Categories: ଜାତୀୟ

ଶାହରୁଖଙ୍କୁ ଫସାଇ ଦେଇଛି ଭାଜପା: ମମତା

ମୁମ୍ବାଇ,୧।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପୁଣି ଭାଜପାକୁ ଟାର୍ଗେଟ କରିଚନ୍ତି। ଏଥର ସେ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ସମର୍ଥନରେ କରି ଭାଜପା ଉପରେ ବର୍ଷିଛନ୍ତି। ଡ୍ରଗ୍ସ କେସ୍‌ରେ ଶାହରୁଖଙ୍କ ପୁଅକୁ ଭାଜପା ଫସାଇ ଦେଇଛି। ଅଯଥା ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି ବୋଲି ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି।
ମୁମ୍ବାଇ ଗସ୍ତରେ ଆସିଥିବା ମମତା ମୁମ୍ବାଇରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି, ‘ଆମେ ଏକ ନିଷ୍ଠୁର ଅଗଣତାନ୍ତ୍ରିକ ଦଳର ସମ୍ମୁଖୀନ ହୋଇଛୁ। ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମେଗାଷ୍ଟାର ଶାହରୁଖ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି। ଏପ୍ରକାର ସ୍ଥିତିକୁ ଯଦି ଆମକୁ ଜିତିବାକୁ ପଡିବ, ତେବେ ଆମକୁ ସ୍ବର ଉଠାଇବାକୁ ପଡିବ ବୋଲି ସେ କହିଛନ୍ତି।

Share