ଋତୁସ୍ରାବ ବ୍ୟତିକ୍ରମର କାରଣ କୋଭିଡ୍‌ ‘ଷ୍ଟ୍ରେସ୍‌’

ନ୍ୟୁୟର୍କ: କୋଭିଡ୍‌ ମହାମାରୀ କାରଣରୁ ବ୍ୟକ୍ତି ବିଶେଷଙ୍କ ଜବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ମହିଳା, ପୁରୁଷ, ଶିଶୁ, ଯୁବକ, କିଶୋର ଏବଂ ବୃଦ୍ଧ ପ୍ରତ୍ୟେକ ବୟସ୍କ ବର୍ଗଙ୍କ କ୍ଷେତ୍ରରେ ପୂର୍ବ ଅପେକ୍ଷା ମାନସିକ ଚାପ ବୃଦ୍ଧି ଘଟିଥିବା ପିଟର୍ସବର୍ଗ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି। ବଢ଼ିଥିବା ଷ୍ଟ୍ରେସ୍‌ ଯୋଗୁ ମହିଳା ଓ କିଶୋରୀଙ୍କ ମାସିକ ଋତୁସ୍ରାବରେ ବିଭିନ୍ନ ପ୍ରକାର ବ୍ୟତିକ୍ରମ ଦେଖାଯାଇଛି। ମେନ୍‌ଷ୍ଟ୍ରୁଆଲ ସାଇକେଲ୍‌ ଲେନ୍‌ଥରେ ମଧ୍ୟ ବହୁ ପରିବର୍ତ୍ତନ ଘଟିଥିବା ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି। ଏହି କାରଣରୁ ମହିଳାଙ୍କ ପ୍ରଜନନ କ୍ଷେତ୍ରରେ ମଧ୍ୟ ବହୁ ପରିବର୍ତ୍ତନ ଦେଖାଯାଇଛି।
ଅଧ୍ୟୟନରେ ସାମିଲ ହୋଇଥିବା ମହିଳା ଓ ଯୁବତୀମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଅନୁସାରେ, କୋଭିଡ୍‌ ପରେ ମେନ୍‌ଷ୍ଟ୍ରୁଆଲ ସାଇକେଲ୍‌ରେ ବହୁ ପରିବର୍ତ୍ତନ ହୋଇଛି। ଅଧ୍ୟୟନର ମୁଖ୍ୟ ପ୍ରଫେସର୍‌ ମାର୍ଟିନା ଆଣ୍ଟୋ ଓକ୍‌ରାହ କହିଛନ୍ତି, ମହିଳାଙ୍କଠାରେ ଦେଖାଯାଉଥିବା ଏହି ମାସିକ ନିୟମିତ କ୍ରିୟାରେ ପରିବର୍ତ୍ତନ ଦେଖାଯିବା ପଛରେ ମୁଖ୍ୟ କାରଣ କରୋନା ମହାମାରୀ ଯୋଗୁ ବଢ଼ିଥିବା ମାନସିକ ଚାପ।
ଏ ନେଇ ଦୁଇ ପ୍ରକାର ସର୍ଭେ କରିଛନ୍ତି। ବିଶେଷ କରି ୨୦୨୦ ମାର୍ଚ୍ଚରୁ ୨୦୨୧ ମେ ମଧ୍ୟରେ ମାସିକ ଋତୁସ୍ରାବରେ ବହୁ ପରିବର୍ତ୍ତନ ପରିଲଖିତ ହୋଇଥିବା ଗବେଷକମାନେ କହିଛନ୍ତି। ୩୫୪ ଜଣ ମହିଳା ଯେଉଁମାନେ ଉଭୟ ସର୍ଭେରେ ଭାଗ ନେଇଥିଲେ ସେହିମାନଙ୍କଠାରେ ଷ୍ଟ୍ରେସ୍‌ର ମାତ୍ରା ସର୍ବାଧିକ ୧୦.୫ ପ୍ରତିଶତ ରହିଥିବା ଜଣାପଡ଼ିଛି। ସେହିମାନଙ୍କ ଋତୁସ୍ରାବରେ ପରିବର୍ତ୍ତନ ଦେଖାଯାଇଛି। କେତେଜଣଙ୍କ କ୍ଷେତ୍ରରେ ଅଧିକମାତ୍ରାରେ ରକ୍ତପ୍ରବାହ ହେଉଥିବାବେଳେ କେତେଜଣଙ୍କର ଅନିର୍ର୍ଦ୍ଦିିଷ୍ଟ ସମୟରେ ସାଇକେଲ୍‌ ଆରମ୍ଭ ହେଉଥିବା ଅଧ୍ୟୟନରୁ ଜଣାପଡ଼ିଛି। ଚାକିରି କରିଥିବା ଓ ଗୃହିଣୀମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି। ଏପରିସ୍ଥଳରେ ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖୁଥିବା ମହିଳା ସାନିଟାରୀ ନାପ୍‌କିନ୍‌ଠାରୁ ଆରମ୍ଭ କରି ହାଇଜିନ ପାଇଁ ବ୍ୟବହୃତ ସମସ୍ତ ପ୍ରଡକ୍ଟ ଅଧିକମାତ୍ରାରେ କିଣିବାକୁ ଲାଗିବେ, ଯାହାର ପ୍ରଭାବ ସେମାନଙ୍କ ପର୍ସ ଉପରେ ପଡ଼ିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri