ଶାହାରୁଖଙ୍କୁ ଟାର୍ଗେଟ କରାଯିବାର କାରଣ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୧।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଅର୍ଯ୍ୟନ ଖାନଙ୍କ ସପକ୍ଷରେ ବାହାରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତି। ଟୁଇଟରରେ ସେ ଲେଖିଛନ୍ତି, ୪ ଚାଷୀଙ୍କୁ ହତ୍ୟା କରିଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରି ଉଦ୍‌ହାରଣ ସୃଷ୍ଟି କରିବା ବଦଳରେ କେନ୍ଦ୍ରୀୟ ସଂସ୍ଥା ଫିଲ୍ମ ଷ୍ଟାର ୨୩ ବର୍ଷୀୟ ପୁଅ ପଛରେ ପଡ଼ିଛନ୍ତି। ଏହାର କାରଣ ତାଙ୍କ ଟାଇଟଲ ‘ଖାନ’। ଭାଜପା ତା’ର ଭୋଟ ବ୍ୟାଙ୍କକୁ ସନ୍ତୁଷ୍ଟ କରିବା ପାଇଁ ମୁସଲିମମାନଙ୍କୁ ଟାର୍ଗେଟ କରୁଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଗିରଫ ହେବା ପରେ ଶାହରୁଖ ଓ ତାଙ୍କ ପରିବାର ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି।

Share