Posted inଫୁରସତ

ତରଳୁଛି ବରଫ: ବିପର୍ଯ୍ୟୟ ଆଶଙ୍କା

ନୁକ୍‌: ଜଳବାୟୁ ପରିବର୍ତ୍ତନ କାରଣରୁ ସମଗ୍ର ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଗ୍ରୀନ୍‌ଲାଣ୍ଡ ଉପରେ ମଧ୍ୟ ପଡ଼ିଛି। ଏଠାରେ ବରଫ ଚାଦର ତରଳିବା କାରଣରୁ ସମୁଦ୍ର ଜଳସ୍ତର ବୃଦ୍ଧି ଆଶଙ୍କା କରାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବୃଦ୍ଧି ପାଇଥିବା ତାପମାତ୍ରା ଏହାର ମୁଖ୍ୟ କାରଣ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ତେବେ ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବା ସହ ସମୁଦ୍ର ଜଳସ୍ତର ୨୭ ସେଣ୍ଟିମିଟରରୁ ୧୦.୬ ଇଞ୍ଚ ବୃଦ୍ଧି ପାଇବା ଆଶଙ୍କା ରହିଛି। ଗ୍ରୀନ୍‌ଲାଣ୍ଡର ବରଫ ଚାଦର ଉପରେ ଜମାହୋଇଥିବା ଡେଡ୍‌ ଆଇସ୍‌କୁ ଜୋମ୍ବି ଆଇସ୍‌ କୁହାଯାଏ। ଦିନକୁଦିନ ଗ୍ରୀନ୍‌ଲାଣ୍ଡରେ lମ୍ବୋ ଆଇସ୍‌ର ପରିମାଣ କମିବା ଆରମ୍ଭ ହୋଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଜୋମ୍ବି ଆଇସ୍‌ ତରଳୁଥିବା ଡେନମାର୍କ ଏବଂ ଗ୍ରୀନ୍‌ଲାଣ୍ଡ ବିଶେଷଜ୍ଞଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏହା ଦାବି କରାଯାଇଛି। ବିଶ୍ୱରେ ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ ହୋଇଯାଇଥିବାବେଳେ ଗ୍ରୀନ୍‌ଲାଣ୍ଡ ରେ ୧୧୦ କ୍ୱାଡ୍ରିଲିଓନ୍‌ ଟନ୍‌ର ବରଫ ଚାଦର ତରଳିଛି। ଆଗାମୀ ଦିନରେ ଏହାର ପରିମାଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଥିବାବେଳେ ତାପମାତ୍ରାରେ ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ପ୍ରଫେଶର ଜାସୋନ ବକ୍ସ କହିଛନ୍ତି।
ଏକ ସ୍ବତନ୍ତ୍ର ବିଶେଷଜ୍ଞ କମିଟି ପକ୍ଷରୁ ୨୦୧୨ରେ ଗ୍ରୀନ୍‌ଲାଣ୍ଡର ବରଫ ଚାଦର ତରଳିବା ଉପରେ ଅଧ୍ୟୟନ ଆରମ୍ଭ ହୋଇଥିଲା, ଯାହା ତୁଳନାରେ ବରଫ ତରଳିବାର ମାତ୍ରା ଏବେ ଦ୍ୱିଗୁଣା (୭୮ ସେଣ୍ଟିମିଟର) ହୋଇଛି। ଅନ୍ୟପଟେ ବରଫ ପରିମାଣ କମିବା ସହ ବରଫ ତରଳିବା ପ୍ରକ୍ରିୟାରେ ବୃଦ୍ଧି ଘଟିଛି। ଏଠାରେ ଥିବା ମୋଟ ବରଫ ପରିମାଣର ୩.୩ ପ୍ରତିଶତ ବରଫ ଚାଦର ତରଳି ସାରିଛି। ଗ୍ରୀନ୍‌ଲାଣ୍ଡ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ଥାନ, ଯେଉଁଠାରେ ପ୍ରଚୁର ପରିମାଣର ବରଫ ରହିଛି। କୋଇଲା, ତେଲ, ପ୍ରାକୃତିକ ଗ୍ୟାସ ଜଳିବା ଏବଂ ଜଳବାୟୁ ପରିବର୍ତ୍ତନ ସକାଶେ ଗ୍ରୀନ୍‌ଲାଣ୍ଡର ବରଫ ତରଳୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri