ମହିଳା ନିର୍ଯାତନା ବିରୋଧରେ ଶୂନ-ସହନଶୀଳ ନୀତି ଗ୍ରହଣ କରନ୍ତୁ ସଦସ୍ୟ ରାଷ୍ଟ୍ର: ଅନ୍ତର୍ଜାତୀୟ ମହିଳା ଦିବସରେ ରୁଚିରା କମ୍ବୋଜ…

ଜେନେଭା,୮।୩ : ମାର୍ଚ୍ଚ ୮ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏଥି ସହିତ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଜୋର ଦେଇଛି ଯେ ଆତଙ୍କବାଦୀଙ୍କ ଦ୍ୱାରା ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ଜାରି ରହିଛି।

ସମସ୍ତ ପ୍ରକାର ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଭାରତ ଏକ ଶୂନ-ସହନଶୀଳତା ନୀତି ଆହ୍ବାନ କରୁଛି। ସମସ୍ତ ସଦସ୍ୟ ରାଷ୍ଟ୍ର ଏହାକୁ ଗ୍ରହଣ କରିବା ଜରୁରୀ। ଏହାକୁ ଦୃଢ଼ଭାବରେ ନିନ୍ଦା କରାଯିବା ଉଚିତ ବୋଲି ସେ କହିଛି।

ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ସଦସ୍ୟ ରାଷ୍ଟ୍ରମାନେ ରାଜନୈତିକ ପ୍ରକ୍ରିୟାରେ ମହିଳାମାନଙ୍କର ଅଂଶଗ୍ରହଣ ଏବଂ ଅନ୍ତର୍ଭୂକ୍ତ କରିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ଆତଙ୍କବାଦ ମାନବିକ ଅଧିକାରର ସବୁଠାରୁ ବଡ ଶତ୍ରୁ। ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ନିରନ୍ତର ବିପଦ ସୃଷ୍ଟି ହେଉଛି।

Share