କଣ୍ଟାବାଞ୍ଜି ବିଧାୟକଙ୍କ ଆଚରଣ ପ୍ରତିବାଦରେ ଓଏଏସ ସଂଘ ସଦସ୍ୟ ପିନ୍ଧିଲେ କଳାବ୍ୟାଚ

ବଲାଙ୍ଗୀର ଅଫିସ, ୧୬।୧: ବଲାଙ୍ଗୀର ଜିଲା ପରିଷଦ ବୈଠକ ଚାଲିଥିବା ବେଳେ ଗତ ୧୨ ତାରିଖରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗୀର ଜିଲାପାଳ ଏବଂ ଜିଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଓଏଏସ୍‌ ସଂଘ ବଲାଙ୍ଗୀର ଜିଲା ସଦସ୍ୟମାନେ କଳାବ୍ୟାଚ ପରିଧାନ କରି ସୋମବାର ପ୍ରତିବାଦ କରିଛନ୍ତି। ୧୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ କର୍ମଚାରୀ ପିନ୍ଧି କାର୍ଯ୍ୟ କରିବେ ବୋଲି ଏଡିଏମ୍‌ ମହେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।