Posted inଜାତୀୟ

ଅନୁଚ୍ଛେଦ ୩୭୦ର ସାହାରାରେ ଭୋଟ ମାଗୁଛି ଭାଜପା: ମେହେବୁବା

ଶ୍ରୀନଗର,୨୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମେହେବୁବା କହିଛନ୍ତି ବିହାରରେ ଭୋଟ ମାଗିବାକୁ ମୋଦି ଅନୁଚ୍ଛେଦ ୩୭୦ର ସାହାରା ନେଉଛନ୍ତି । ଯେତେବେଳେ ମୋଦି ବିଫଳ ହେବାକୁ ଯାଉଛନ୍ତି ସେତେବେଳେ ସେ ଜମ୍ମୁ-କଶ୍ମୀର ଓ ୩୭୦ର ସହାୟତା ନେଉଛନ୍ତି ବୋଲି ମେହେବୁବା କହିଛନ୍ତି । କାରଣ ସେ ବାସ୍ତବିକ ଘଟଣାକୁ ନେଇ କଥା ହେବାକୁ ଚାହୁଁ ନାହାନ୍ତି । ମେହେବୁବା କହିଛନ୍ତି ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଆମର ଅଧିକାର ୩୭୦ ଫେରାଇ ଦେଇ ନାହାନ୍ତି ସେପର୍ଯ୍ୟନ୍ତ ମୁଁ କୌଣସି ନିର୍ବାଚନ ଲଢିବି ନାହିଁ । ପିଡିପି ନେତା ମହେବୁବା କହିଛନ୍ତି ଅର୍ଥବ୍ୟବସ୍ଥାକୁ ଦେଖିଲେ ଏବେ ଆମେ ବାଂଲାଦେଶ ପଛରେ ରହିଛୁ । ବେରୋଜଗାରୀ ସଂଖ୍ୟା ବଢିବାରେ ଲାଗିଛି । ହେଲେ କେନ୍ଦ୍ର ସରକାର ଏହା ଉପରେ ନଜର ନ ଦେଇ ଅନୁଚ୍ଛେଦ ୩୭୦ କଥା ଉଠାଉଛନ୍ତି । ଜମ୍ମୁ-କଶ୍ମୀରକୁ କାହିଁକି କେନ୍ଦ୍ର ଶାସିତ ଅଞ୍ଚଳ କରାଗଲା ବୋଲି ବି ସେ ପ୍ରଶ୍ନ କରିଛନ୍ତି । ଆହୁରି ମଧ୍ୟ ଭାରତ-ଚାଇନା ସୀମା ବିବାଦ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କ ଘରେ ପହଞ୍ଚିଲା ସିବିଆଇ

କୋଲକାତା,୧୪।୬: କୋଇଲା ଦୁର୍ନୀତି ମାମଲାରେ ମଙ୍ଗଳବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଟିମ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ...

ପ୍ରଫେସର ନିଯୁକ୍ତିରେ ଦୁର୍ନୀତି: ଯାଞ୍ଚ ଆଦେଶ ଦେଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ,୩।୫ : ଦିଲ୍ଲୀର ଉପରାଜ୍ୟପାଳ (ଏଲଜି) ଭି.କେ ସାକ୍ସେନା ଦିଲ୍ଲୀ ଫାର୍ମାସ୍ୟୁଟିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି (ଡିପିଏସଆରୟୁ) ପ୍ରଫେସର ନିଯୁକ୍ତିରେ ଅନିୟମିତତା ଅଭିଯୋଗର ତଦନ୍ତ...

ସଙ୍ଗୀତା ସିଂଦେଓଙ୍କୁ ପାର୍ଲାମେଣ୍ଟରେ ଆକ୍ରମଣ

ନୂଆଦିଲ୍ଲୀ,୪ା୩(ଆଇଏଏନ୍‌ଏସ୍‌): ବଲାଙ୍ଗୀରର ଭାଜପା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଲୋକ ସଭାରେ ଆକ୍ରମଣ ହୋଇଥିବା ସେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଗୃହକାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ କଂଗ୍ରେସ...

ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ

ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ...

‘କୃଷି ଆଇନ ଚାଷୀଙ୍କୁ ବରବାଦ କରିଦେବ’

ଥିରୁଭାନନ୍ତପୁରମ୍‌, ୨୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ କେରଳର ଓ୍ବାୟନାଡ୍‌ରେ ଟ୍ରାକ୍ଟର ରାଲି କହିଛନ୍ତି। ଏଥିରେ ଶହେରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ସହ...

୧୪ ବର୍ଷ ପରେ ଜେଲରୁ ମୁକୁଳିଲେ ପୂର୍ବତନ ଏମ୍‌ପି ଆନନ୍ଦ ମୋହନ

ପାଟନା,୨୭।୪: ବାହୁବଳୀ ପୂର୍ବତନ ଏମ୍‌ପି ଆନନ୍ଦ ମୋହନ ସିଂ ଗୁରୁବାର ଭୋର ୪ଟା ୩୦ରେ ବିହାରର ସହର୍ସା ଜେଲରୁ ମୁକୁଳିଛନ୍ତି। ଆନନ୍ଦ ମୋହନଙ୍କୁ ଅପରାହ୍ନରେ ମୁକ୍ତ...

ଏମ୍‌ପିଙ୍କ ଶାଢ଼ିରେ ଲାଗିଗଲା ନିଆଁ

ପୁଣେ,୧୫।୧: ମହାରାଷ୍ଟ୍ରର ପୁଣେଠାରେ ରବିବାର ଏକ କାର୍ଯ୍ୟକ୍ରମରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଏମ୍‌ପି ସୁପ୍ରିୟା ସୁଲେ ଯୋଗଦେଇଥିବାବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ତେବେ...

ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର

ନୂଆଦିଲ୍ଲୀ,୧୪।୮: ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର...

Advertisement
Archives

Model This Week