Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୨୬।୨: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଟାଟା ଗ୍ରୁପର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲର ସାମାଜିକ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ (ଟିଏସ୍‌ଏଫ୍‌) ପକ୍ଷରୁ ଏକ ମେଗା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଟିଏସ୍‌ଏଫ୍‌ ପକ୍ଷରୁ ବ୍ରାହ୍ମଣୀପାଳଠାରେ ମା ତାରିଣୀ ଟିପ୍ପର୍ସ ଏବଂ ଟ୍ରକ୍‌ ମାଲିକ ସଂଘର ମିଳିତ ସହଯୋଗରେ ଏକ ୪ଦିନିଆ ମେଗା ସ୍ବାସ୍ଥ୍ୟ ଶିବିର ନିକଟରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ ଟାଟା ଷ୍ଟିଲ୍‌ ଏଫ୍‌ଏପି ପ୍ଲାଣ୍ଟ ମୁଖ୍ୟ ଲଭ୍‌ଲିନ ସ୍ବାଇଁ ଓ ବ୍ରାହ୍ମଣୀପାଳସ୍ଥିତ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ୍‌ର ୟୁନିଟ୍‌ ହେଡ ଡ. ଜୟନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିର ଜରିଆରେ ୫୪୬ରୁ ଅଧିକ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଅଧିକାଂଶ ଟ୍ରକ୍‌ ଡ୍ରାଇଭର ଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୫୮ଜଣଙ୍କର ରିଫ୍ରାକ୍ସନ ସମସ୍ୟା ଚିହ୍ନଟ କରାଯାଇ ଉନ୍ନତ ଦୃଷ୍ଟି ଶକ୍ତି ଏବଂ ସଡ଼କ ସୁରକ୍ଷା ପାଇଁ ସେମାନଙ୍କୁ ଚଷମା ଯୋଗାଇ ଦିଆଯାଇଥିଲା।

ଅପରପକ୍ଷରେ ଜାମସେଦପୁରର ଏକ ଡାକ୍ତରୀ ଟିମ୍‌ ସହାୟତାରେ ରୋଗ ନିରାକରଣ ପାଇଁ ଉକ୍ତ ଶିବିରରେ ସ୍ବାସ୍ଥ୍ୟ ଯାଞ୍ଚ ଏବଂ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ଅଂଶଗ୍ରହଣକାରୀମାନଙ୍କୁ ମୌଳିକ ଜୀବନ ସହାୟତା ପ୍ରଶିକ୍ଷଣ ଦିଆଯାଇଥିଲା, ଯେଉଁଥିରେ ମାନେକ୍ୱିନ୍‌ ମଡେଲ୍‌ ବ୍ୟବହାର କରି କାର୍ଡିଓ-ପଲମୋନାରୀ ରିସସିଟେସନ୍‌ (ସିପିଆର) କୌଶଳ ଅନ୍ତର୍ଭୁକ୍ତ ଥିଲା।

Share