Categories: ଜାତୀୟ

ମେଘାଳୟ ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା

ଶିଲଂ,୧୪।୨: ମେଘାଳୟ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି ଭାଜପା। ବୁଧବାର ଭାଜପା ସଭାପତି ଜେପି ନଡା ମେଘାଳୟ ପାଇଁ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାର ଗଠନ ହେଲେ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ କରିବେ।
ମହିଳାମାନଙ୍କ ପାଇଁ ଅନେକ ଯୋଜନା ମଧ୍ୟ ଭାଜପା ଘୋଷଣାପତ୍ରରେ ଘୋଷଣା କରାଯାଇଛି। ରାଜ୍ୟରେ ଏକ ଶିଶୁକନ୍ୟା ଜନ୍ମ ହେଲେ ସରକାର ସମ୍ପୃକ୍ତ ପରିବାରକୁ ୫୦ ହଜାର ଟଙ୍କା ବଣ୍ଡ ଦେବେ ଏବଂ ସ୍ନାତକୋତ୍ତର ପର୍ଯ୍ୟନ୍ତ ସେମାନଙ୍କୁ ମାଗଣା ଶିକ୍ଷା ଦିଆଯିବ। ଏହା ବ୍ୟତୀତ ସରକାର ବାର୍ଷିକ ୨୪ ହଜାର ଟଙ୍କା ସହାୟତା ପାଇଁ ବିଧବା ମହିଳା ଏବଂ ସିଙ୍ଗଲ ମଦରଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିବେ, ଯାହା ଦ୍ୱାରା ସେମାନଙ୍କୁ ନିଜ ପାଦରେ ଠିଆ ହେବାକୁ ସାହାଯ୍ୟ କରାଯାଇପାରିବ।

Share