Categories: ଜାତୀୟ

ଘରେ ନଜର ବନ୍ଦୀ ମେହେବୁବା ମୁଫତି

ଜମ୍ମୁ,୨୭ ।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କର ସମସ୍ୟା ପୁଣି ଥରେ ବଢି ଯାଇଛି । ଶୁକ୍ରବାର ସକାଳେ ତାଙ୍କ ଝିଅ ଫୋନ୍ କରି ଜଣାଇଛନ୍ତି କି ତାଙ୍କୁ ଓ ତାଙ୍କ ମାଆ ମେହେବୁବାଙ୍କୁ ଘରେ ନଜରବନ୍ଦୀ କରି ରଖାଯାଇଛି । ଦୁଇଜଣ କେହି ବାହାରକୁ ବାହାରିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ । ସୂଚନାଯୋଗ୍ୟ, ମେହେବୁବା ଶୁକ୍ରବାର ପୁଲୱାମା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହାସହ ମେହେବୁବା ମଧ୍ୟ ଟୁଇଟ୍ କରି ଜଣାଇଛନ୍ତି କି ମୋତେ ପୁଣିଥରେ ବେଆଇନ ଭାବେ ଜନରବନ୍ଦୀ କରାଯାଇଛି । ଗତ ଦୁଇ ଦିନ ହେବ ଜମ୍ମୁ-କଶ୍ମୀର ପ୍ରଶାସନ ତାଙ୍କୁ ପୁଲୱାମା ସ୍ଥିତ ଦଳୀୟ ନେତା ୱହିଦ ଉର ରହମାନଙ୍କ ପରିବାର ସହ ସାକ୍ଷାତ୍ କରିବାକୁ ଅନୁମତି ପ୍ରଦାନ କରୁ ନ ଥିଲେ । ତାଙ୍କୁ ଆଧାରହୀନ ଭାବେ ଅଭିଯୁକ୍ତ ଭଳି ଗିରଫ କରାଯାଇଛି । ଏମିତିକି ମୋ ସହ ମୋ ଝିଅକୁ ମଧ୍ୟ ନଜରବନ୍ଦୀ କରାଯାଇଛି । ଭାଜପା ନେତା ମନ୍ତ୍ରୀ ତଥା ତାଙ୍କ ସହଯୋଗୀଙ୍କୁ କଶ୍ମୀରର ପ୍ରତି କୋଣରେ ବୁଲିବାର ଅନୁମତି ଥିବା ବେଳେ ସୁରକ୍ଷା କେବଳ ମୋ ପାଖରେ ଏକ ସମସ୍ୟା ହୋଇ ରହି ଯାଇଛି ବୋଲି ମେହେବୁବା କହିଛନ୍ତି ।

Share