ବୃଦ୍ଧି ପାଉଛି ମାନସିକ ରୋଗ

ଆମ ଶରୀରରେ ‘ମନ’ ବୋଲି କୌଣସି ନିର୍ଦ୍ଦିଷ୍ଟ ଜିନିଷ ନାହିଁ। ଯାହାକୁ ମନ ବୋଲି କୁହାଯାଏ ତାହା ହେଉଛି ଭାବନା (thinking), ଅନୁଭବ (feeling) ଓ କାର୍ଯ୍ୟ ସଞ୍ଚାଳନ (volition)ର ସମାହାର। ମଣିଷ ଚିନ୍ତା କରିବା ଏବଂ ଅନୁଭବ କରିବା ସହିତ ବ୍ୟବହାର, ଚାଲିଚଳଣ ଓ କାର୍ଯ୍ୟଶୈଳୀରେ ଅସ୍ବାଭାବିକତା ଦେଖାଦେଲେ ତା’ର ମାନସିକ ରୋଗ ପାଇଁ ପରାମର୍ଶ ଓ ସ୍ଥଳ ବିଶେଷରେ ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା ହେବା ଜରୁରୀ ହୋଇପଡ଼େ। ଯଦିଓ ସ୍ବାସ୍ଥ୍ୟକୁ ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ସୁସ୍ଥତା ଦର୍ଶାଯାଇଛି, ତନ୍ମଧ୍ୟରୁ ମାନସିକ ରୋଗ ସର୍ବାଧିକ ଗୁରୁତ୍ୱ ବହନ କରେ, କାରଣ ମନ ହିଁ ଆମର ସବୁ କାର୍ଯ୍ୟକଳାପ ଓ ଜୀବନକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିୟନ୍ତ୍ରଣ କରିଥାଏ।
ଏଭଳି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ୧୯୯୨ ମସିହା ଅକ୍ଟୋବର ୧୦ରେ ପାଳିତ ହୋଇଆସୁଛି ‘ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ’। ଚଳିତବର୍ଷ ଏହି ଦିବସର ବାର୍ତ୍ତା ହେଉଛି-‘ସମଗ୍ର ବିଶ୍ୱ ନିମନ୍ତେ ମାନସିକ ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ଗୁରୁତ୍ୱ ଦିଅନ୍ତୁ।’ ଅର୍ଥାତ୍‌ ମାନସିକ ରୋଗ ଯେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ- ଏ କଥା ଆମ୍ଭେମାନେ ହୃଦୟଙ୍ଗମ କରିବା ଉଚିତ। ବିଶ୍ୱରେ ପ୍ରତି ଆଠ ଜଣରେ ଜଣେ ମାନସିକ ରୋଗରେ ପୀଡ଼ିତ, ଯାହାକି ସେମାନଙ୍କ ଭାବନା, ସମ୍ବେଦନା, ବ୍ୟବହାର ଓ ସାମାଜିକ ଚାଲିଚଳଣିରେ ଅନେକ ପ୍ରଭାବ ପକାଏ।
ଗତ ଦୁଇ ବର୍ଷ ମଧ୍ୟରେ କୋଭିଡ୍‌ ମହାମାରୀ ଯୋଗୁ ଏହି ସଂଖ୍ୟା ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇ ଅବସ୍ଥାକୁ ଆହୁରି ଜଟିଳ କରିଛି। ଉଦ୍‌ବେଗ ଓ ଆଶଙ୍କାଜନିତ ରୋଗ ‘ଆଙ୍ଗଜାଇଟ୍‌ ଡିସ୍‌ଅର୍ଡର’ରେ ପ୍ରାୟ ୩୦କୋଟିରୁ ଅଧିକ ଲୋକ ପୀଡ଼ିତ, ଯେଉଁଥିରୁ ପାଖାପାଖି ୬ କୋଟି ହେଉଛନ୍ତି ଶିଶୁ ଓ କିଶୋର। ବିଷାଦଜନିତ ରୋଗ ବା ଡିପ୍ରେଶନ୍‌ରେ ୨୮ କୋଟି ପୀଡ଼ିତ, ଯାହାକି ଜୀବନକୁ ବଞ୍ଚତ୍ବା ପାଇଁ ଉତ୍ସାହ ଓ ଆଗ୍ରହରେ ଊଣା କରିଦିଏ। ଫଳରେ ବ୍ୟକ୍ତିବିଶେଷ ଆତ୍ମହତ୍ୟା ପରି ପନ୍ଥା ଆଦରି ନିଏ।
ବିଷାଦ ଓ ଉନ୍ମାଦନା ପରି ଦ୍ୱୈତ ମାନସିକ ରୋଗ (ବାଇ ପୋଲାର ଡିସ୍‌ଅର୍ଡର)ରେ ଚାରିକୋଟି ଲୋକ ପୀଡ଼ିତ। ଦୁର୍ଘଟଣା, ଦୈବୀ ଦୁର୍ବିପାକ ଓ ଅନଟନର ପରବର୍ତ୍ତୀ ମାନସିକ ଚାପ ଦ୍ୱାରା ସୃଷ୍ଟି ହେଉଥିବା ‘ପିପିଏସ୍‌ଟି’ ମଧ୍ୟ ଏକ ଗୁରୁତର ମାନସିକ ରୋଗ। ଏହି ମାନସିକ ରୋଗର ସବୁଠାରୁ ଗୁରୁତ୍ୱ ବହନ କରୁଥିବା ରୋଗ ମାନସିକ ବିକାର ବା ସିଜୋଫ୍ରେନିଆ। ଏହା ହେଉଛି ଏପରି ଏକ ମାନସିକ ରୋଗ ଯେଉଁଥିରେ ପୀଡ଼ିତ ବ୍ୟକ୍ତିଟି ଏତେ ଅସହାୟ ହୋଇପଡ଼େ ଯେ ସେ ନିଜେ ସ୍ବୟଂ ସମ୍ପୂର୍ଣ୍ଣ ଭାବେ ଜୀବନଧାରଣ କରିବାରେ ଅକ୍ଷମ ହୁଏ। ଅନ୍ୟମାନଙ୍କ ଉପରେ ବୋଝ ହୋଇ ରହିବାକୁ ପଡ଼େ।
ଡିଲ୍ୟୁଜନ ବା ଭ୍ରମ ହେଉଛି ଏପରି ଏକ ବଦ୍ଧମୂଳ ଧାରଣା, ଯାହା କି ଯେତେ ପ୍ରୟାସ କଲେ ମଧ୍ୟ ମନରୁ ଯାଏ ନାହିଁ ଓ ବ୍ୟକ୍ତିଟି ସେହି ଭ୍ରମାତ୍ମକ ଧାରଣାରେ ହିଁ ପରିଚାଳିତ ହୋଇଥାଏ। ହାଲୁସିନେସନ୍‌ ବା ଅସ୍ବାଭାବିକ ଅନୁଭବ ଏପରି ଏକ ଅବସ୍ଥା, ଯେଉଁଥିରେ ବାହ୍ୟ ପ୍ରତିକ୍ରିୟା ନ ଥାଇ ମଧ୍ୟ ବ୍ୟକ୍ତିଟି ଏହା ଅନୁଭବ କରିଥାଏ। ଫଳରେ ତାକୁ ଶୂନ୍ୟ ବା ଅଳ୍ପ ଶୁଭିଥାଏ। କୌଣସି ଛବି ବା ବ୍ୟକ୍ତି ନ ଥାଇ କିଏ ଥିବା ପରି ଜଣାପଡ଼େ। ପାଟିରେ କିଛି ନ ଥାଇ ସ୍ବାଦ ମିଠା, ଖଟା ଜଣାପଡ଼େ। ନାକକୁ ଗନ୍ଧ ବା ସୁଗନ୍ଧ ଜଣାପଡ଼େ ଓ ଦେହରେ ପୋକ, କୀଟ ପତଙ୍ଗ ଚାଲିବା ପରି ଲାଗେ। ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ପରିବାରର ଲୋକେ, ସାଙ୍ଗସାଥୀ, ଶିକ୍ଷକ, କର୍ମକ୍ଷେତ୍ରର ସାଥୀମାନେ ମାନସିକ ଅସ୍ବାଭିକତା ଲକ୍ଷ୍ୟ କଲେ ତାଙ୍କର ମାନସିକ ପରାମର୍ଶ ଓ ସ୍ଥଳ ବିଶେଷରେ ଚିକିତ୍ସା କରାଇ ନେବା ଉଚିତ।
ଗୁରୁତର ମାନସିକ ରୋଗ ପାଇଁ ନିୟମିତ ଓ ଦୀର୍ଘଦିନ ଧରି ଔଷଧ ଖାଇବାକୁ ପଡ଼ିଥାଏ। ସୁଖର କଥା, ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ମାନସିକ ରୋଗ ଔଷଧ ମାଗଣାରେ ପ୍ରତ୍ୟେକ ଚିକିତ୍ସାଳୟରେ ଉପଲବ୍ଧ। ମଦ୍ୟପାନ, ନିଶାଦ୍ରବ୍ୟ ସେବନ, ହତ୍ୟା, ହିଂସା ଇତ୍ୟାଦି କାର୍ଯ୍ୟକଳାପରେ ମଧ୍ୟ ମାନସିକ ରୋଗର ସମ୍ପର୍କ ଥାଏ। ନିଶା ନିବାରଣ କେନ୍ଦ୍ରଗୁଡ଼ିକ ମାନସିକ ରୋଗ ଚିକିତ୍ସା ଆଧାରରେ କାର୍ଯ୍ୟ କରିଥାଆନ୍ତି।
‘ମନ’କୁ ସବୁ ସମୟରେ ଓ ସବୁ କ୍ଷେତ୍ରରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମନଠାରୁ ବଡ଼ କେହି ନୁହେଁ ଓ ମନ ମୋହର ନିଜ ଗୁରୁ ଇତ୍ୟାଦି ଅନେକ ଆଲେଖ୍ୟ ରହିଛି।

ଡା. ରାମଚନ୍ଦ୍ର ରାଉତ
-ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri