ଋତୁସ୍ରାବ ଓ ଅନ୍ଧବିଶ୍ୱାସ

ଆମେ ଏପରି ଏକ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଜନସଂଖ୍ୟାର ପ୍ରାୟ ୫୦% ମହିଳା। ଏହି ମହିଳା ଏବଂ ବାଳିକାମାନଙ୍କ ମଧ୍ୟରୁ ପ୍ରାୟ ୨୬% ଋତୁସ୍ରାବ ବୟସରେ ଥା’ନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କଥା ଯେ, ମାସିକ ଋତୁସ୍ରାବକୁ ସୃଷ୍ଟ ିଏବଂ ନାରୀଶକ୍ତିର ପ୍ରତୀକ ଭାବରେ ଦେଖିବା ସହ ଏହାକୁ ଏକ ପ୍ରାକୃତିକ ପ୍ରକ୍ରିୟା ଭାବରେ ସମ୍ମାନ ଏବଂ ଗ୍ରହଣ କରିବା ପାଇ ଁମହିଳାମାନେ ସମାଜ ସହ ଆଜିଯାଏ ସଂଘଷ କର୍ରିଆସୁଛନ୍ତି।
ଦୁର୍ଭାଗ୍ୟବଶତଃ, ଜଣେ ମହିଳାଙ୍କ ଜୀବନର ବିଭିନ୍ନ ଦିଗ ପରି ଯାହାକୁ ସେମାନେ ନିଜ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ, ଯାହାକି ଏକ ଗଣତାନ୍ତ୍ରିକ ଦେଶ ତଥା ଏକ ଆଧୁନିକ ସମାଜ ପାଇଁ ଅତ୍ୟଧିକ ନିନ୍ଦିତ ବିଷୟ। ପ୍ରାଚୀନ କାଳରୁ ମହିଳାମାନେ ଯେଉଁସବୁ ରୂଢ଼ିବାଦୀ ଚିନ୍ତାଧାରା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାରଗୁଡ଼ିକ ଉପରେ ନିଜ ଜୀବନକୁ ସୀମିତ କରିଆସିଛନ୍ତି, ସେମାନଙ୍କ ମଧ୍ୟରୁ ଋତୁସ୍ରାବ ସମ୍ବନ୍ଧୀୟ ରୂଢ଼ିବାଦୀ ଚିନ୍ତାଧାରା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ସବୁଠାର ୁଅସନ୍ତୋଷଜନକ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କରୋଲ ୧୯ ଅକ୍ଟୋବର ୨୦୨୪ ଦିନ ଭାରତରେ ମହିଳାମାନେ ମାସିକ ଋତୁସ୍ରାବ ସମୟରେ କିପରି ଦୁଃଖଦ ଅବସ୍ଥା ସହ ଗତି କରୁଛନ୍ତି, ତାହା ସେ ତାଙ୍କ ବକ୍ତବ୍ୟରେ ପ୍ରଥମ ଅନ୍ତର୍ଜାତୀୟ ସୁପ୍ରିମକୋର୍ଟ ଆଡ୍‌ଭୋକେଟ ଅନ୍‌ ରେକର୍ଡ ଆଶୋସିଏଶନ (SCAORA) ଆଇନ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଜଷ୍ଟିସ୍‌ କରୋଲ ମଧ୍ୟ ୨୦୨୩ରେ ଉଠାଇଥିବା ଏକ ଫଟୋ ଦେଖାଇଥିଲେ, ଯେଉଁଥିରେ ମହିଳା ଜଣକ ଏକ ତମ୍ବୁ ତଳେ ଘର ବାହାରେ ଋତୁସ୍ରାବ ସମୟରେ ଅଲଗା ହୋଇ ରହୁଥିଲେ। ସେ କହିଥିଲେ ଯେ, ”ମୁଁ ଏକ ଦୂର ଗ୍ରାମରୁ ନେଇଥିବା ଏହି ଫଟୋଗ୍ରାଫ୍‌। ଏହ ିଫଟୋଗ୍ରାଫ୍‌ ଜଣେ ମହିଳାଙ୍କର, ଯେତେବେଳେ ସେ ଶାରୀରିକ ପରିବର୍ତ୍ତନ ମାସିକ ଋତୁସ୍ରାବ ଦେଇ ଗତି କରୁଛନ୍ତି, ସେହି ପାଞ୍ଚଦିନ ତାଙ୍କ ଘରେ ପ୍ରବେଶ କରିବାକୁ ବାରଣ କରାଯାଇଛି।’ ଏହା ହେଉଛି ଭାରତ। ଏପରି ସମାଜରେ ଆମେ ରହୁଛୁ। ଆମକୁ ଏହି ଲୋକମାନଙ୍କ ନିକଟରେ ପହଞ୍ଚତ୍ବାକୁ ପଡ଼ିବ।
ଋତୁସ୍ରାବ ହେଉଛି ଜଣେ ମହିଳାଙ୍କ ନୀତିଦିନ ଜୀବନର ଏକ ଗ୍ରହଣୀୟ ବାସ୍ତବତା, ଯାହା ଭୁଲ୍‌ ଧାରଣା ଏବଂ ଅସମ୍ପୂର୍ଣ୍ଣ ଜ୍ଞାନ ହେତୁ ଶେଷରେ ଲଜ୍ଜା ଏବଂ ଘୃଣାର ଭାବନା ସହିତ ଜଡ଼ିତ। ବିଶ୍ୱର ବିଭିନ୍ନ ପ୍ରାନ୍ତର ରୂଢ଼ିବାଦୀ ଚିନ୍ତାଧାରା ଋତୁସ୍ରାବକୁ ଅପବିତ୍ରର ସଙ୍କେତ ଏବଂ ଅପରିଷ୍କାର ବୋଲି ଭାବନ୍ତି। ରୂଢ଼ିବାଦୀ ଚିନ୍ତାଧାରା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଯାହା ଋତୁସ୍ରାବ ସହିତ ଜଡ଼ିତ କେବଳ ଅଯୁକ୍ତିଯୁକ୍ତ ନୁହେଁ ବରଂ ସେମାନଙ୍କ ମଧ୍ୟରୁ କେତେକ ଅତ୍ୟନ୍ତ ହାସ୍ୟାସ୍ପଦ। ଋତୁସ୍ରାବ କରୁଥିବା ମହିଳାମାନେ ଖାଦ୍ୟ ରାନ୍ଧିବା କିମ୍ବା ଛୁଇଁବା ଉଚିତ ନୁହେଁ, ବିଶେଷତଃ ଖଟା ଛୁଇଁବାକୁ ବାରଣ କରାଯାଏ, କାରଣ ଖଟା ନଷ୍ଟ ହୋଇଯିବ। ଏହି ବିଶ୍ୱାସ ଭିତ୍ତିହୀନ। କାରଣ ଋତୁସ୍ରାବ ଜଣେ ମହିଳାର ଖାଦ୍ୟ ପରିଚାଳନା କରିବାର କ୍ଷମତାକୁ ପ୍ରଭାବିତ କରେ ନାହିଁ। ପୁରୁଣାକାଳିଆ ଚିନ୍ତାଧାରାଟି ସ୍ବଚ୍ଛତା ଏବଂ ଅତୀତରେ ପରିଷ୍କାର ସୁବିଧାଗୁଡ଼ିକର ଅଭାବ ପରିପ୍ରେକ୍ଷୀରେ ଉତ୍ପନ୍ନ ହୋଇଥିଲା, କିନ୍ତୁ ଆଧୁନିକ ସ୍ବଚ୍ଛତା ଅଭ୍ୟାସ ଏହି ଧାରଣାକୁ ଆଜିଯାଏ ଜାବୁଡ଼ି ଧରିବା ସମ୍ପୂର୍ଣ୍ଣ ଏକ ଶିକ୍ଷିତ ନାଗରିକ ସମାଜ ପାଇଁ ଯୁକ୍ତିଯୁକ୍ତ ନୁହେଁ। ସେହିପରି ଆଫଗାନିସ୍ତାନରେ ମହିଳାମାନେ ଗାଧୋଇବାକୁ ବାରଣ କରାଯାଇଥିବାବେଳେ ଜାପାନରେ ମହିଳାମାନଙ୍କୁ ମାସିକ ଋତୁସ୍ରାବ ସମୟରେ ସୁଶି (ଜାପାନର ଏକ ଖାଦ୍ୟ) ତିଆରି କରିବାକୁ ବାରଣ କରାଯାଇଥାଏ। କାରଣ ଏହା ଏକ ଅସନ୍ତୁଳିତ ସ୍ବାଦର କାରଣ ହୋଇପାରେ। ନେପାଳର ‘ଛଉପାଡ଼ି’ ପ୍ରଥା, ଯଦିଓ ଏହା ନେପାଳରେ ନିଷେଧ, ତଥାପି ସେଠାରେ କେତେକ ଗ୍ରାମାଞ୍ଚଳରେ ଏହାକୁ ମାନୁଛନ୍ତି, ଯେଉଁଠାରେ ଋତୁସ୍ରାବ କରୁଥିବା ମହିଳାମାନେ ନିଜ ପରିବାରକୁ ଦୁର୍ଭାଗ୍ୟ ଆଣିବେ ବୋଲି ବିଶ୍ୱାସ ହେତୁ ସେମାନଙ୍କ ଋତୁସ୍ରାବ ସମୟରେ ଅଲଗା ଘରେ ରହିବାକୁ ଦିଆଯାଏ। ଋତୁସ୍ରାବକୁ ଘେରି ରହିଥିବା ରୂଢ଼ିବାଦୀ ଚିନ୍ତାଧାରା ଏବଂ ଅନ୍ଧବିଶ୍ୱାସ ଯୋଗୁ ଭାରତରେ ଝିଅମାନଙ୍କ ଶିକ୍ଷାକୁ ବହୁତ ପ୍ରଭାବିତ କରିଥାଏ। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଉପଯୁକ୍ତ ପରିମଳ ସୁବିଧା ଅଭାବ, ସାମାଜିକ ଲଜ୍ଜା ଏବଂ ମାସିକ ଋତୁସ୍ରାବ ସ୍ବଚ୍ଛତା ପରିଚାଳନା ଅଭାବରୁ ଭାରତରେ ପ୍ରାୟ ୨୩% ବାଳିକା ଋତୁସ୍ରାବ ଆରମ୍ଭ କରିବା ପରେ ବିଦ୍ୟାଳୟ ଅଧାରୁ ଛାଡ଼ିଥା’ନ୍ତି।
କଂଗ୍ରେସ ନେତା ତଥା ସାମାଜିକ କର୍ମୀ ଜୟା ଠାକୁରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ୍‌ ଯୋଗାଇବା ଏବଂ ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଏବଂ ଆବାସିକ ବିଦ୍ୟାଳୟରେ ପୃଥକ୍‌ ମହିଳା ଶୌଚାଳୟ ସୁବିଧା ସୁନିଶ୍ଚିତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ”ବିଦ୍ୟାଳୟ ଯାଉଥିବା ବାଳିକାମାନଙ୍କ ପାଇଁ ମାସିକ ସ୍ବଚ୍ଛତା