ଟ୍ରମ୍ପ୍‌ଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ: ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା !

ଓ୍ବାଶିଂଟନ,୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପରାଜିତ ହୋଇଛନ୍ତି। ଟ୍ରମ୍ପ୍‌ଙ୍କ ତୃତୀୟ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍‌ ଏବେ ତାଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରିଥିବା ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ମେଲାନିଆ ଏଭଳି କରିବେ ବୋଲି ଆମେରିକାର କେତେକ ଗଣମାଧ୍ୟମ ସଂସ୍ଥା ଜୋର୍‌ ଦେଉଛନ୍ତି। ହ୍ବାଇଟ୍‌ ହାଉସ୍‌ରୁ ବାହାରିବା ପରେ ମେଲାନିଆ ଏସମ୍ପର୍କିତ ଆଇନଗତ ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ୨୦୦୫ ଜାନୁୟାରୀ ୨୨ରେ ଟ୍ରମ୍ପ୍‌ ମେଲାନିଆଙ୍କୁ ବିବାହ କରିଥିଲେ। ମାତ୍ର ଏବେ ୧୫ ବର୍ଷର ବୈବାହିକ ଜୀବନର ପରିସମାପ୍ତି ହେବାକୁ ଯାଉଛି ବୋଲି ଟ୍ରମ୍ପ୍‌ଙ୍କ ପୂର୍ବତନ ରାଜନୈତିକ ସହଯୋଗୀ ଓମାରୋସା ମେନିଗୋଲ୍ଟ୍‌ ନ୍ୟୁମ୍ୟାନ୍‌ ଦାବି କରିଛନ୍ତି। ସେହିପରି ମେଲାନିଆଙ୍କ ବାନ୍ଧବୀ ଷ୍ଟିଫାନିଆ ଭୋଲକଫ୍‌ କହିଛନ୍ତି ଯେ,ଟ୍ରମ୍ପ୍‌ଙ୍କ ପୁଅ ବାରୋନ ଟ୍ରମ୍ପ୍‌ଙ୍କୁ ସମ୍ପତ୍ତିରୁ ଭାଗ ଦେବା ନେଇ ଦାବି କରାଯାଉଛି। ଟ୍ରମ୍ପ୍‌ ଏବଂ ମେଲାନିଆଙ୍କ ଶଯ୍ୟା ମଧ୍ୟ ପୃଥକ୍‌ ପୃଥକ୍‌ ରହିଥିବା ଷ୍ଟିଫାନିଆ କହିଛନ୍ତି।

Share