ନୂଆଦିଲ୍ଲୀ,୧୭।୬: ଫ୍ରାନ୍ସର ଡୋଭିଲ-ଲେ-ବ୍ୟାନ୍ସ (Deauville-les-Bains) ସହରରେ ଜି-୭ (G7) ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଜି-୭ ସମୂହରେ ବିଶ୍ୱର ସାତଟି ପ୍ରମୁଖ ଅର୍ଥବ୍ୟବସ୍ଥା ଏକାଠି ଅଛନ୍ତି, ଯେଉଁଥିରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ସାମିଲ ଅଛନ୍ତି। ୟୁରୋପୀୟ ସଂଘ (EU) ମଧ୍ୟ ଏହି ସମୂହର ସଦସ୍ୟ ଅଟେ। ଏହି ସମୟରେ ବିଶ୍ୱର ସାତଟି ସବୁଠାରୁ ବିକଶିତ ଅର୍ଥବ୍ୟବସ୍ଥାର ନେତାମାନେ ଏକ ମଞ୍ଚରେ ପରସ୍ପରକୁ ଭେଟିଛନ୍ତି। ସମ୍ମିଳନୀରେ ସାମିଲ ହୋଇଥିବା ନେତାମାନେ ପରସ୍ପରକୁ ଅଭିବାଦନ ଜଣାଇବା ସହ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଏହି ସମୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସାକ୍ଷାତକାରର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ଦାବି କରାଯାଉଛି। କିଛି ୟୁଜର୍ସ କହିଛନ୍ତି ଯେ ଅଭିବାଦନ ସମୟରେ ଜେଲେନସ୍କି, ମେଲୋନୀଙ୍କୁ ଓଠରେ କିସ୍ କରିବାକୁ ଚେଷ୍ଟା କରିଥିଲେ, ଯାହା ଦ୍ୱାରା ସେ କିଛି ସମୟ ପାଇଁ ଅସହଜ ମନେ କରିଥିଲେ। ତେବେ ଏହି ଦାବିର କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।
ମେଲୋନିଙ୍କ କୌଣସି ଆନ୍ତର୍ଜାତୀୟ ସାକ୍ଷାତକାରର ଭିଡିଓ ଚର୍ଚ୍ଚାକୁ ଆସିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ୱରୁ ପ୍ୟାରିସର ଏଲିସି ପ୍ୟାଲେସରେ ଆୟୋଜିତ ଏକ ବଡ଼ କୂଟନୈତିକ ସମ୍ମିଳନୀ ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ମେଲୋନୀଙ୍କ ସାକ୍ଷାତକାର ମଧ୍ୟ ଚର୍ଚ୍ଚାରେ ରହିଥିଲା। ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଦ୍ୱାରା ଆୟୋଜିତ ସେହି ସମ୍ମିଳନୀରେ ପ୍ରାୟ ୫୦ଟି ଦେଶର ପ୍ରତିନିଧି ସାମିଲ ହୋଇଥିଲେ। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୈଶ୍ୱିକ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ‘ଷ୍ଟ୍ରେଟ ଅଫ ହୋର୍ମୁଜ’ (Strait of Hormuz) ରେ ଜାହାଜଗୁଡ଼ିକର ଅବାଧ ଚଳାଚଳ ସୁନିଶ୍ଚିତ କରିବା। ଏହି ସମୟରେ ମାକ୍ରୋନ, ମେଲୋନୀଙ୍କୁ କୋଳେଇ ନେଇ ଏବଂ ପାରମ୍ପରିକ ‘ଚିକ-ଟୁ-ଚିକ କିସ’ (ଗାଲରେ ଗାଲ ମିଶାଇ) ସୱାଗତ କରିଥିଲେ। ସେହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା।
ଜି-୭ ସମ୍ମିଳନୀରେ ଜେଲେନସ୍କି ଏବଂ ମେଲୋନୀଙ୍କ ଭିଡିଓର ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପରେ ମେଲୋନୀ ଟିକେ ଚକିତ ଏବଂ ଅସହଜ ଦେଖାଯାଉଛନ୍ତି।