Posted inଜାତୀୟ

ପରାଜିତ ନେତାମାନେ ସରକାରୀ ଆବାସ ଖାଲି ନ କଲେ ଗଣିବାକୁ ପଡ଼େ ୧୦ ଲକ୍ଷ ଯାଏ ଜରିମାନା, ଜାଣନ୍ତୁ କିଏ ଜାରି କରେ ନୋଟିସ?

ନୂଆଦିଲ୍ଲୀ,୧୬।୬: ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଏବେ ନୂଆ ସରକାର ମଧ୍ୟ ଗଠନ ହୋଇଛି। ଏମିତିରେ ଅନେକ ଏମ୍‌ପି ପୁଣିଥରେ ବିଜୟ ମୁକୁଟ ପିନ୍ଧିଥିବା ବେଳେ କିଛି ଏମ୍‌ପି ନିର୍ବାଚନରେ ହାରି ଯାଇଛନ୍ତି। ଅନେକଙ୍କୁ ପ୍ରଥମ ଥର ଏମ୍‌ପି ହେବାର ସୁଯୋଗ ମିଳିଛି। ଏସବୁ ଏମ୍‌ପିଙ୍କୁ ଏବେ ସରକାରୀ ଆବାସ ଉପଲବ୍ଧ ହେବ। ହେଲେ ପରାଜିତ ହୋଇଥିବା ଏମ୍‌ପିଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ହେବ। ଆସନ୍ତୁ ଜାଣିବା ସରକାରୀ ଘର କିଭଳି ଖାଲି କରାଯାଇଥାଏ? ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ?

କିଭଳି ହୋଇଥାଏ ସରକାରୀ ଆବାସ ଆବଣ୍ଟନ?
ନିର୍ବାଚନରେ ପରାଜିତ ହୋଇଥିବା ଏମ୍‌ପିଙ୍କୁ ସରକାରୀ ଆବସ ଖାଲି କରିବାକୁ ହୋଇଥାଏ। ସେହିଭଳି ନବନିର୍ବାଚିତ ଏମ୍‌ପି ଏବଂ ମନ୍ତ୍ରୀମାନଙ୍କୁ ନୂଆ ଆବାସ ଆବଣ୍ଟନ କରାଯିବ। ସେମାନଙ୍କୁ ବରିଷ୍ଠତା ଆଧାରରେ ଆବାସ ବଣ୍ଟନ କରାଯିବ।

କେଉଁଠାରେ ଆବଣ୍ଟନ କରାଯାଏ ଆବାସ?
ସରକାରୀ ଆବାସ ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଉପରାଷ୍ଟ୍ରପତି, ମନ୍ତ୍ରୀ,ସୁପ୍ରିମକୋର୍ଟର ବିଚାରପତି, ଏମ୍‌ପି ଆଦିଙ୍କୁ ମିଳିଥାଏ। ଏହି ଆବାସ ଆବଣ୍ଟନ, ପରିଚାଳନାର ଦାୟିତ୍ୱ ଡାଇରେକ୍ଟୋରେଟ୍‌ ଅଫ୍‌ ଇଷ୍ଟେଟ୍‌(ଡିଓଇ) କରିଥାଏ। ମନ୍ତ୍ରୀ ଏବଂ ଏମ୍‌ପିଙ୍କୁ ସରକାରୀ ଆବାସ ଆବଣ୍ଟନ ଦରମା ଏବଂ ବରିଷ୍ଠତା ଆଧାରରେ କରାଯାଏ। ଏହାଛଡ଼ା ଏମ୍‌ପିମାନଙ୍କୁ ସରକାରୀ ଆବାସ ଯୋଗାଇବା ମାମଲା ଡିଓଇ ସହ ଲୋକ ସଭା ଏବଂ ରାଜ୍ୟ ସଭାର ହାଉସିଂ ସୋସାଇଟିର ମଧ୍ୟ ଭୂମିକା ରହିଛି।

କେତେଦିନରେ ବଙ୍ଗଳା ଖାଲି କରିବାକୁ ପଡ଼ିଥାଏ?
ନେତାମାନଙ୍କୁ ସରକାରୀ ଆବାସ ଖାଲି କରାଇବାକୁ ନେଇ ୨୦୧୯ରୁ ନୂଆ ନିୟମ ଆରମ୍ଭ ହୋଇଛି। ତଦନୁଯାୟୀ ଏମ୍‌ପିଙ୍କ ସଦସ୍ୟତା ଶେଷ ହେବା ତାରିଖରୁ ୩୦ ଦିନ ମଧ୍ୟରେ ଘର ଖାଲି କରିବାକୁ ପଡ଼ିଥାଏ। ଏମିତି ନ କଲେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥାଏ। ନୋଟିସ ଜାରି ହେବାର ୩ ଦିନ ମଧ୍ୟରେ ଘର ଖାଲି କରିବାର ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏଭଳି ନ କଲେ ଜରିମାନା ମଧ୍ୟ ଲାଗିପାରେ। ଏମିତିରେ ୧୦ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri