ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି ୬୦ତମ ର଼୍ୟାଙ୍କ୍‌ରେ ରହିଛନ୍ତି। ଆମେରିକାର ସାପିଏନ୍‌ ଲାବ୍‌ସ ଦ୍ୱାରା ୨୦୨୫ରେ କରାଯାଇଥିବା ଅଧ୍ୟୟନ ଗ୍ଲୋବାଲ ମାଇଣ୍ଡ ହେଲ୍‌ଥରେ ୧୮ରୁ ୩୪ ବର୍ଷ ବୟସବର୍ଗର ଭାରତୀୟ ଯୁବବର୍ଗଙ୍କୁ ସାମିଲ କରାଯାଇଥିଲା। ତେବେ ୫୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ବରିଷ୍ଠ ଭାରତୀୟଙ୍କ ତୁଳନାରେ ସେମାନଙ୍କ ମାନସିକ ସୁସ୍ଥତା ଖରାପ ଥିବା ଅଧ୍ୟୟନରୁ ଜଣାପଡ଼ିଛି। ବରିଷ୍ଠ ବ୍ୟକ୍ତିମାନଙ୍କ ମାନସିକ ସୁସ୍ଥତା ଏହି ଅଧ୍ୟୟନରେ ୪୯ ର଼୍ୟାଙ୍କ୍‌ରେ ରହିଛି। ବିଚଳିତ ବର୍ଗରେ ଭାରତୀୟ ଯୁବବର୍ଗଙ୍କ ଏମ୍‌ଏଚ୍‌କ୍ୟୁ ସ୍କୋର ୩୩ ଥିବାବେଳେ ୫୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସ୍କୋର ପାଖାପାଖି ୧୦୦ ରହିଛି। ସବୁ ଦେଶରେ ମାନସିକ ସୁସ୍ଥତାରେ ବୟସ୍କଙ୍କ ତୁଳନାରେ ୧୮ରୁ ୩୫ ବର୍ଷ ବୟସ ବର୍ଗର ଯୁବବର୍ଗଙ୍କ ପ୍ରଦର୍ଶନ ଖରାପ ରହିଛି। ତେବେ ଘାନା, ନାଇଜେରିଆ, ଜିମ୍ବାଓ୍ବେ, କେନିଆ ଏବଂ ତାଞ୍ଜାନିଆ ଆଦି ଆଫ୍ରିକୀୟ ଦେଶରେ ମାନସିକ ସୁସ୍ଥତା ତୁଳନାତ୍ମକ ଭାବେ ଭଲ ରହିଛି। ଅନ୍ୟ ପକ୍ଷରେ ଜାପାନ, ତାଇଓ୍ବାନ, ହଂକଂ, ବ୍ରିଟେନ ଏବଂ ଚାଇନା ମାନସିକ ସୁସ୍ଥତା ର଼୍ୟାଙ୍କ୍‌ରେ ତଳେ ରହିଛନ୍ତି। ବିଶ୍ୱ ଖୁସୀ ସୂଚକାଙ୍କରେ ଶୀର୍ଷରେ ଥିବା ଫିନ୍‌ଲାଣ୍ଡ ମାନସିକ ସୁସ୍ଥତା ସୂଚକାଙ୍କରେ ୫୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ୨୮ରେ ଏବଂ ୧୮ରୁ ୩୫ ବର୍ଷ ବୟସ ବର୍ଗଙ୍କ ପାଇଁ ୪୦ତମ ସ୍ଥାନରେ ରହିଛି। ୨୦୨୪ ଏବଂ ୨୦୨୫ରେ ୮୪ଟି ଦେଶର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଇଣ୍ଟରନେଟ୍‌ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

କେରଳ ଷ୍ଟୋରି ୨ ମୁକ୍ତିଲାଭ ପାଇଁ ହାଇକୋର୍ଟଙ୍କ ଅନୁମତି

କୋଚି,୨୮ା୨: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର…

ନବୀନ ଡାକିଥିଲେ ବୈଠକ: ସମସ୍ତେ ଆସିଲେନି…

ଭୁବନେଶ୍ୱର, ୨୮।୨(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri