ପଳାତକ ମେହୁଲ ଚୋକସିଙ୍କ ଜାମିନ ଆବଦେନ ଡୋମିନିକା ହାଇକୋର୍ଟରେ ଖାରଜ

ରୋସେୟୁ,୧୨।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ପୁଣି ଥରେ ଏକ ଶକ୍ତ ଧକ୍‌କା ଲାଗିଛି। ଶୁକ୍ରବାର ଡୋମିନିକା ହାଇକୋର୍ଟ ମେହୁଲଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଫ୍ଲ୍ଲାଇଟ୍‌ ରିସ୍କ ଯୋଗୁ ହାଇକୋର୍ଟ ତାଙ୍କ ଏହି ଆବେଦନ ଖାରଜ କରିଦେଇଥିବା ଜଣାପଡ଼ିଛି। ଡୋମିନିକା ସହ ମେହୁଲଙ୍କ କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହା ନିଶ୍ଚିତ କରାଯାଇପାରିବ ନାହିଁ ଯେ, ସେ ଏଠାରୁ ବି ପଳାୟନ କରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୋମବାର ପିଏନ୍‌ବି ଦୁର୍ନୀତି ମାମଲାର ପଳାତକ ମେହୁଲ ଚୋକସି ପୁଣି ଥରେ ହାଇକୋର୍ଟରେ ହାଜର ହେବେ। ତାଙ୍କ ବିରୋଧରେ ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଅଭିଯୋଗକୁ ମେହୁଲ ଅସ୍ବୀକାର କରିବା ସହ ତାଙ୍କୁ ଅପହରଣ କରାଯାଇ ଜୋର ଜବରଦସ୍ତି ଏଠାକୁ ଅଣାଯାଇଥିବା ସେ ଦାବି କରିଛନ୍ତି।

Share