ମହିଳାଙ୍କ ଲୁହର ବାସ୍ନାରେ କମିଯାଏ ପୁରୁଷଙ୍କ ରାଗ! ଗବେଷଣାରୁ ହେଲା ସ୍ପଷ୍ଟ

ଜେରୁଜେଲମ,୨୨।୧୨: ଅନେକେ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ହତିଆର ଭାବେ ବ୍ୟବହାର କରନ୍ତି। ଦମ୍ପତି କିମ୍ବା କୌଣସି କପୁଲଙ୍କ ମଧ୍ୟରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି। କାନ୍ଦିବା ଦ୍ୱାରା ପୁରୁଷଙ୍କ ରାଗିବା କମି ଯାଇଥାଏ। ବାସ୍‌ ଝଗଡା ଶେଷ। କିନ୍ତୁ ଏଠାରେ ତ ଲୁହ ଦେଖିଲେ ପୁରୁଷଙ୍କ ମନ ବିଚଳିତ ହୋଇଉଠେ। ହେଲେ ଲୁହର ବାସ୍ନାରେ ମଧ୍ୟ ପୁରୁଷମାନେ ତରଳିଯା’ନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।

ପିଏଲଓଏସ ବାୟୋଲଜିରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ମହିଳାଙ୍କ ଲୁହର ଗନ୍ଧ
ପୁରୁଷଙ୍କ ଆକ୍ରୋଶକୁ ହ୍ରାସ କରିଥାଏ। ଇସ୍ରାଏଲର ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି କି, ମଣିଷ ଲୁହରେ ଏକ କେମିକାଲ ସିଗନାଲ ଥାଏ ଯାହା ମଣିଷର ରାଗକୁ କମ କରିଥାଏ।

ପୂର୍ବରୁ ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି, ମହିଳା ମୂଷା କାନ୍ଦିବା ଦ୍ୱାରା ପୁରୁଷ ମୂଷାମାନେ ଝଗଡା କରି ନ ଥାନ୍ତି। ଲୁହ ଦେଖି ପୁରୁଷ ମୂଷାଙ୍କ ଆକ୍ରମଣାତ୍ମକ ହ୍ରାସ ପାଇଥାଏ। ବୈଜ୍ଞାନିକଙ୍କୁ ଅଧ୍ୟୟନରୁ ଜଣାପଡିଛି କି, ଲୁହର ବାସ୍ନାରେ ଟେଷ୍ଟୋଷ୍ଟେରୋନ ହ୍ରାସ ପାଇଥାଏ। ଲୁହକୁ ଆଘ୍ରାଣ କରିବା ମାତ୍ରେ ପୁରୁଷର ଟେଷ୍ଟୋଷ୍ଟେରେନ ସ୍ତର ହ୍ରାସ ପାଇବାରେ ଲାଗିଥାଏ।

ଏକ ଅଧ୍ୟୟନରେ ପୁରୁଷମାନଙ୍କୁ ଏକ କମ୍ପ୍ୟୁଟର ଗେମ୍‌ ଦିଆଯାଇଥିଲା। ଯାହାର ବ୍ୟବହାର ଅନ୍ୟ ଆକ୍ରେଶ ମୂଳକ ଅଧ୍ୟୟନରେ କରାଯାଇଥିଲା। ଗେମରେ ଖେଳି ବ୍ୟକ୍ତିଜଣକ ଟଙ୍କା ପାଇଥାନ୍ତି ଆଉ ସାମ୍ନାରେ ଥିବା ଖେଳାଳୀ ଏଥିରୁ ଟଙ୍କା ଚୋରାଇଥାନ୍ତି। ତେବେ ଏହି ସମୟରେ ଦେଖାଯାଇଥିଲା କି, ମହିଳାଙ୍କ ଲୁହ ଆଘ୍ରାଣ କରି ପୁରୁଷଙ୍କ ମଧ୍ୟରେ ଉକୁଟୁଥିବା ଆକ୍ରୋଶ ୪୩.୭ ଶତକଡା ହ୍ରାସ ପାଇ ଯାଉଛି।

Share