Categories: ଜାତୀୟ

କମ୍ପୁଛି ଉତ୍ତର ଭାରତ: ତାପମାତ୍ରା ମାଇନସ୍ ୫.୨, ବରଫ ହେଲାଣି ପାଣି

ନୂଆଦିଲ୍ଲୀ, ୨୧ ।୧୨: ଦେଶରେ ହଠାତ୍ ଶୀତର ପ୍ରକୋପ ବଢିବା ସହ ପାରଦ ହୋଇଛି ତଳମୁହାଁ । ସମଗ୍ର ଉତ୍ତର ଭାରତ ଥଣ୍ଡାରେ ଥରୁଥିବା ବେଳେ ପାହାଡ ଉପରେ ବରଫର ମୋଟା ଚାଦର ବିଛାଇ ହୋଇଗଲାଣି । ରାଜସ୍ଥାନର ଅନେକ ସ୍ଥାନରେ ମାଇନସ୍ ଡିଗ୍ରୀକୁ ଖସିଗଲାଣି ତାପମାତ୍ରା । ଫତେହପୁର ଶେଖାୱଟିରେ ପ୍ରଥମଥର ଲାଗି ତାପମାତ୍ରା ମାଇନସ୍ ୫.୨ ହୋଇଯାଇଛି । ଯାହାଫଳରେ ସେଠାରେ ପାଣି ଏବେ ବରଫ ପାଲଟି ଯାଇଛି । ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଲା ଅଗାମୀ ଦିନରେ ଥଣ୍ଡା ଆହୁରି ରେକର୍ଡ କରିବ । ରାଜସ୍ଥାନରେ ମନାଲି ଭଳି ପାଣିପାଗ ହୋଇଯାଇଛି । ରାଜଧାନୀର ତାପମାତ୍ରା ଚଳିତ ବର୍ଷ ରେକର୍ଡ ଭାଙ୍ଗିଥିବା ବେଳେ ପଞ୍ଜ।।ବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶରେ ଶୀତ ଲହରି ଜାରି ରହିଛି । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ହୋଇଯାଇଛି ।

Share