ଆହତଙ୍କୁ ଭେଟିଲେ ଜାତୀୟ ଏସ୍‌ଟି କମିଶନ ସଦସ୍ୟ

ସମ୍ବଲପୁର,୨୬।୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ଦଙ୍ଗା ଘଟଣାରେ ଯୁଯୁମୁରା ଥାନା ଭବାନୀପାଲି ଗ୍ରାମର ଆହତ ବିଶ୍ୱନାଥ ଶିଖା ଓରଫ କାଳିଆଙ୍କୁ ମଙ୍ଗଳବାର ଜାତୀୟ ଏସ୍‌ଟି କମିଶନ ସଦସ୍ୟ ଅନନ୍ତ ନାଏକ ଓ ବିଭାଗର ୨ ବରିଷ୍ଠ ଅଧିକାରୀ ଭେଟିଛନ୍ତି। ହେଲେ ସାନସିଂହାରି ଗ୍ରାମର ମୃତକ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କ ପରିବାର ଅନୁପସ୍ଥିତ ଥିବାରୁ ସେମାନେ ଭେଟିପାରି ନ ଥିଲେ। ପରେ ସେମାନେ ଜିଲାପାଳ ଅନନ୍ୟା ଦାସ, ଏସ୍‌ପି ବାତୁଳା ଗଙ୍ଗାଧରଙ୍କ ସହ ସ୍ଥାନୀୟ ସର୍କିଟ ହାଉସରେ ଆଲୋଚନା କରିଥିଲେ।
ସର୍କିଟ୍‌ ହାଉସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କମିଶନ ସଦସ୍ୟ ନାଏକ କହିଥିଲେ, ସମ୍ବଲପୁରରେ ହିଂସା ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରୁ ଖବର ମିଳିବା ସହ ଅଭିଯୋଗ ମଧ୍ୟ ହୋଇଥିଲା। ଏହାକୁ ନେଇ କମିଶନ ତଦନ୍ତ ଆବଶ୍ୟକ ଥିବା ହୃଦ୍‌ବୋଧ କରିଥିଲା। ତେଣୁ କମିଶନଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ମୃତ ଚନ୍ଦ୍ରଶେଖରଙ୍କ ଘରକୁ ଯାଇଥିଲୁ। ସେଠାରେ ପରିବାରବର୍ଗ ଅନୁପସ୍ଥିତ ରହିଥିଲେ। ସେମାନେ ଶ୍ରାଦ୍ଧ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ଜାଣିବାକୁ ପାଇଥିଲୁ। ପାଖ ପଡ଼ୋଶୀଙ୍କ ସହ ଆଲୋଚନା କରି ଫେରିଲୁ। ପରେ ଭବାନୀପାଲି ଯାଇ ଆହତ ବିଶ୍ୱନାଥଙ୍କୁ ଭେଟି ଆକ୍ରମଣ ଘଟଣା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିଛୁ। ସମସ୍ତ ରିପୋର୍ଟ କମିଶନ ଅଧ୍ୟକ୍ଷଙ୍କୁ ଦିଆଯିବ। ତଦନ୍ତ ଚାଲିଥିବାରୁ ଗଣମାଧ୍ୟମ ଆଗରେ ସ୍ପଷ୍ଟକରି କିଛି କହିହେବ ନାହିଁ। ହେଲେ ଆହତ କାଳିଆ ପ୍ରଶାସନର ସହଯୋଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ଆଗରେ କାଳେ ଭୟରେ କିଛି କହିବେ ନାହିଁ, ସେଥିପାଇଁ କାଳିଆଙ୍କୁ ଏକୁଟିଆ ପଚରାଉଚୁରା କରିଥିଲୁ। ଗସ୍ତ ପୂର୍ବରୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଚିଠିକରି ସୂଚନା ଦିଆଯାଇଥିଲା। ମୃତକଙ୍କ ପରିବାର ଅନୁପସ୍ଥିତ ରହିବା ଚିନ୍ତାଜନକ। ଯେଭଳି ଆଶା ରହିଥିଲା ପ୍ରଶାସନ ତଦନ୍ତରେ ସହଯୋଗ କଲା ନାହିଁ। ମୃତ ଚନ୍ଦ୍ରଶେଖରଙ୍କ ଶେଷକୃତ୍ୟ ରାତିଅଧିଆ କରାଯାଇଥିବା ଜାଣିବାକୁ ପାଇଲୁ, ଯାହା ଜାତିର ପରମ୍ପରା ବାହାରେ। ଶେଷକୃତ୍ୟ ହେବା ସମୟରେ ପରିବାର ସହ ଜାତିର ଲୋକମାନେ ଉପସ୍ଥିତ ରହିଥାନ୍ତି। ତେଣୁ ଏହା ଠିକ୍‌ ହୋଇ ନାହିଁ। ଏଭଳି ଘଟଣା ଜାତିକୁ ଆଘାତ ଦେଇଛି। ଆଦିବାସୀ ଲୋକମାନେ ଝଗଡ଼ା କରନ୍ତି ନାହିଁ। ସେମାନଙ୍କ ସହ ପ୍ରଶାସନ ଓ ସାମାଜିକ ସ୍ତରରେ ସହଯୋଗର ବାତାବରଣ ରହିବା ଆବଶ୍ୟକ। ଜାତିଆଣ ଆକ୍ଷେପ ମାମଲାରେ କ୍ଷତିପୂରଣ ବାବଦରେ ଟଙ୍କା ଦିଆଯାଇଛି ବୋଲି କମିଶନ ସଦସ୍ୟ କହିଥିଲେ। ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏପ୍ରିଲ ୧୨ ଓ ୧୪ରେ ସହରରେ ହିଂସା ଘଟଣା ଘଟିଥିଲା। ଚନ୍ଦ୍ରଶେଖର ଓ କାଳିଆ ଶୋଭାଯାତ୍ରାରେ ଯୋଗଦେଇ ଘରକୁ ଫେରିବା ସମୟରେ ରିଂରୋଡ୍‌ରେ ମାରଣାସ୍ତ୍ରରେ ଗୋଷ୍ଠୀଗତ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଥିବା ବେଳେ କାଳିଆ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri