ଅକ୍ସଫୋର୍ଡ ୟୁନିଭର୍ସିଟି ହସ୍ପିଟାଲର ସିଇଓ ଭାବେ ନିଯୁକ୍ତ ହେଲେ ମେଘନା ପଣ୍ଡିତ

ଲଣ୍ଡନ,୧୮ା୨: ଅକ୍ସଫୋର୍ଡ ୟୁନିଭର୍ସିଟି ହସ୍ପିଟାଲ (OUH) ଏନ୍‌ଏଚ୍‌ଏସ୍‌ ଫାଉଣ୍ଡେଶନ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଭାରତୀୟ ବଂଶୋଭବ ପ୍ରଫେସର ମେଘନା ପଣ୍ଡିତଙ୍କୁ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ସେ ପ୍ରଥମ ମହିଳା।

କୌଣସି ଜାତୀୟ ସ୍ବାସ୍ଥ୍ୟ ସେବା (NHS) ଟ୍ରଷ୍ଟର ସିଇଓ ଭାବରେ ନିଯୁକ୍ତ ହୋଇଥିବା ଶେଲଫୋର୍ଡ ଗ୍ରୁପର ମେଘନା ପଣ୍ଡିତ ପ୍ରଥମ ଭାରତୀୟ ହୋଇଛନ୍ତି। ଏହି ଗ୍ରୁପ୍‌ ଦେଶର କେତେକ ବୃହତ ଶିକ୍ଷାଦାନ ଡାକ୍ତରଖାନାର ପ୍ରତିନିଧିତ୍ୱ କରେ ।

Share