଇଥିବାରୁ ଏହି ଗୋଚର ବିଶେଷ ମହତ୍ତ୍ୱ ରଖୁଛି। ଧନ, ସଞ୍ଚୟ ଓ ପାରିବାରିକ ମାମଲାରେ ସୁଧାର ଆସିପାରେ। ଚାକିରି କରୁଥିବା ଲୋକଙ୍କ ଦରମା ବୃଦ୍ଧି କିମ୍ବା ଆର୍ଥିକ ଲାଭକୁ ନେଇ ଅନୁକୂଳ ଆଲୋଚନା ହୋଇପାରେ। ବ୍ୟବସାୟୀମାନେ ପୁରୁଣା ଗ୍ରାହକ କିମ୍ବା ନୂଆ ବ୍ୟବସାୟିକ ଚୁକ୍ତି ମାଧ୍ୟମରେ ଲାଭ ପାଇପାରନ୍ତି। ଛାତ୍ରୀଛାତ୍ରଙ୍କ ଏକାଗ୍ରତା ଓ ବୁଝିବା ଶକ୍ତି ବଢ଼ିପାରେ। ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ଦିଗରେ ଧ୍ୟାନ ଦିଅନ୍ତୁ।

ଧନୁ: ବୁଧଦେବ ଆପଣଙ୍କ ରାଶିର ଏକାଦଶ ଭାବରେ ମାର୍ଗୀ ହେବେ। ଏହି ଭାବ ଆୟ, ଲାଭ, ବନ୍ଧୁତା, ବ୍ୟବସାୟିକ ସମ୍ପର୍କ ଓ ଆକାଂକ୍ଷା ପୂରଣର ପ୍ରତୀକ। ଏହି ଗୋଚର ଆର୍ଥିକ ଉନ୍ନତି ପାଇଁ ଅନୁକୂଳ ହୋଇପାରେ। ଆପଣ ଆୟର ନୂଆ ଉତ୍ସ ଖୋଜିପାରନ୍ତି କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ସହାୟତା ପାଇପାରନ୍ତି। କର୍ମଜୀବୀମାନେ ବରିଷ୍ଠ ଅଧିକାରୀ ଓ ବ୍ୟବସାୟିକ ସମ୍ପର୍କରୁ ଲାଭବାନ ହୋଇପାରନ୍ତି। ବ୍ୟବସାୟୀମାନେ ନୂଆ ଗ୍ରାହକଙ୍କ ସହ ଯୋଡ଼ି ହେବାର ସୁଯୋଗ ପାଇପାରନ୍ତି। ଅଟକି ରହିଥିବା ପ୍ରୋଜେକ୍ଟ ଓ ଆର୍ଥିକ ଆଲୋଚନା ମଧ୍ୟ ଆଗକୁ ବଢ଼ିପାରେ।

ମକର : ବୁଧଦେବ ଆପଣଙ୍କ ରାଶିର ଦଶମ ଭାବରେ ମାର୍ଗୀ ହେବେ। ଏହି ଗୋଚର କ୍ୟାରିୟର, ବୃତ୍ତିଗତ ପ୍ରତିଷ୍ଠା ଓ କର୍ମକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ, ପଦୋନ୍ନତିର ସୁଯୋଗ କିମ୍ବା ସାକ୍ଷାତକାରରେ ଅନୁକୂଳ ଫଳ ମିଳିପାରେ। ବ୍ୟବସାୟୀମାନେ ଚୁକ୍ତିନାମା ଓ ବ୍ୟବସାୟ ସମ୍ପ୍ରସାରଣ ଯୋଜନାକୁ ଆଗକୁ ବଢ଼ାଇପାରନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ ଭଲ ହେବା ସହ ନିଜ ମତାମତକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିପାରିବେ। ଅଟକି ରହିଥିବା ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ହୋଇପାରେ।

 

Dharitri – Odisha’s No.1 Odia Daily

Share
Tags: rashiphala