ଓଡ଼ିଶାରେ ମେଗା ପୋଲିସ ନିଯୁକ୍ତି: ୭୨୬୮ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ପ୍ରଥମ ଥର ପାଇଁ ହେବ…

ଭୁବନେଶ୍ୱର, ୨୩ା୧୦: ଓଡ଼ିଶାରେ ଚାକିରି ଆଶାୟୀ ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିଛି। ରାଜ୍ୟରେ ମୋଟ ୭୨୬୮ଟି ପୋଲିସ ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ‘କମ୍ବାଇନ୍‌ଡ ୟୁନିଫର୍ମଡ୍ ସର୍ଭିସେସ୍‌’ (Combined Uniformed Services) ଅଧୀନରେ ଏହି ପଦବୀଗୁଡ଼ିକ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ମୁଖ୍ୟତଃ ଅଣ୍ଡର ଗ୍ରାଜୁଏଟ୍ (ସ୍ନାତକ) ସ୍ତରର ବିଭିନ୍ନ ପଦବୀକୁ ନେଇ ଅନୁଷ୍ଠିତ ହେବ।

ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ କନଷ୍ଟେବଲ୍ (ସିଭିଲ୍), କନଷ୍ଟେବଲ୍ (କମ୍ୟୁନିକେସନ), କନଷ୍ଟେବଲ୍ (ଓଏସଆଇଏଫ୍ – OISF), ଅଗ୍ନିଯୋଦ୍ଧା (Fireman), ଅଗ୍ନିଶମ ଡ୍ରାଇଭର, ଟ୍ରାଫିକ୍‌ କନଷ୍ଟେବଲ୍ ଏବଂ ଡ୍ରାଇଭର PMT ପଦବୀଗୁଡ଼ିକ ପାଇଁ ପରୀକ୍ଷା କରାଯିବ।

ଏହି ନିଯୁକ୍ତିର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ପଦବୀ ପାଇଁ ଆଶାୟୀମାନେ ଅଲଗା ଅଲଗା ପରିବର୍ତ୍ତେ ଗୋଟିଏମାତ୍ର ସାମୂହିକ ପରୀକ୍ଷା ଦେବେ। ଏହାଦ୍ୱାରା ପରୀକ୍ଷାର୍ଥୀମାନଙ୍କୁ ବିଭିନ୍ନ ପଦବୀ ପାଇଁ ବାରମ୍ବାର ପରୀକ୍ଷା ଦେବାରୁ ମୁକ୍ତି ମିଳିବ ଏବଂ ନିଯୁକ୍ତି ପ୍ରକ୍ରିୟା ଅଧିକ ସହଜ ଓ ସ୍ୱଚ୍ଛ ହେବ ବୋଲି ଆଶା କରାଯାଉଛି। ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Share