ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟ ହଟାଇଲେ ମେଲାନିଆ

ୱାଶିଂଟନ,୧୩ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାସନ କ୍ଷମତା ହଟାଇବା ପରେ ଏବେ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କ କୁଆଡେ ଭଲ ନ ଥିବା ଆଲୋଚନା ହେଉଛି । ଫ୍ଲୋରିଡା ଯିବା ପରେ ମେଲାନିଆ ଅଧିକାଂଶ ସମୟ ସ୍ପାରେ କାଟୁଥିବା କୁହାଯାଉଛି । ଆହୁରି ମଧ୍ୟ ଆଲୋଚନା ହେଉଛି କି ଉଭୟ ଅଲଗା ହେବାକୁ ଚାହୁଁଛନ୍ତି । ଇତିମଧ୍ୟରେ ମେଲାନିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟ ହଟାଇ ଦେଇଥିବା ଜଣାପଡିଛି । ହ୍ୱାଇଟ ହାଉସରୁ ଯିବା ପରେ ମେଲାନିଆ ଟ୍ରମ୍ପ ରହସ୍ୟମୟ ଭାବେ ଜନତାଙ୍କଠାରୁ ଦୂରେଇ ରହୁଛନ୍ତି । ଶେଷଥର ପାଇଁ ତାଙ୍କୁ ୨୦ ଜାନୁୟାରୀରେ ଦେଖିବାକୁ ମିଳିଥିଲା । ଜନତାଙ୍କଠାରୁ ଦୂରେଇ ରହିବା ଓ ଇନଷ୍ଟାଗ୍ରାମ ପୋଷ୍ଟ ହଟାଇବା ପରେ ଆଲୋଚନା ହେଉଛି କି ନିଶ୍ଚିତ ଭାବେ ମେଲାନିଆ କୌଣସି ଚିନ୍ତା ମଧ୍ୟରେ ରହିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଏବେ ଗଲ୍ଫ ଖେଳି ସମୟ କାଟୁଥିବା ବେଳେ ସୁପର ପାଉଲ ପାର୍ଟିରେ ସେ ମେଲାନିଆଙ୍କ ସହ ଆସି ନ ଥିଲେ । ଏହାକୁ ଦେଖି ଆଲୋଚନା ହେଉଛି କି ହୁଏତ ଉଭୟ ଅଲଗା ହୋଇପାରନ୍ତି । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ମେଲାନିଆ । ସୂଚନାଯୋଗ୍ୟ, ୧୯୯୮ରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ୫୨ ବର୍ଷ ଓ ମେଲାନିଆଙ୍କୁ ୨୮ ବର୍ଷ ବୟସ ହୋଇଥିଲା ସେତେବେଳେ ଉଭୟ ନ୍ୟୁୟର୍କ ଫ୍ୟାଶନ ୱିକ୍‌ରେ ଦେଖା ହୋଇଥିଲେ । ସେହିଠାରୁୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମ କାହାଣୀ । ୨୦୦୪ରେ ଟ୍ରମ୍ପ ମେଲାନିଆଙ୍କୁ ୧.୫ ମିଲିୟନ ଡଲାରର ଏକ ହୀରା ମୁଦି ଦେଇ ବିବାହ କରିବାକୁ ପ୍ରପୋଜ କରିଥିବା ବେଳେ ୨୨ ଜାନୁୟାରୀ ୨୦୦୫ରେ ଏମାନେ ବିବାହ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri