Posted inଭଦ୍ରକ

ପ୍ରତୀକ୍ଷାରେ କଟିଲାଣି ୪ ବର୍ଷ

ଆରଡ଼ି,୧୭।୧(ଡି.ଏନ.ଏ.)  ପ୍ରତି ଘରକୁ ବିନା ମୂଲ୍ୟରେ ପାନୀୟ ଜଳ ଯୋଗାଇ ଦିଆଯିବ। ଆଉ ଜଳକଷ୍ଟ ରହିବ ନାହିଁ। ଭୂତଳ ଜଳ ବି ଖର୍ଚ୍ଚ ହେବନି। ନଦୀ ପାଣିକୁ ବିଶୁଦ୍ଧ କରାଯାଇ ପାନୀୟ ଜଳରେ ପରିଣତ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ୨୦୧୮ରେ ଭଦ୍ରକ ଜିଲା ଚାନ୍ଦବାଲିଠାରେ ଆରମ୍ଭ ହୋଇଥିଲା ମେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। କେନ୍ଦ୍ରାପଡ଼ା ଜିଲା ରାଜକନିକା ନିକଟସ୍ଥ ଖରସ୍ରୋତା ନଦୀର ଜଳକୁ ଏହି ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ଯୋଗାଇବା ପାଇଁ ଭଦ୍ରକ ଜିଲା ଚାନ୍ଦବାଲି ସମେତ ତିହିଡ଼ି, ବାସୁଦେବପୁର ଓ ଧାମନଗର ବ୍ଲକ ଅଞ୍ଚଳରେ ପାଇପ୍‌ ବିଛାଯାଇଛି। ଠିକାଦାର ବଡ଼ରାସ୍ତା ସମେତ ଗଁା ରାସ୍ତାପାର୍ଶ୍ୱ ଖୋଳି ପାଇପ୍‌ ବିଛାଇଛନ୍ତି। କିଛି ସ୍ଥାନରେ ମଧ୍ୟ ଘରକୁ ପାଇପ୍‌ ସଂଯୋଗ କରାଯାଇଛି। ଠିକାଦାରମାନେ ଗଁା ଦାଣ୍ଡ ଖୋଳି ପରେ ମରାମତି କରୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ପାଇପ୍‌ ବିଛାଇବା ଲାଗି କଂକ୍ରିଟ ରାସ୍ତାକୁ ମଧ୍ୟ ଖୋଳି ଦିଆଯାଇଛି। ଏହାବ୍ୟତୀତ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ପାଣି ଟାଙ୍କି ନିର୍ମାଣ କରାଯାଉଛି। ମନ୍ଥର ଗତିରେ କାର୍ଯ୍ୟ ଚାଲୁଥିବାରୁ ଏହି ମେଗା ଜଳ ଯୋଗାଣ ପ୍ରକଳ୍ପ ବାଟବଣା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି। ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ଲୋକେ ୪ ବର୍ଷ ହେଲା ଅପେକ୍ଷା କରି ରହିଛନ୍ତି। ତେବେ କୋଟି କୋଟି ଟଙ୍କା ବ୍ୟୟରେ ଏହି ମେଗା ପ୍ରକଳ୍ପ ପାଇଁ ପ୍ରସ୍ତୁତି ଚାଲୁ ରହିଥିଲେ ବି ରାଜକନିକାବାସୀ ଅସନ୍ତୋଷ ବ୍ୟକ୍ତ କରି ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ବନ୍ଦ କରିବାକୁ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଛନ୍ତି।
ଏପଟେ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେବାରୁ ଆରଡ଼ି ସମେତ ଆଖପାଖ ଅଞ୍ଚଳରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ମେଗା ପ୍ରକଳ୍ପ ନିର୍ମାଣ ଯୋଗୁ ଏସବୁ ଅଞ୍ଚଳରେ ଆଉ ନଳକୂପ ଖନନ ହେଉନାହିଁ। ଯେଉଁ ନଳକୂପ ପୂର୍ବରୁ ବସିଥିଲା, ଏବେ ଆଉ ସେଗୁଡ଼ିକ ମରାମତି ପାଇଁ ପଞ୍ଚାୟତ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଉ ନାହିଁ। ଏହା ସାଧାରଣରେ ଅସନ୍ତୋଷର କାରଣ ହୋଇଛି। ଆଉ କିଛିଦିନ ପରେ ଖରାଦିନ ଆସିବ। ନଳକୂପ ଉପରେ ନିର୍ଭର କରି ଚଳୁଥିବା ଗ୍ରାମବାସୀ ମେଗା ପ୍ରକଳ୍ପରୁ ପାଣି ପାଇବାର ଆଶା ରଖିଛନ୍ତି। ହେଲେ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଚଳିତବର୍ଷ ପାନୀୟ ଜଳ ପାଇବା ଅସମ୍ଭବ ହୋଇପଡ଼ିଛି। ତେବେ ଆରଡ଼ି ଓ ଜିଲାର ଅନ୍ୟ ବ୍ଲକରେ ଜଳସଙ୍କଟ ଉତ୍କଟ ହେବାର ଆଶଙ୍କା ରହିଛି।
ସାମାଜିକ କର୍ମୀ ସୁରେଶ ସାହୁ କୁହନ୍ତି, ମେଗା ଜଳ ପ୍ରକଳ୍ପ ନିର୍ମାଣ ଶେଷ ହେବାକୁ ଆହୁରି ପ୍ରାୟ ଦୁଇବର୍ଷ ଲାଗିପାରେ। ସେପର୍ଯ୍ୟନ୍ତ ଜଳ ସଙ୍କଟକୁ ଉପଲବ୍ଧି କରି ନଳକୂପ ଖନନ କରାଯିବା ଆବଶ୍ୟକ। ଅନ୍ତତଃ ପକ୍ଷେ ନଳକୂପ ମରାମତି କାର୍ଯ୍ୟ ବନ୍ଦ କରିବା ଉଚିତ୍‌ ନୁହେଁ।
ଅର୍ଥ ମିଳିବାରେ ବିଳମ୍ବ ହେଉଥିବାରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନାହିଁ ବୋଲି ଠିକାଦାର ସୁଜିତ ନାୟକ କହିଛନ୍ତି। ଏ ସମ୍ପର୍କରେ ପ୍ରକଳ୍ପ ଯୋଜନା ଅଧିକାରୀ ସୁବାସ ସିଂଙ୍କୁ ପଚାରିବାରୁ ଯଥାସମ୍ଭବ ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଯାଉଛି। ହେଲେ ଠିକାଦାରି ବ୍ୟବସ୍ଥାରେ ତ୍ରୁଟି ବିଳମ୍ବର କାରଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ବାଇକ୍ ଆରୋହୀ ମୃତ

ବାସୁଦେବପୁର,୨୭।୧ (ନାରାୟଣ ପ୍ରସାଦ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଧାମରା ରାସ୍ତାର ପାରପୋଖରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ରାତି ପ୍ରାୟ…

ବନ୍ତ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ଇଷ୍ଟକୋଷ୍ଟ ରେଲୱେ ଭଦ୍ରକ

ବନ୍ତ,୨୬।୧(ହରି ନାରାୟଣ ମହାନ୍ତି): ଓଡ଼ିଶା କ୍ରିକେଟ ଆସୋସିଏଶନ ଏବଂ ଭଦ୍ରକ ଜିଲା କ୍ରିକେଟ ଆସୋସିଏଶନର ମିଳିତ ସହଯୋଗରେ ଶାନ୍ତି ୟୁଥ୍‌ ଆସୋସିଏଶନ ଆନୁକୂଲ୍ୟରେ ଭଦ୍ରକ ଜିଲା ବନ୍ତ…

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ବଜାର ଉପରେ କରିଦେଲେ ଛିଡ଼ା: ସହିପାରିଲେନି ବାପା ଶେଷରେ ନେଲେ ଚରମ ନିଷ୍ପତ୍ତି 

ଚାନ୍ଦବାଲି,୨୬।୧(କିଷାନ ପାତ୍ର): ସୀମା ଟପିଲା ବର୍ବରତା। ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ  ବାପା  ସହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri