Categories: ଖେଳ

ଗର୍ଲଫ୍ରେଣ୍ଡଙ୍କୁ ବିହାହ କରିଥିଲେ ଏହି ପ୍ରସିଦ୍ଧ ମହିଳା କ୍ରିକେଟର୍‌: ଏବେ ହେବେ ମା’

ବ୍ରିସ୍‌ବେନ୍‌,୧୨।୮: ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳର ଦ୍ରୁତ ବୋଲର ମେଗାନ ଶୁଟ୍‌ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ମହିଳା ସାଥୀ ଜେସ ହୋଲିଓକେ ସହ ମ୍ୟାରନିଟି ଫଟୋଶୁଟ୍‌ ମଧ୍ୟ କରିଛନ୍ତି। ମେଗାନ ଏହାର ଇନଷ୍ଟାଗ୍ରାମରେ ଏହାର କିଛି ଭଲ ଫଟୋ ଷେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଲେସବିୟାନ ଦମ୍ପତି ଚଳିତ ବର୍ଷ ନଭେମ୍ବରରେ ମାତାପିତା ହେବେ।

ବ୍ରିସବେନରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ ମେଗାନ ଏବଂ ଜେସ ପରସ୍ପରକୁ ଭେଟିଥିଲେ। ଏହି ଲେସବିୟାନ ଦମ୍ପତି ୨୦୧୯ରେ ବିବାହ କରିଥିଲେ। ତା’ପରେ ସେ ଫଟୋ ଶେୟାର କରି ଲେଖିଥିଲେ ଯେ ଏହା ତାଙ୍କ ଜୀବନର ସବୁଠାରୁ ସୁନ୍ଦର ଦିନ। ଉଭୟ ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳ ସହ ଜଡିତ। ମେଗାନ ଜଣେ ଦ୍ରୁତ ବୋଲର ହୋଇଥିବାବେଳେ ଜେସ କ୍ରିକେଟ ଅଷ୍ଟ୍ରେଲିଆର ପରିଚାଳକ ଭାବରେ କାର୍ଯ୍ୟ କରନ୍ତି। ମେଗାନ ଏବଂ ଜେସ ବିବାହ ପରେ ଶୀଘ୍ର ସନ୍ତାନ ଜନ୍ମ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ସମଲିଙ୍ଗୀ ହୋଇଥିବାରୁ ତାଙ୍କର ସୀମିତ ବିକଳ୍ପ ଥିଲା। ସେଥିପାଇଁ ଉଭୟେ ପାରସ୍ପରିକ ଆଇଭିଏଫ୍‌ ମାଧ୍ୟମରେ ମାତାପିତା ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅନେକ ପ୍ରଶଂସକ ଜଣେ ଲେସବିୟାନ ଦମ୍ପତିଙ୍କ ଗର୍ଭଧାରଣ ଉପରେ ପ୍ରଶ୍ନ କରିଥିଲେ। ମେଗାନ ମହିଳା କ୍ରିକେଟ ର ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ମେଗାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୪ଟି ଟେଷ୍ଟ, ୬୫ଟି ଦିନିକଆ ଏବଂ ୭୩ ଟି -୨୦ ଖେଳିଛନ୍ତି। ଏଥିରେ ସେ ମୋଟ ୨୦୪ ଉଇକେଟ ନେଇଛନ୍ତି। ସେ ବିଗ ବାସ ଲିଗରେ ଆଡିଲେଡ ଷ୍ଟ୍ରାଇକର୍ସ ଦଳ ପାଇଁ ଖେଳନ୍ତି ।

Share