Categories: ବାଣିଜ୍ୟ

କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ହୁଅନ୍ତୁ ଲକ୍ଷପତି: ପୁଣି ଆରମ୍ଭ ହେଲା ‘ଦେଖିବା ନିତି ହେବା ଲକ୍ଷପତି‘ ମେଗା ପ୍ରତିଯୋଗିତା, ଜାଣନ୍ତୁ କିପରି ନେବେ ଭାଗ

ଭୁବନେଶ୍ୱର,୨୩।୩(ଅଭୟ ଦାଶ): ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ । ଜୀ ସାର୍ଥକରେ ପୁଣି ଥରେ ଆରମ୍ଭ ହୋଇଯାଇଛି ମେଗା ପ୍ରତିଯୋଗିତା ଦେଖିବା ନିତି ହେବା ଲକ୍ଷପତି ଯାହା ପୂର୍ବ ଅପେକ୍ଷା ନିଆରା ହୋଇଛି । ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ପ୍ରତିଦିନ ସା ୬:୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି । କାର୍ଯ୍ୟକ୍ରମର ନାଁ ରହିଛି ଦେଖିବା ନିତି ହେବା ଲକ୍ଷପତି। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି ।
ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ୍‌ କଲ କରିବାକୁ ହେବ । ପ୍ରତିଦିନ ସଠିକ ଉତ୍ତର ଦେଇଥିବା ୬ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ । ତେବେ ପୁରା ପ୍ରତିଯୋଗିତାର ଜଣେ ମେଗା ବିଜେତାଙ୍କୁ ମିଳିବ ୧ଲକ୍ଷ ଟଙ୍କା ନଗଦ ପୁରସ୍କାର ।
ଜୀ ସାର୍ଥକର ସର୍ବଦା ଦର୍ଶକଙ୍କ ସହିତ ନିଜ ସମ୍ପର୍କ ଯୋ ପାଇଁ ନୂଆ ନୂଆ ପ୍ରୟାସ ଜାରି ରଖିଥାଏ, ସେହିପରି ଦେଖିବା ନିତି ହେବା ଲକ୍ଷପତି ଏକ ମାଧ୍ୟମl ତେଣୁ ଦର୍ଶକମାନେ ଏହି ପ୍ରତିଯୋଗିତାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଜୀ ସାର୍ଥକର ଚିଫ୍‌ ଚ୍ୟାନେଲ ଅଫିସର ପ୍ରତୀକ ସିଲ ପ୍ରକାଶ କରିଛନ୍ତି । ଜୀ ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ ।
Share