ଆହତଙ୍କୁ ଭେଟିଲେ ଜାତୀୟ ଏସ୍‌ଟି କମିଶନ ସଦସ୍ୟ

ସମ୍ବଲପୁର,୨୬।୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ଦଙ୍ଗା ଘଟଣାରେ ଯୁଯୁମୁରା ଥାନା ଭବାନୀପାଲି ଗ୍ରାମର ଆହତ ବିଶ୍ୱନାଥ ଶିଖା ଓରଫ କାଳିଆଙ୍କୁ ମଙ୍ଗଳବାର ଜାତୀୟ ଏସ୍‌ଟି କମିଶନ ସଦସ୍ୟ ଅନନ୍ତ ନାଏକ ଓ ବିଭାଗର ୨ ବରିଷ୍ଠ ଅଧିକାରୀ ଭେଟିଛନ୍ତି। ହେଲେ ସାନସିଂହାରି ଗ୍ରାମର ମୃତକ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କ ପରିବାର ଅନୁପସ୍ଥିତ ଥିବାରୁ ସେମାନେ ଭେଟିପାରି ନ ଥିଲେ। ପରେ ସେମାନେ ଜିଲାପାଳ ଅନନ୍ୟା ଦାସ, ଏସ୍‌ପି ବାତୁଳା ଗଙ୍ଗାଧରଙ୍କ ସହ ସ୍ଥାନୀୟ ସର୍କିଟ ହାଉସରେ ଆଲୋଚନା କରିଥିଲେ।
ସର୍କିଟ୍‌ ହାଉସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କମିଶନ ସଦସ୍ୟ ନାଏକ କହିଥିଲେ, ସମ୍ବଲପୁରରେ ହିଂସା ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରୁ ଖବର ମିଳିବା ସହ ଅଭିଯୋଗ ମଧ୍ୟ ହୋଇଥିଲା। ଏହାକୁ ନେଇ କମିଶନ ତଦନ୍ତ ଆବଶ୍ୟକ ଥିବା ହୃଦ୍‌ବୋଧ କରିଥିଲା। ତେଣୁ କମିଶନଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ମୃତ ଚନ୍ଦ୍ରଶେଖରଙ୍କ ଘରକୁ ଯାଇଥିଲୁ। ସେଠାରେ ପରିବାରବର୍ଗ ଅନୁପସ୍ଥିତ ରହିଥିଲେ। ସେମାନେ ଶ୍ରାଦ୍ଧ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ଜାଣିବାକୁ ପାଇଥିଲୁ। ପାଖ ପଡ଼ୋଶୀଙ୍କ ସହ ଆଲୋଚନା କରି ଫେରିଲୁ। ପରେ ଭବାନୀପାଲି ଯାଇ ଆହତ ବିଶ୍ୱନାଥଙ୍କୁ ଭେଟି ଆକ୍ରମଣ ଘଟଣା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିଛୁ। ସମସ୍ତ ରିପୋର୍ଟ କମିଶନ ଅଧ୍ୟକ୍ଷଙ୍କୁ ଦିଆଯିବ। ତଦନ୍ତ ଚାଲିଥିବାରୁ ଗଣମାଧ୍ୟମ ଆଗରେ ସ୍ପଷ୍ଟକରି କିଛି କହିହେବ ନାହିଁ। ହେଲେ ଆହତ କାଳିଆ ପ୍ରଶାସନର ସହଯୋଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ଆଗରେ କାଳେ ଭୟରେ କିଛି କହିବେ ନାହିଁ, ସେଥିପାଇଁ କାଳିଆଙ୍କୁ ଏକୁଟିଆ ପଚରାଉଚୁରା କରିଥିଲୁ। ଗସ୍ତ ପୂର୍ବରୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚିଠିକରି ସୂଚନା ଦିଆଯାଇଥିଲା। ମୃତକଙ୍କ ପରିବାର ଅନୁପସ୍ଥିତ ରହିବା ଚିନ୍ତାଜନକ। ଯେଭଳି ଆଶା ରହିଥିଲା ପ୍ରଶାସନ ତଦନ୍ତରେ ସହଯୋଗ କଲା ନାହିଁ। ମୃତ ଚନ୍ଦ୍ରଶେଖରଙ୍କ ଶେଷକୃତ୍ୟ ରାତିଅଧିଆ କରାଯାଇଥିବା ଜାଣିବାକୁ ପାଇଲୁ, ଯାହା ଜାତିର ପରମ୍ପରା ବାହାରେ। ଶେଷକୃତ୍ୟ ହେବା ସମୟରେ ପରିବାର ସହ ଜାତିର ଲୋକମାନେ ଉପସ୍ଥିତ ରହିଥାନ୍ତି। ତେଣୁ ଏହା ଠିକ୍‌ ହୋଇ ନାହିଁ। ଏଭଳି ଘଟଣା ଜାତିକୁ ଆଘାତ ଦେଇଛି। ଆଦିବାସୀ ଲୋକମାନେ ଝଗଡ଼ା କରନ୍ତି ନାହିଁ। ସେମାନଙ୍କ ସହ ପ୍ରଶାସନ ଓ ସାମାଜିକ ସ୍ତରରେ ସହଯୋଗର ବାତାବରଣ ରହିବା ଆବଶ୍ୟକ। ଜାତିଆଣ ଆକ୍ଷେପ ମାମଲାରେ କ୍ଷତିପୂରଣ ବାବଦରେ ଟଙ୍କା ଦିଆଯାଇଛି ବୋଲି କମିଶନ ସଦସ୍ୟ କହିଥିଲେ। ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ ଓ ୧୪ରେ ସହରରେ ହିଂସା ଘଟଣା ଘଟିଥିଲା। ଚନ୍ଦ୍ରଶେଖର ଓ କାଳିଆ ଶୋଭାଯାତ୍ରାରେ ଯୋଗଦେଇ ଘରକୁ ଫେରିବା ସମୟରେ ରିଂରୋଡ୍‌ରେ ମାରଣାସ୍ତ୍ରରେ ଗୋଷ୍ଠୀଗତ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଥିବା ବେଳେ କାଳିଆ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?