ନୀତି“ ପ୍ରସ୍ତୁତ କରିବାକୁ କେନ୍ଦ୍ର ସୋମବାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି। ୧୦ ଏପ୍ରିଲ ୨୦୨୩ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ କେନ୍ଦ୍ର ଏହାର ପକ୍ଷ ରଖି କହିଛନ୍ତି ଯେ, କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମହିଳା, ସ୍କୁଲ ପିଲାମାନଙ୍କ ମାସିକ ଧର୍ମ ସ୍ବଚ୍ଛତା ଉପରେ ନୀତି ପ୍ରସ୍ତୁତ କରିଛି, ଯାହା ୨ ନଭେମ୍ବର ୨୦୨୪ରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇସାରିଛି। ଋତୁସ୍ରାବଜନିତ ଅନ୍ଧବିଶ୍ୱାସ ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୀତିର କାର୍ଯ୍ୟକାରିତା ଋତୁସ୍ରାବ ସମ୍ବନ୍ଧୀୟ ଭୁଲ୍‌ ଧାରଣାକୁ ଭାଙ୍ଗିବାରେ ତୃଣମୂଳ ସ୍ତରରେ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହା ପରିମଳ ସୁବିଧା ସୁନିଶ୍ଚିତ କରିବା ସହ ସଚେତନତା ବୃଦ୍ଧି କରିପାରିବ। ଏହି ନୀତି ଏକ ଅଧିକ ସମାବେଶୀ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଠାରେ ଝିଅମାନେ ଭୟ କିମ୍ବା ପ୍ରତିବନ୍ଧକ ବିନା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ମୁକ୍ତ ଭାବରେ ଅଂଶ ଗ୍ରହଣ କରିପାରିବେ। କିନ୍ତୁ କେତେଦୂର ଏ ନୀତି କାର୍ଯ୍ୟକାରୀ କରାଯାଇପାରୁଛି, ଏହା ଭବିଷ୍ୟତରେ ଜଣାପଡ଼ିବ।
ଋତୁସ୍ରାବ ସ୍ବଚ୍ଛତା ପରିଚାଳନା ଯୋଜନା ଉପରେ ସଚେତନ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଯେତେ ସରକାରୀ ସ୍ତରରେ ହେଲେ ମଧ୍ୟ ଯଦି ଋତୁସ୍ରାବକୁ ପ୍ରଥମେ ଘର ଏବଂ ପରିବାର ମଧ୍ୟରେ ସ୍ବାଭାବିକ ଭାବେ ନ ନେଇଛନ୍ତି, ସମାଜରୁ ଏହି ପୁରୁଣାକାଳିଆ ଚିନ୍ତାଧାରା, କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ଶେଷ ହୋଇ ପାରିବନି। ଋତୁସ୍ରାବଜନିତ ଶିକ୍ଷା କେବଳ ଝିଅମାନଙ୍କ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଋତୁସ୍ରାବ ବିଷୟରେ ପୁଅ ଏବଂ ପୁରୁଷମାନଙ୍କୁ ଶିକ୍ଷାଦେବା ଅତ୍ୟନ୍ତ ଜରୁରୀ, ଯାହାକି ଏହାକୁ ନେଇଥିବା ରୂଢ଼ିବାଦୀ ଚିନ୍ତାଧାରା କିଛି ମାତ୍ରାରେ କମିପାରିବ। ବିଦ୍ୟାଳୟଗୁଡ଼ିକ ଛାତ୍ରୀଛାତ୍ରମାନଙ୍କ ପାଇଁ ପାଠ୍ୟକ୍ରମରେ ଋତୁସ୍ରାବ ସ୍ବାସ୍ଥ୍ୟ ଶିକ୍ଷା ଅନ୍ତର୍ଭୁକ୍ତ କରିବା ଉଚିତ।
ମୋ: ୭୦୦୮୧୨୦୬୭୩


Enter your email to get our daily news in your inbox.

All Right Reserved By Dharitri.Com

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୩(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri