ବ୍ରାହ୍ମଣୀ ତଟରେ ମେଣ୍ଟୁନି ଶୋଷ

ଭୁବନ, ୨୨।୪ ସହରଠାରୁ ଅନତି ଦୂରରେ ପ୍ରବାହିତ ହେଉଛି ବ୍ରାହ୍ମଣୀ। ଓଡ଼ିଶାର ଏହି ଦ୍ୱିତୀୟ ବୃହତ୍ତମ ନଦୀ ପରିପୁଷ୍ଟ କରୁଛି ଜନଜୀବନକୁ। ଏଠାରୁ ଟଣା ହୋଇଯାଉଥିବା ପାଣିରେ ଚାଲୁଛି ପଡ଼ୋଶୀ ଜିଲାର ଶତାଧିକ କମ୍ପାନୀ। ଅଥଚ ନଦୀକୂଳରେ ଥାଇ ପାଣି ମୁନ୍ଦାଏ ପାଇଁ ଛଟପଟ ହେଉଛନ୍ତି ଭୁବନ ଅଞ୍ଚଳବାସୀ। ସହରାଞ୍ଚଳରେ ଜଳସଙ୍କଟ ସବୁଦିନିଆ ସମସ୍ୟାରେ ପରିଣତ ହୋଇଥିବାବେଳେ ଏହାର ସମାଧାନରେ ବିଫଳ ହୋଇଛି ଜନସ୍ବାସ୍ଥ୍ୟ ବିଭାଗ ଏବଂ ଏନ୍‌ଏସି ପ୍ରଶାସନ।
୧୯୭୧ରେ ଏନ୍‌ଏସି ମାନ୍ୟତା ପାଇଥିଲା ଢେଙ୍କାନାଳ ଜିଲାର ଐତିହାସିକ ସହର ଭୁବନ। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୫୦ ବର୍ଷ। ୨୦୧୧ ଜନଗଣନା ଅନୁଯାୟୀ ଏଠାକାର ଜନସଂଖ୍ୟା ଥିଲା ୨୨ ହଜାର ୧୮୭। ଗତ ୧୧ ବର୍ଷ ମଧ୍ୟରେ ବଢ଼ିଛି ସହରର କଳେବର। ବୃଦ୍ଧିପାଇଛି ଜନସଂଖ୍ୟା। ସହର ଉପକଣ୍ଠରେ ମୁଣ୍ଡ ଟେକିଛି ନୂଆ ବସ୍ତି। ଜିଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଦୈନିକ ହଜାର ହଜାର ଲୋକ ଏଠାକୁ ଆସୁଛନ୍ତି। ହେଲେ ଅଦ୍ୟାବଧି ଜଳଯୋଗାଣ ସୁବ୍ୟବସ୍ଥିତ ହୋଇପାରୁନାହିଁ। ପ୍ରକୃତ ଜନସଂଖ୍ୟାର ହିସାବ ବିଭାଗ ପାଖରେ ନ ଥିବାବେଳେ ଚିରାଚରିତ ଢଙ୍ଗରେ ଚାଲିଛି ଜଳଯୋଗାଣ। ପାନୀୟ ଜଳଯୋଗାଣ ପାଇଁ ମାଷ୍ଟରପ୍ଲାନ୍‌ କାଗଜପତ୍ରରେ ସୀମିତ ହୋଇ ରହିଯାଇଥିବାବେଳେ ବର୍ଷତମାମ ଜଳକଷ୍ଟର ଶିକାର ହେଉଛନ୍ତି ସ୍ଥାନୀୟ ବାସିନ୍ଦା।
ଜନସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସହରରେ ଦୈନିକ ୨୦ ଲକ୍ଷ ୮୫ ହଜାର ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି। ୧୫ ଓ୍ବାର୍ଡରେ ୧୨୧ ନଳକୂପ, ୯୮ ଷ୍ଟାଣ୍ଡ୍‌ପୋଷ୍ଟ ସମେତ ଖୋଲାକୂଅ ରହିଛି। ହେଲେ ଏହା ଲୋକଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଏନ୍‌ଏସିର ୨, ୫, ୯, ୧୦ ଏବଂ ୧୧ ନଂ. ଓ୍ବାର୍ଡରେ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ପାଣି ପାଇଁ ଅଧିକାଂଶ ସମୟରେ ଗଣ୍ଡଗୋଳ ହେଉଛି। ସମସ୍ୟା ଧରି ବୁଦ୍ଧିଜୀବୀ, ମହିଳା ପ୍ରତିଦିନ ଜନସ୍ବାସ୍ଥ୍ୟ ବିଭାଗରେ ପହଞ୍ଚତ୍ ହୋହଲ୍ଲା କରୁଛନ୍ତି, ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
ଏ ସଂକ୍ରାନ୍ତରେ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ସୋନାଲି ନାୟକ କୁହନ୍ତି, ସହରବାସୀଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ଲାଗି ମେଗା ପାନୀୟ ଜଳ ପ୍ରକଳ୍ପ, ୨ଟି ଓଭରହେଡ୍‌ ଟାଙ୍କି, ୨ଟି ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା ରହିଛି। କେତେକ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ପାଣି ଅଯଥା ନଷ୍ଟ ହେଉଛି। ଏଥିପ୍ରତି ସମସ୍ତେ ଗୁରୁତ୍ୱ ଦେବା ଜରୁରୀ। ଖରାଦିନେ ଜଳକ୍ଲିଷ୍ଟ ଓ୍ବାର୍ଡଗୁଡ଼ିକରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri