ଭଦ୍ରକରୁ ନୟାଗଡ଼ ଚାଲିବ ମେମୁ ଟ୍ରେନ୍‌

ନୟାଗଡ଼ ଅଫିସ,୨୭।୩: ନୟାଗଡ଼ରୁ ଭଦ୍ରକ ଚାଲିବ ମେମୁ ଟ୍ରେନ୍‌। ଏପରି ସୂଚନା ଆସିଛି ଭଦ୍ରକର ପୂର୍ବତନ ବିଧାୟକ ନରେନ୍ଦ୍ର ପଲେଇଙ୍କ ପାଖକୁ। ରେଳ ବିଭାଗ ପକ୍ଷରୁ ଆସିଥିବା ଏହି ସୂଚନା ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହରୁ ରେଳ ଚଳାଚଳ ହେବ। ଅନ୍ୟପକ୍ଷେ ଭଦ୍ରକରୁ ନୟାଗଡ଼ ରେଳ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଗତ ୧୫ ତାରିଖରେ ଚିଠି ଲେଖିଥିଲେ। ବିଧାୟକ ଚିଠିରେ ଦର୍ଶାଇଥିଲେ, ନୟାଗଡ଼ ଜିଲାର ଅନେକ ବାସିନ୍ଦା ଭଦ୍ରକ, ବାଲେଶ୍ୱର, କଟକ ଜିଲାରେ ରହୁଛନ୍ତି। ନୟାଗଡ଼କୁ ଆସୁଥିବା ଟ୍ରେନ୍‌ର ସଦୁପଯୋଗ କରିପାରୁନାହାନ୍ତି। ନୟାଗଡ଼ବାସୀଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଧାର ଆଣିବାକୁ ଭଦ୍ରକକୁ ରେଳ ଚଳାଚଳ ନିହାତି ଦରକାର ବୋଲି ଚିଠିରେ ଲେଖିଛନ୍ତି। ଯେଉଁ କାରଣରୁ ହେଉନା କାହିଁକି ନୟାଗଡ଼କୁ ଭଦ୍ରକରୁ ରେଳ ଚଳାଚଳ ନେଇ ଜିଲାବାସୀ ଖୁସି ହୋଇଛନ୍ତି। ଯଦିଓ ସରକାରୀ ଭାବେ ଏହା କୁହାଯାଇନାହିଁ। ତେବେ ମିଳିଥିବା ସୂଚନା ଅନୁସାରେ, ଭଦ୍ରକରୁ ଉକ୍ତ ଟ୍ରେନ୍‌ ସକାଳ ୫ଟା ୪୫ରେ ବାହାରି କଟକରେ ପୂର୍ବାହ୍ନ ୮ଟା ୪୦ରେ ପହଞ୍ଚତ୍ବ। ଭୁବନେଶ୍ୱରରୁ ଟ୍ରେନ୍‌ ସାଢ଼େ ୯ଟାରେ ଛାଡ଼ିବାକୁ ଥିବାବେଳେ ନୟାଗଡ଼ ଟାଉନ ଷ୍ଟେଶନରେ ପୂର୍ବାହ୍ନ ସାଢ଼େ ୧୧ଟାରେ ପହଞ୍ଚତ୍ବ। ସେହିପରି ଅପରାହ୍ନ ୪ଟାରେ ନୟାଗଡ଼ ଟାଉନ ରେଳଷ୍ଟେଶନରୁ ବାହାରି ଭଦ୍ରକରେ ରାତି ସାଢ଼େ ୧୦ଟାରେ ପହଞ୍ଚତ୍ବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri