ବୃଦ୍ଧି ପାଉଛି ମାନସିକ ରୋଗ

ଆମ ଶରୀରରେ ‘ମନ’ ବୋଲି କୌଣସି ନିର୍ଦ୍ଦିଷ୍ଟ ଜିନିଷ ନାହିଁ। ଯାହାକୁ ମନ ବୋଲି କୁହାଯାଏ ତାହା ହେଉଛି ଭାବନା (thinking), ଅନୁଭବ (feeling) ଓ କାର୍ଯ୍ୟ ସଞ୍ଚାଳନ (volition)ର ସମାହାର। ମଣିଷ ଚିନ୍ତା କରିବା ଏବଂ ଅନୁଭବ କରିବା ସହିତ ବ୍ୟବହାର, ଚାଲିଚଳଣ ଓ କାର୍ଯ୍ୟଶୈଳୀରେ ଅସ୍ବାଭାବିକତା ଦେଖାଦେଲେ ତା’ର ମାନସିକ ରୋଗ ପାଇଁ ପରାମର୍ଶ ଓ ସ୍ଥଳ ବିଶେଷରେ ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା ହେବା ଜରୁରୀ ହୋଇପଡ଼େ। ଯଦିଓ ସ୍ବାସ୍ଥ୍ୟକୁ ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ସୁସ୍ଥତା ଦର୍ଶାଯାଇଛି, ତନ୍ମଧ୍ୟରୁ ମାନସିକ ରୋଗ ସର୍ବାଧିକ ଗୁରୁତ୍ୱ ବହନ କରେ, କାରଣ ମନ ହିଁ ଆମର ସବୁ କାର୍ଯ୍ୟକଳାପ ଓ ଜୀବନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିୟନ୍ତ୍ରଣ କରିଥାଏ।
ଏଭଳି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ୧୯୯୨ ମସିହା ଅକ୍ଟୋବର ୧୦ରେ ପାଳିତ ହୋଇଆସୁଛି ‘ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ’। ଚଳିତବର୍ଷ ଏହି ଦିବସର ବାର୍ତ୍ତା ହେଉଛି-‘ସମଗ୍ର ବିଶ୍ୱ ନିମନ୍ତେ ମାନସିକ ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ଗୁରୁତ୍ୱ ଦିଅନ୍ତୁ।’ ଅର୍ଥାତ୍‌ ମାନସିକ ରୋଗ ଯେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ- ଏ କଥା ଆମ୍ଭେମାନେ ହୃଦୟଙ୍ଗମ କରିବା ଉଚିତ। ବିଶ୍ୱରେ ପ୍ରତି ଆଠ ଜଣରେ ଜଣେ ମାନସିକ ରୋଗରେ ପୀଡ଼ିତ, ଯାହାକି ସେମାନଙ୍କ ଭାବନା, ସମ୍ବେଦନା, ବ୍ୟବହାର ଓ ସାମାଜିକ ଚାଲିଚଳଣିରେ ଅନେକ ପ୍ରଭାବ ପକାଏ।
ଗତ ଦୁଇ ବର୍ଷ ମଧ୍ୟରେ କୋଭିଡ୍‌ ମହାମାରୀ ଯୋଗୁ ଏହି ସଂଖ୍ୟା ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇ ଅବସ୍ଥାକୁ ଆହୁରି ଜଟିଳ କରିଛି। ଉଦ୍‌ବେଗ ଓ ଆଶଙ୍କାଜନିତ ରୋଗ ‘ଆଙ୍ଗଜାଇଟ୍‌ ଡିସ୍‌ଅର୍ଡର’ରେ ପ୍ରାୟ ୩୦କୋଟିରୁ ଅଧିକ ଲୋକ ପୀଡ଼ିତ, ଯେଉଁଥିରୁ ପାଖାପାଖି ୬ କୋଟି ହେଉଛନ୍ତି ଶିଶୁ ଓ କିଶୋର। ବିଷାଦଜନିତ ରୋଗ ବା ଡିପ୍ରେଶନ୍‌ରେ ୨୮ କୋଟି ପୀଡ଼ିତ, ଯାହାକି ଜୀବନକୁ ବଞ୍ଚତ୍ବା ପାଇଁ ଉତ୍ସାହ ଓ ଆଗ୍ରହରେ ଊଣା କରିଦିଏ। ଫଳରେ ବ୍ୟକ୍ତିବିଶେଷ ଆତ୍ମହତ୍ୟା ପରି ପନ୍ଥା ଆଦରି ନିଏ।
ବିଷାଦ ଓ ଉନ୍ମାଦନା ପରି ଦ୍ୱୈତ ମାନସିକ ରୋଗ (ବାଇ ପୋଲାର ଡିସ୍‌ଅର୍ଡର)ରେ ଚାରିକୋଟି ଲୋକ ପୀଡ଼ିତ। ଦୁର୍ଘଟଣା, ଦୈବୀ ଦୁର୍ବିପାକ ଓ ଅନଟନର ପରବର୍ତ୍ତୀ ମାନସିକ ଚାପ ଦ୍ୱାରା ସୃଷ୍ଟି ହେଉଥିବା ‘ପିପିଏସ୍‌ଟି’ ମଧ୍ୟ ଏକ ଗୁରୁତର ମାନସିକ ରୋଗ। ଏହି ମାନସିକ ରୋଗର ସବୁଠାରୁ ଗୁରୁତ୍ୱ ବହନ କରୁଥିବା ରୋଗ ମାନସିକ ବିକାର ବା ସିଜୋଫ୍ରେନିଆ। ଏହା ହେଉଛି ଏପରି ଏକ ମାନସିକ ରୋଗ ଯେଉଁଥିରେ ପୀଡ଼ିତ ବ୍ୟକ୍ତିଟି ଏତେ ଅସହାୟ ହୋଇପଡ଼େ ଯେ ସେ ନିଜେ ସ୍ବୟଂ ସମ୍ପୂର୍ଣ୍ଣ ଭାବେ ଜୀବନଧାରଣ କରିବାରେ ଅକ୍ଷମ ହୁଏ। ଅନ୍ୟମାନଙ୍କ ଉପରେ ବୋଝ ହୋଇ ରହିବାକୁ ପଡ଼େ।
ଡିଲ୍ୟୁଜନ ବା ଭ୍ରମ ହେଉଛି ଏପରି ଏକ ବଦ୍ଧମୂଳ ଧାରଣା, ଯାହା କି ଯେତେ ପ୍ରୟାସ କଲେ ମଧ୍ୟ ମନରୁ ଯାଏ ନାହିଁ ଓ ବ୍ୟକ୍ତିଟି ସେହି ଭ୍ରମାତ୍ମକ ଧାରଣାରେ ହିଁ ପରିଚାଳିତ ହୋଇଥାଏ। ହାଲୁସିନେସନ୍‌ ବା ଅସ୍ବାଭାବିକ ଅନୁଭବ ଏପରି ଏକ ଅବସ୍ଥା, ଯେଉଁଥିରେ ବାହ୍ୟ ପ୍ରତିକ୍ରିୟା ନ ଥାଇ ମଧ୍ୟ ବ୍ୟକ୍ତିଟି ଏହା ଅନୁଭବ କରିଥାଏ। ଫଳରେ ତାକୁ ଶୂନ୍ୟ ବା ଅଳ୍ପ ଶୁଭିଥାଏ। କୌଣସି ଛବି ବା ବ୍ୟକ୍ତି ନ ଥାଇ କିଏ ଥିବା ପରି ଜଣାପଡ଼େ। ପାଟିରେ କିଛି ନ ଥାଇ ସ୍ବାଦ ମିଠା, ଖଟା ଜଣାପଡ଼େ। ନାକକୁ ଗନ୍ଧ ବା ସୁଗନ୍ଧ ଜଣାପଡ଼େ ଓ ଦେହରେ ପୋକ, କୀଟ ପତଙ୍ଗ ଚାଲିବା ପରି ଲାଗେ। ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ପରିବାରର ଲୋକେ, ସାଙ୍ଗସାଥୀ, ଶିକ୍ଷକ, କର୍ମକ୍ଷେତ୍ରର ସାଥୀମାନେ ମାନସିକ ଅସ୍ବାଭିକତା ଲକ୍ଷ୍ୟ କଲେ ତାଙ୍କର ମାନସିକ ପରାମର୍ଶ ଓ ସ୍ଥଳ ବିଶେଷରେ ଚିକିତ୍ସା କରାଇ ନେବା ଉଚିତ।
ଗୁରୁତର ମାନସିକ ରୋଗ ପାଇଁ ନିୟମିତ ଓ ଦୀର୍ଘଦିନ ଧରି ଔଷଧ ଖାଇବାକୁ ପଡ଼ିଥାଏ। ସୁଖର କଥା, ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ମାନସିକ ରୋଗ ଔଷଧ ମାଗଣାରେ ପ୍ରତ୍ୟେକ ଚିକିତ୍ସାଳୟରେ ଉପଲବ୍ଧ। ମଦ୍ୟପାନ, ନିଶାଦ୍ରବ୍ୟ ସେବନ, ହତ୍ୟା, ହିଂସା ଇତ୍ୟାଦି କାର୍ଯ୍ୟକଳାପରେ ମଧ୍ୟ ମାନସିକ ରୋଗର ସମ୍ପର୍କ ଥାଏ। ନିଶା ନିବାରଣ କେନ୍ଦ୍ରଗୁଡ଼ିକ ମାନସିକ ରୋଗ ଚିକିତ୍ସା ଆଧାରରେ କାର୍ଯ୍ୟ କରିଥାଆନ୍ତି।
‘ମନ’କୁ ସବୁ ସମୟରେ ଓ ସବୁ କ୍ଷେତ୍ରରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମନଠାରୁ ବଡ଼ କେହି ନୁହେଁ ଓ ମନ ମୋହର ନିଜ ଗୁରୁ ଇତ୍ୟାଦି ଅନେକ ଆଲେଖ୍ୟ ରହିଛି।

ଡା. ରାମଚନ୍ଦ୍ର ରାଉତ
-ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଆପଣଙ୍କର ଅଛି କି ଏହି ୬ ଅଭ୍ୟାସ? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ଏହି ଭୁଲ୍‌ ଅଭ୍ୟାସ, ଏବେ ଅଧାରୁ ଅଧିକ ରୋଗର କାରଣ: ଜାଣନ୍ତୁ କ’ଣ ସେହି ଅଭ୍ୟାସ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମୁଖ୍ୟ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧାରୁ ଅଧିକ ରୋଗର କାରଣ...

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri