Categories: ବାଣିଜ୍ୟ

ଆଜି ସରିବ ମେଗା ଟ୍ରେଡ୍‌ ଫେୟାର

ଭୁବନେଶ୍ୱର,୬।୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ହୋମ୍‌ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ୍‌ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିଭଳି ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସହ ଜି.ଏସ୍‌ ମାର୍କେଟିଙ୍ଗ୍‌ ଆସୋସିଏଟ୍‌ ମିଳିତ ଭାବେ ୧୮ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର ଆୟୋଜିତ ହୋଇଛି। ବିଶେଷକରି ଉକ୍ତ ମେଳାର ଉଦ୍‌ଯାପନୀ ସନ୍ଧ୍ୟା ସୋମବାର ମହାଆଡ଼ମ୍ବର ସହକାରେ ପାଳନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏପରି କି ୧୦ଦିନିଆ ଉକ୍ତ ଫେୟାର ଏବଂ ପ୍ରଦର୍ଶନୀ ସୋମବାର ଶେଷ ହେଉଥିବା ଜଣାପଡ଼ିଛି। ଏଠାରେ ୯ଦେଶ ୧୬ରାଜ୍ୟର ବିଭିନ୍ନ ପ୍ରକାରର ଉପତ୍ାଦ ଉପଲବ୍ଧ ହେଉଥିବା ବେଳେ ଭଳିକି ଭଳି ଖାଦ୍ୟର ପସରା ସବୁ ବର୍ଗର ଲୋକଙ୍କୁ ଆକୃଷ୍ଠ କରୁଛି।

Share