Categories: ଜାତୀୟ

ୟୁନେସ୍କୋ ତାଲିକାରେ ମେଘାଳୟର ମୋମଲୁହ ଗୁମ୍ଫା…

ଶିଲଂ,୧।୧୦ : ମେଘାଳୟର ସୋହରାରେ ଥିବା ପୃଥିବୀର ଦୀର୍ଘତମ ମୋମଲୁହ ଗୁମ୍ଫାକୁ ୟୁନେସ୍କୋ ପକ୍ଷରୁ ଚୟନ କରାଯାଇଛି। ଏସମ୍ପର୍କରେ ଶନିବାର ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ସୂଚନା ପ୍ରଦାନ କରିଛନ୍ତି। ୟୁନେସ୍କୋର ଅନ୍ତର୍ଜାତୀୟ ୟୁନିଅନ ଅଫ ଜିଓଲୋଜିକାଲ ସାଇନ୍ସ (ଆଇୟୁଜିଏସ) ଦ୍ୱାରା ବିଶ୍ୱର ପ୍ରଥମ ୧୦୦ ଆଇୟୁଜିଏସ ଭୌଗୋଳିକ ସ୍ଥାନ ମଧ୍ୟରୁ ଗୋଟିଏ ଭାବରେ ମନୋନୀତ ହୋଇଛି। କୋନରାଡ ଏକ ଟୁଇଟରେ ଏହା ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାସ୍କ କୋଷ୍ଟ ୟୁନେସ୍କୋ ଗ୍ଲୋବାଲ ଜିଓପାର୍କ (ସ୍ପେନ) ଜୁମିଆରେ ଆଇୟୁଜିଏସର ୬୦ ତମ ବାର୍ଷିକୀ କାର୍ଯ୍ୟକ୍ରମରେ ୫୬ଟି ଦେଶର ୧୮୧ ସ୍ଥାନରୁ ମନୋନୀତ ହୋଇଥିବା ପ୍ରଥମ ୧୦୦ ଆଇୟୁଜିଏସ ଭୌଗୋଳିକ ଅଞ୍ଚଳକୁ ଐତିହ୍ୟ ସ୍ଥାନ ଭାବେ ଘୋଷଣା କରିବ। ସୋହରାର ମୋମଲୁହ ଗୁମ୍ଫା, ମେଘାଳୟ ଭାରତୀୟ ଉପମହାଦେଶର ଦୀର୍ଘତମ ଗୁମ୍ଫା ମଧ୍ୟରୁ ଏହା ଗୋଟିଏ।

ଏହାର ଲମ୍ବ ପ୍ରାୟ ୪୫୦୦ ମିଟର ପର୍ଯ୍ୟନ୍ତ ବ୍ୟାପିଛି। ସ୍ଥାନୀୟ ଭାବରେ କ୍ରେମ ମୋମଲୁହୁ ନାମରେ ଜଣାଶୁଣା ଏହି ଗୁମ୍ଫା ମେଘାଳୟର ଚେରାପୁଞ୍ଜିଠାରୁ ପ୍ରାୟ ଅଧ କିଲୋମିଟର ପଶ୍ଚିମରେ ଅବସ୍ଥିତ। ଏହି ସ୍ଥାନଟି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ।

Share