Categories: ଜାତୀୟ

ମେଘାଳୟ-ନାଗାଲାଣ୍ଡବାସୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅପିଲ କଲେ ଶାହା କହିଲେ ଭ୍ରଷ୍ଟାଚାର ମୁକ୍ତ ସରକାର ବାଛ

ନୂଆଦିଲ୍ଲୀ,୨୭ ।୨: ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଭୋଟ ଗ୍ରହଣ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲିବ । ଦୁଇଟି ରାଜ୍ୟ ପାଇଁ ମୋଟ ୧୧୮ ଆସନ ଲାଗି ଭୋଟ ଗ୍ରହଣ କରାଯାଛି । ମେଘାଳୟର ୫୯ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ନାଗାଲାଣ୍ଡରେ ବି ୫୯ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଉଭୟ ରାଜ୍ୟର ଫଳାଫଳ ୨ ମାର୍ଚ୍ଚକୁ ଆସିବ ।
ଏହି କ୍ରମରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଭୟ ରାଜ୍ୟର ଭୋଟରଙ୍କୁ ବହୁ ସଂଖ୍ୟାରେ ମତଦାନ କରିବାକୁ ଅପିଲ କରିଛନ୍ତି । ଶାହା ଟୁଇଟ କରି ଲେଖିଛନ୍ତି, ନାଗାଲାଣ୍ଡରେ ଆଜି ଭୋଟ ଗ୍ରହଣ କରାଯାଉଛି । ମୁଁ ନାଗାଲାଣ୍ଡର ଭଉଣୀ-ଭାଇଙ୍କୁ ସୁନିଶ୍ଚିତ କରିବାକୁ ଚାହୁଁଛି କି ଯେଉଁ ଶ।।ନ୍ତି ପ୍ରକ୍ରିୟା ଆଗରୁ ଆରମ୍ଭ ହୋଇ ସାରିଛି ଏହାକୁ ଯେମିତି କୌଣସି ବାଧା ନ ଆସେ । ଶାନ୍ତି ହିଁ ନାଗାଲାଣ୍ଡକୁ ଏହାର ପ୍ରଗତି ଓ ବିକାଶର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବ ।
ସେହିପରି ମେଘାଳୟବାସୀଙ୍କୁ ଶାହା ଅନୁରୋଧ କରିଛନ୍ତି ଭ୍ରଷ୍ଟାଚାର ମୁକ୍ତ ସରକାର ନିର୍ବାଚିତ କରନ୍ତୁ । ସ୍ୱଚ୍ଛ ଶାସନ ହିଁ ସ୍ପଷ୍ଟ କରିବ ଯେ ସରକାରୀ ଯୋଜନା ଗରିବରୁ ଗରିବଙ୍କ ପଯ୍ୟନ୍ତ ପହଞ୍ଚିବ ଓ ସେମାନଙ୍କ ଜୀବନରେ ସମୃଦ୍ଧି ଆଣିବ । ତେଣୁ ବହୁ ସଂଖ୍ୟାରେ ମତଦାନ କରନ୍ତୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ମେଘାଳୟ ଓ ନଗାଲାଣ୍ଡବାସୀଙ୍କୁ ଭୋଟିଂ ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ପିଏମ ଟୁଇଟ କରି ଲେଖିଛନ୍ତି, ମେଘାଳୟ ଓ ନାଗାଲାଣ୍ଡର ଜନତା ବିଶେଷ ଭାବେ ଯୁବକ ଓ ନୂଆ ଭୋଟର ଆଜି ଭୋଟ ଗ୍ରହଣରେ ରେକର୍ଡ ସଂଖ୍ୟାରେ ମତଦାନ କରିବେ ବୋଲି ଆଶା କରୁଛି ।

Share