ଲୁଣ ଚାଷ ଜମିରେ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର: ଏଭଳି ହେଲେ ମିଳିବ ଏସବୁ ସୁବିଧା

ଗଞ୍ଜାମ,୩।୯(ବିଦ୍ୟାଧର ସାହୁ ): ଗଞ୍ଜାମ ହୁମା ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ ୧୬୦୦ ଏକର ଲୁଣ ଚାଷ ଜମି ରହିଛି । ଏଠାରେ ଦଶ ବର୍ଷରୁ ଅଧିକ ହେବ ଲୁଣ ଚାଷ ବନ୍ଦ ରହିବା କାରଣରୁ ପ୍ରାୟ ତିନି ହଜାର ପରିବାର ନିଜର ଜୀବିକା ହରାଇ ବସିଛନ୍ତି । ଏଣୁ ଏଠାରେ ବିମାନ ବନ୍ଦର ନିର୍ମାଣ ହେଲେ ସ୍ଥାନୀୟ ଲୋକେ ଉପକୃତ ହେବା ସହ ବ୍ୟବସାୟ ପ୍ରତିଷ୍ଠାନ ହୋଇପାରିବ। ଏନେଇ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମଙ୍ଗଳବାର ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେଇଥିବା ଜଣାପଡ଼ିଛି । ଗଞ୍ଜାମ-ହୁମା ମଧ୍ୟରେ କେନ୍ଦ୍ର ଲବଣ ବିଭାଗର ୧୬୦୦ ଏକର ପଡ଼ିଆ ଜମି ଓ ଆଖପାଖ ଜମି ଅଧିକୃତ କରି ଏହି ବିମାନ ବନ୍ଦର ପ୍ରତିଷ୍ଠା କରାଯାଇପାରିବ ବୋଲି ଦର୍ଶାଇଛନ୍ତି। ବିମାନ ବନ୍ଦର ଏଠାରେ ନିର୍ମିିତ ହେଲେ ଚିଲିକା ନୌସେନା କେନ୍ଦ୍ର ଓ ଗୋପାଳପୁର ସେନା ତାଲିମ କେନ୍ଦ୍ର ପାଇଁ ଉପଯୋଗି ହେବା ସାଙ୍ଗକୁ ଜିଲାର ତ୍ୱରିତ ଗମନାଗମନ ସୁବିଧା ଦ୍ବାରା ଶିଳ୍ପ ଓ ବ୍ୟବସାୟ ବୃଦ୍ଧି ପାଇବ । ଯଦି ବିମାନ ବନ୍ଦର ପାଇଁ ଜିଲାରେ ଅନ୍ୟତ୍ର ସ୍ଥାନ ନିରୂପଣ ହୁଏ ତେବେ ଏହି ମୂଲ୍ୟବାନ ଲବଣ ବିଭାଗ ଜମିରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯାଉ କିମ୍ବା ଆଧୁନିକ ଲବଣ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ। ଏଭଳି ହେଲେ ସମୁଦ୍ର ନିକଟବର୍ତୀ ଏହି ଅଞ୍ଚଳର ପର୍ଯ୍ୟଟନର ବିକାଶ ମଧ୍ୟ ସମ୍ଭବ ହେବ । ଶ୍ରୀ ପଣ୍ଡାଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ବାବା ବଟେଶ୍ୱର ଲବଣ ଶ୍ରମିକ ସଂଘରସଭାପତି ତଥା ପୂର୍ବତନ ଗଞ୍ଜାମ ବ୍ଲକ ଅଧକ୍ଷ ସୁରଥ ପ୍ରଧାନ, ଯୁବନେତା ରଞ୍ଜନ କୁମାର ତରାଇ, ଅମୁଲ୍ୟ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳ ମହୋଦୟ ଦୀର୍ଘସମୟ ଧରି ଏହି ଜମିର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ।
ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri