ସ୍ମରଣ ଶକ୍ତି କମାଏ ଗ୍ଲୁକୋଜ୍‌ ପରିମାଣ

ସାଧାରଣତଃ ଶରୀରରେ ଗ୍ଲୁକୋଜ୍‌ର ପରିମାଣ ୭.୮ମିଲିମୋଲ୍‌ ରହିଲେ, ତାହାକୁ ଗ୍ଲୁୂକୋଜର ସାଧାରଣ ସ୍ତର ବୋଲି ଗଣନା କରାଯାଇଥାଏ। ହେଲେ, ଏହାର ପରିମାଣ ସର୍ବାଧିକ ୧୧.୧ମିଲିମୋଲ୍‌ ହୋଇଗଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ରକ୍ତରେ ଗ୍ଲୁକୋଜ୍‌ର ପରିମାଣ ଆବଶ୍ୟକତାଠାରୁ ବଢ଼ିଲେ କି କମିଲେ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଫଳରେ ଆମ ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ। ନିକଟରେ ୟୁନିଭର୍ସିଟି ଅଫ୍‌ ଟୁର୍‌୍‌କୁ ଏବଂ ଫିନିସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ଆଣ୍ଡ ଓ୍ବେଲ୍‌ଫେୟାର୍‌ ଦ୍ୱାରା ହୋଇଥିବା ଏକ ସଦ୍ୟତମ ଗବେଷଣାରୁ ଏ ବିଷୟରେ ଜଣାପଡ଼ିଛି। ଏହାଦ୍ୱାରା ଡାଇବେଟିସ୍‌ର ମାତ୍ରା ମଧ୍ୟ ବହୁ ମାତ୍ରାରେ ବଢ଼ିଯାଏ। ସେହିପରି ଶରୀରରେ ଇନ୍‌ସୁଲିନ୍‌ ସେନ୍‌ସିଟିଭିଟି କମିବା, ମେଦବହୁଳତା, ମେଟାବୋଲିକ୍‌ ସିଣ୍ଡ୍ରୋମ୍‌ ଭଳି ଅନେକ ରୋଗ ଦେଖାଦିଏ। ତେଣୁ ଏହା ଉଭୟ ମସ୍ତିଷ୍କ ଓ ଶରୀର ପାଇଁ କ୍ଷତିକାରକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।