ସ୍ମରଣ ଶକ୍ତି ଓ ମେଦବହୁଳତା

ଆଜିକାଲି ମେଦବହୁଳତା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି କି ଅନେକ ଯୁବପିଢ଼ି ଏପରି ସମସ୍ୟାର ସମ୍ମୁଖୀନ ହେଉନ୍ତି। ତେବେ ମେଦବହୁଳତାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ନିକଟରେ ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ‘ସ୍ମରଣ ଶକ୍ତି ଓ ମେଦବହୁଳତା’ ଶୀର୍ଷକ ବିଷୟକୁ ନେଇ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମେଦବହୁଳତା ସମସ୍ୟା ଥିଲା ସେମାନଙ୍କର ସ୍ମରଣ ଶକ୍ତି ଅନ୍ୟମାନଙ୍କ ତୁଳନାରେ କେତେକାଂଶରେ ଦୁର୍ବଳ ଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ନିଜର ଓଜନ କିପରି ସନ୍ତୁଳିତ ରହିବ ସେ ନେଇ ସଚେତନ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି।